ETV Bharat / politics

୩ ପ୍ରମୁଖ ଦଳ ନଜରରେ କଟକ ଲୋକସଭା ଆସନ; ବଢ଼ୁଛି ରାଜନୀତି ଉଷ୍ମତା, କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ ? - Cuttack Lok Sabha Constituency

author img

By ETV Bharat Odisha Team

Published : Mar 23, 2024, 10:19 PM IST

Cuttack Lok Sabha Constituency: ଚର୍ଚ୍ଚାରେ କଟକ ଲୋକସଭା ଆସନ । ରାଜ୍ୟର ପ୍ରମୁଖ ଦଳଙ୍କ ନଜରରେ ଏହି ଆସନ । ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ କିଏ ପ୍ରାର୍ଥୀ ହେବେ ନେଇ ବଢ଼ୁଛି ଚର୍ଚ୍ଚା । ଅଝିକ ପଢ଼ନ୍ତୁ

କଟକ ଲୋକସଭା ଆସନ
କଟକ ଲୋକସଭା ଆସନ

କଟକ ଲୋକସଭା ଆସନ

କଟକ: ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ସହ କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେଡିରୁ ଇସ୍ତଫା ଦେବା ପରେ ସରଗରମ କଟକ ରାଜନିତୀ । ଆଗାମୀ ନିର୍ବାଚନରେ କଟକ ଲୋକସଭା ଆସନରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ୩ ପ୍ରମୁଖ ଦଳ, ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ କିଏ ପ୍ରାର୍ଥୀ ହେବେ ସେନେଇ ବିଦ୍ଧିବଦ୍ଧ କୌଣସି ଘୋଷଣା ହୋଇନାହିଁ । ମାତ୍ର କଟକ ଲୋକସଭା ଆସନରୁ ବିଜେପିରୁ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, କଂଗ୍ରେସରୁ ସୁରେଶ ମହାପାତ୍ର ଏବଂ ବିଜେଡିରୁ ସଂତୃପ୍ତ ମିଶ୍ରଙ୍କ ନାଁ ଆଗରେ ରହିଛି । ଏନେଇ ଯଦିଓ ୩ ଦଳ ପକ୍ଷରୁ ଘୋଷଣା କରାଯାଇ ନାହିଁ ମାତ୍ର ଏହି ୩ ଜଣଙ୍କ ନାଁ ଏବେ ରାଜନିତୀ ମହଲରେ ଚର୍ଚ୍ଚା ହେଉଛି । ଖୁବଶୀଘ୍ର ଦଳ ଏମାନଙ୍କ ନାଁ ଘୋଷଣା କରିପାରେ ବୋଲି କୁହାଯାଉଛି ।

ତେବେ ବରିଷ୍ଠ ବିଜେଡି ନେତା ତଥା କଟକ ଲୋକସଭା ଆସନରୁ ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବ, ବିଜେଡି ଛାଡିବା ପରେ କଟକ ଲୋକସଭା ଆସନକୁ ନେଇ ଚର୍ଚ୍ଚା ବଢୁଛି । ଏହି ଆସନରୁ କିଏ ବିଜେଡିର ଲୋକସଭା ପ୍ରାର୍ଥୀ ହେବ ? କେଉଁମାନେ ଏହି ଆସନ ପାଇଁ ଲବିରେ ଅଛନ୍ତି ? ବିଜେଡି କାହାକୁ ଟିକେଟ ଦେବ ? କିଏ ଏହି ଆସନ ପାଇଁ ଉପଯୁକ୍ତ ପ୍ରାର୍ଥୀ ହେବ ? ରାଜନୀତି ମହଲରେ ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ କଟକ ଲୋକସଭା ଆସନ ପାଇଁ ବିଜେଡି ନୂଆ ଚେହେରା ବାଛିବ ବୋଲି ଚର୍ଚ୍ଚା ହେଉଛି ।

ତେବେ କିଏ କଟକ ଲେକସଭା ଆସନ ପାଇଁ ଉପଯୁକ୍ତ ପ୍ରର୍ଥୀ ହେବ ଏନେଇ ଦଳ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ । ମାତ୍ର ଏହାରି ଭିତରେ ସଂତୃପ୍ତ ମିଶ୍ରଙ୍କ ନାଁ ସବୁଠାରୁ ଆଗରେ ରହିଛି । ଏନେଇ ସଂତୃପ୍ତ ବି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଏଭଳି ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ତଥା କଟକ ବିଜେଡି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ । ଯଦିଓ ସେ କୌଣସି ପ୍ରାର୍ଥୀଙ୍କ ନାଁ କହି ନାହାନ୍ତି, ଦଳ ଯାହାକୁ କଟକ ଲୋକସଭାରୁ ପ୍ରାର୍ଥୀ କରିବ ସେ ଭର୍ତ୍ତୃହରିଙ୍କ ଠାରୁ ଜଣେ ଭଲ ବିକଳ୍ପ ହେବେ ଏବଂ ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଦେବାଶିଷ ।

ଅନ୍ୟପଟେ ବିଜେପି ଏହି ଆସନ ପାଇଁ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗର ଜଣେ ଜଣାଶୁଣା ଡାକ୍ତର । କିଛି ମାସ ତଳେ ସେ ବିଜେପିରେ ସାମିଲ ହୋଇଥିବା ବେଳେ ରାଜ୍ୟ ବିଜେପିର ଉପସଭାପତି ଭାବରେ ତାଙ୍କୁ ଦଳ ଦାୟିତ୍ୱ ଦେଇଥିଲା । ତେବେ ଏନେଇ ଡାକ୍ତର ମହାପାତ୍ର କହିଛନ୍ତି, " ମୁଁ ଜଣେ ଦଳର ଶୃଙ୍ଖଳିତ କର୍ମୀ । ଦଳ ଯେଉଁ ଦାୟିତ୍ୱ ଦେଵ ମୁଁ ତାହା ତୁଲାଇବି । ନିର୍ବାଚନରେ ଦଳ ଯଦି ମତେ ସୁଯୋଗ ଦିଏ, ତେବେ କଟକ ଲୋକସଭା କ୍ଷେତ୍ରରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବି ।"

ଏହା ମଧ୍ୟ ପଢ଼ନ୍ତୁ....ଭର୍ତ୍ତୃହରିଙ୍କ ଇସ୍ତଫା ବିଜେଡି ଉପରେ ପ୍ରଭାବ ପକାଇବ ନାହିଁ: ଦେବାଶିଷ ସାମନ୍ତରାୟ - DEBASIS ON BHARTRUHARI

ସେହିପରି ଏହି ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର । ଏନେଇ ଯଦିଓ ଦଳ ବିଧିବଦ୍ଧ ଭାବରେ ଘୋଷଣା କରି ନାହିଁ ମାତ୍ର ସୁରେଶ ନିଜେ ନିଜର ସଙ୍ଗଠନ ଆରମ୍ଭ କରି ଦେଲେଣି । ସୁରେଶ କହିଛନ୍ତି "ଦଳ ଯଦି ସୁଯୋଗ ଦେବ ମୁଁ ଅନେକ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବି । ବିଶେଷକରି କୃଷି ପ୍ରସଙ୍ଗକୁ ମୁଖ୍ୟ ଏଜେଣ୍ଡା କରିବି।" ତେବେ ୩ ପ୍ରମୁଖ ଦଳ କେବେ ଏବଂ କେଉଁମାନଙ୍କୁ ଏହି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବେ ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.