ETV Bharat / politics

କଂଗ୍ରେସକୁ ଫେରିବେ ଶ୍ରୀକାନ୍ତ ! କହିଲେ ଦଳ ନଡାକିଲେ ବି କରୁଛି ପ୍ରଚାର

author img

By ETV Bharat Odisha Team

Published : Jan 24, 2024, 7:28 PM IST

Srikant Jena hints at Returning Congress: କଂଗ୍ରେସକୁ ଫେରି ପାରନ୍ତି ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । କହିଲେ ଦଳ ନଡାକିଲେ ବି କଂଗ୍ରେସ ପାଇଁ ସ୍ବେଚ୍ଛାକୃତ ଭାବେ ପ୍ରଚାର କରୁଛି । ଅଧିକ ପଢ଼ନ୍ତୁ

କଂଗ୍ରେସକୁ ଫେରିବେ ଶ୍ରୀକାନ୍ତ !
କଂଗ୍ରେସକୁ ଫେରିବେ ଶ୍ରୀକାନ୍ତ !
କଂଗ୍ରେସକୁ ଫେରିବେ ଶ୍ରୀକାନ୍ତ !

ଭୁବନେଶ୍ବର: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, କଂଗ୍ରେସ ଦଳରେ ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି । ଦଳରେ ଏବେ ଆରମ୍ଭ ହୋଇଛି ଘର ବାହୁଡ଼ା ପର୍ବ । କୌଣସି କାରଣ ବଶତଃ ଦଳରୁ ଦୂରେଇ ଯାଇଥିବା ଦଳର ଅନେକ ବରିଷ୍ଠ ନେତାଙ୍କୁ ଧିରେ ଧିରେ ମନେଇବାରେ ସକ୍ଷମ ହେଉଛନ୍ତି ନୂଆ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର । କିଛି ନେତାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଯାଇଥିବା ବେଳେ ଆଉ କିଛି ନେତାଙ୍କର ମାନ ଭଞ୍ଜନ ହୋଇଛି । ଏହାରି ଭିତରେ ଦଳର 'Think Tank' କୁହାଯାଉଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘର ବାହୁଡାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କ ବହିଷ୍କାର ଆଦେଶ କେବେ ଉଠିବ, ସେନେଇ ଆଲୋଚନା ହେଉଛି ।

ପୁରୁଣା ନେତାଙ୍କୁ ଆଲୋଚନା ପାଇଁ ପ୍ରଭାରୀଙ୍କ ଆହ୍ବାନ: 2024 ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଗତକାଲି ପ୍ରେସ୍‌ମିଟ୍‌ରେ ଦଳକୁ ଯେଉଁମାନେ ଫେରିବାକୁ ଚାହିଁବେ ସେମାନଙ୍କୁ ସ୍ବାଗତ ବୋଲି କହିଥିଲେ ପ୍ରଭାରୀ ଡଃ ଅଜୟ କୁମାର । ଯାହାର କୌଣସି ପ୍ରଶ୍ନ ବା ମନାନ୍ତର ରହିଛି, ଆସନ୍ତୁ ବସି ଆଲୋଚନା କରିବା ବୋଲି ସେ କହିଥିଲେ । କଂଗ୍ରେସର ପୁରୁଖା ନେତାମାନଙ୍କୁ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଅନୁରୋଧ କରିଥିଲେ ଅଜୟ କୁମାର । ତେବେ ନୂଆ ପ୍ରଭାରୀ ଭାବେ ଦାୟିତ୍ବ ନେବା ପରେ ସେ ରାଜ୍ୟ କଂଗ୍ରେସରେ ସଂଗଠକୁ ସଜାଡ଼ିବାରେ ଲାଗିଛନ୍ତି । ବିଜେଡି ଏବଂ ବିଜେପିକୁ କଡ଼ା ଟକ୍କର ଦେବାକୁ ତୃଣମୂଳସ୍ତରରୁ ପ୍ରସ୍ତୁତ ହେଉଛି ରାଜ୍ୟ କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ...ଆଜି କଂଗ୍ରେସରେ ଯୋଗଦେବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ

'ମୁଁ କଂଗ୍ରେସର ପ୍ରଚାର କରୁଛି': ସେପଟେ କଂଗ୍ରେସକୁ ଫେରିବା ନେଇ ପରୋକ୍ଷରେ ଈଶାରା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ସେ କହିଛନ୍ତି, "ମୁଁ ଇଣ୍ଡିଆ ବ୍ଲକର ଜଣେ ସିପାହୀ ଭାବେ କାର୍ଯ୍ୟ କରୁଛି । ମୁଁ ସାମାଜିକ ନ୍ୟାୟ ପାଇଁ ଲଢ଼ୁଛି । ସମାଜର ଗରିବ, ମଜୁରିଆ, ଦଳିତ, ଅବହେଳିତ ଯେତେବେଳେ ନ୍ୟାୟ ପାଇବେ, ସେତେବେଳେ ଓଡ଼ିଶାର ରାଜନିତୀ ଠିକ ରାସ୍ତାରେ ଚାଲିବ । ସାମାଜିକ ନ୍ୟାୟର ପରିଭାଷା ହେଲା ଆଦିବାସୀ ଓ ଦଳିତ ବର୍ଗକୁ ନ୍ୟାୟ ମିଳିବା । ରାଜନୈତିକ, ଆର୍ଥିକ ଏବଂ ସାମାଜିକ ନ୍ୟାୟ ମିଳୁ । ଯେଉଁମାନେ ଖଣିଖାଦାନ ଲୁଟିଛନ୍ତି, ତାଙ୍କ ଠାରୁ ଆଦାୟ କରାଯାଉ । ମୋତେ ନଡାକିଲେ ବି ମୁଁ ସ୍ବେଚ୍ଛାକୃତ ଭାବେ କଂଗ୍ରେସର ପ୍ରଚାର କରୁଛି । ରାଜ୍ୟର ହିତରେ ମୋ ଲଢେଇ ।"

ତେବେ ରାଜ୍ୟର ଜଣେ ପରେ ଜଣେ ବରିଷ୍ଠ ନେତା କଂଗ୍ରେସର ହାତ ଧରୁଥିବାବେଳେ ଦଳରୁ ଯାଇଥିବା ଅନେକ ଏହାରି ଭିତରେ ଘର ବାହୁଡ଼ା କରୁଛନ୍ତି । ଶ୍ରୀକାନ୍ତଙ୍କ ଏଭଳି ପ୍ରତିକ୍ରିୟା ମଧ୍ୟ ସେ ଖୁବଶୀଘ୍ର ଦଳକୁ ଫେରିବା ନେଇ ସଙ୍କେତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ବରିଷ୍ଠ ରାଜନେତା ଶ୍ରୀକାନ୍ତ କେବେ ଦଳକୁ ଫେରୁଛନ୍ତି ଓ ଦଳରେ କେଉଁ ପ୍ରକାରର ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.