ETV Bharat / politics

ବିଜେଡିରେ ମିଶିଲେ ପ୍ରକାଶ ବେହେରା, ସାଲେପୁରରୁ ସେବା ପାଇଁ ଦେଲେ ସଂକେତ - Prakash Behera Joins BJD

author img

By ETV Bharat Odisha Team

Published : Apr 3, 2024, 1:11 PM IST

Updated : Apr 3, 2024, 4:54 PM IST

Prakash Behera Joins BJD: 4 ଦିନ ତଳେ ବିଜେପି ଛାଡିଥିଲେ ଆଜି ବିଜେଡିରେ ସାମିଲ ହେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ସାଲେପୁରରୁ ଲଢିବା ନେଇ ବଢୁଛି ଚର୍ଚ୍ଚା । ଅଧିକ ପଢନ୍ତୁ

Prakash Behera Joins BJD
Prakash Behera Joins BJD
Former salipur mla Prakash Behera joins BJD

ଭୁବନେଶ୍ବର: ସତ ହେଲା ଆଶଙ୍କା । ବିଜେଡିରେ ସାମିଲ ହେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ସାଂସଦ ସସ୍ମିତ ପାତ୍ର ଏବଂ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ବିଦ୍ଧିବଧ ଭାବେ ଯୋଗ ଦେଇଛନ୍ତି । ସେ ଦଳରେ ଯୋଗ ଦେବା ସମୟରେ ଅନେକ ସଂଖ୍ୟକ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ଦଳରେ ଯୋଗଦେବା ପରେ ସାଲେପୁରରୁ ଟିକେଟ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । ଗତ ମାର୍ଚ୍ଚ 29 ତାରିଖରେ ବିଜେପି ଛାଡିଥିଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଇସ୍ତଫା ପତ୍ର ପଠାଇ ଦଳର ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

2014 ନିର୍ବାଚନରେ ପ୍ରକାଶ ବେହେରା ସାଲେପୁରରୁ କଂଗ୍ରେସ ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ । ଏହାପରେ 2019 ନିର୍ବାଚନରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ବିଜେପି ପକ୍ଷରୁ ସାଲେପୁର ବିଧାନସଭା ପାଇଁ ଲଢି ପରାଜିତ ହୋଇଥିଲେ । 2019ରେ ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ହାରିଥିଲେ । ତେବେ ପୁଣିଥରେ ସେ ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ଲଢିପାରନ୍ତି । ପ୍ରକାଶଥାଉକି, ବିଜେଡି ଦୁଇଟି ପର୍ଯ୍ୟାୟରେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ସାଲେପୁର ବିଧାନସଭା ସିଟ୍ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ସେ ସାଲେପୁରରୁ ବିଜେଡି ଟିକେଟରେ ଲଢିବା ନେଇ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: ପଦ୍ମ ଛାଡ଼ି ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର, କହିଲେ 'ମନ ମାନୁ ନଥିଲା, ଜରୁରୀ ଥିଲା ପରିବର୍ତ୍ତନ' - Bhrugu Baxipatra Joins BJD

ବିଜେଡିରେ ସାମିଲ ହେବା ପରେ ପ୍ରକାଶ ବେହେରା କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟରେ ମୁଁ ପ୍ରଭାବିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ଆଜି ବିଜେଡିରେ ଯୋଗ ଦେଇଛି । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀଙ୍କର ପ୍ରୟାସ ଜାରି ରହିଛି । ଏ ଦିଗରେ ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ମୋତେ ଦଳରେ ସ୍ୱାଗତ କରିଥିବାରୁ ମୁଁ ଅତ୍ୟନ୍ତ ଖୁସି । ମୁଁ ଜଣେ ତୃଣମୂଳର ରାଜନୈତିକ କର୍ମକର୍ତ୍ତା । ତୃଣମୂଳରେ ଲୋକଙ୍କ ସହ ରହିବା ଓ ସେମାନଙ୍କ ଲାଗି କାର୍ଯ୍ୟ କରିବା ଆମର ଅଭ୍ୟାସ । ସେହି ଲକ୍ଷ୍ୟ ନେଇ ମୁଁ ଆଜି ବିଜେଡିରେ ମିଶିଛି ।" 2014ରେ ସେ କଂଗ୍ରେସ ଟିକେଟ ସାଲେପୁରରୁ ବିଧାନସଭା ଆସିଥିଲେ । ସାଲେପୁରର ବିଜେଡି ବିଧାୟକ ଥିବା ପ୍ରଶାନ୍ତ ବେହେରାଙ୍କ ବଦଳରେ ବିଜେଡି ଟିକେଟରେ ସାଲେପୁରର ପ୍ରାର୍ଥୀ ହୋଇପାରନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 3, 2024, 4:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.