ETV Bharat / politics

ହାତ ଛାଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି, ପିସିସି ସଭାପତିଙ୍କୁ ଦେଲେ ଇସ୍ତଫା ପତ୍ର

author img

By ETV Bharat Odisha Team

Published : Feb 14, 2024, 10:19 AM IST

Updated : Feb 14, 2024, 11:10 AM IST

Anshuman Quits Congress: କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ନିକଟରେ ତାଙ୍କୁ ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

କଂଗ୍ରେସ ଛାଡିଲେ ଅଂଶୁମାନ
କଂଗ୍ରେସ ଛାଡିଲେ ଅଂଶୁମାନ

ଭୁବନେଶ୍ବର: କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଦାୟିତ୍ବରେ ଥିବା ଅଂଶୁମାନ ଦଳରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ସେ ଇସ୍ତଫାପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ରାଜନଗରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ପୁଅ ଅଂଶୁମାନ, କଂଗ୍ରେସରେ ଜଣେ ସକ୍ରିୟ କର୍ମୀ ଥିଲେ । ସେ ହଠାତ୍ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଚର୍ଚ୍ଚା ଜୋର ଧରିଛି । ହେଲେ ସେ କେଉଁ କାରଣରୁ ଦଳ ଛାଡିଲେ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

2014 ମସିହାରେ ଅଂଶୁମାନ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ 2019ରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ପରାସ୍ତ ହୋଇଥିଲେ । ନିକଟରେ ତାଙ୍କୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଦେଖିବାକୁ ମିଳିଥିଲା । ଅଂଶୁମାନ ଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଟାଣୁଆ ନେତା। ଏହାସହ ସେ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ନଳିନୀ ମହାନ୍ତିଙ୍କ ପୁଅ। ସାଧାରଣ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବର୍ତ୍ତମାନ ଜାରି ରହିଛି ଦଳ ଡିଆଁ ପର୍ବ। ଏହାରି ଭିତରେ କଂଗ୍ରେସର ନେତୃତ୍ବ ଦଳ ଛାଡୁଥିବା ଦେଖିବାକୁ ମିଳିଛି। ତେବେ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଝଟକା ଲାଗିଛି।

ହାତ ଛାଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି

ଏହା ମଧ୍ୟ ପଢନ୍ତୁ...ଖାଲି ହେଉଛି ହାତମୁଠା ! କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ

ଗତ ୧୨ ତାରିଖରେ କଂଗ୍ରେସ ଛାଡ଼ିଥିଲେ ପୂର୍ବତନ ବିଧାୟକ ତଥା ବରଗଡ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ । କଂଗ୍ରେସ‌ ଦଳର ପ୍ରାଥମିକ ସଦସ୍ୟରୁ ସେ ଇସ୍ତଫା ଦେଇଥିଲେ । ଦଳର ହାତ ଛାଡିଲେ ପୂର୍ବତନ ବିଧାୟକ ତଥା ବରଗଡ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ । କଂଗ୍ରେସ‌ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିଲେ ନିହାର । ସେ କଂଗ୍ରେସ ଦଳର ସଭାପତି ମଲ୍ଲିକାଜୁନ ଖଡଗେଙ୍କୁ ଇସ୍ତଫା ପତ୍ର ପଠାଇଥିଲେ । ଏହାସହ ଇସ୍ତଫା ପତ୍ରର ନକଲ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କୁ ମଧ୍ୟ ପଠାଇଥିଲେ। ଅପରପକ୍ଷେ ସକ୍ରିୟ ତଥା ଟାଣୁଆ ନେତାମାନେ ଦଳ ଛାଡିବା ଏବେ କଂଗ୍ରେସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ନିକଟରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଯୋଗ ଦେଇଥିବା ଅଂଶୁମାନ ହଠାତ୍ ଦଳ ଛାଡିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 14, 2024, 11:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.