ETV Bharat / politics

ବିଜେପି ଛାଡିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି - Raghunatha mohanty quits BJP - RAGHUNATHA MOHANTY QUITS BJP

Former MLA Raghu Mohanty quits BJP: ବିଜେପି ଛାଡିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ରାଜ୍ୟ ସଭାପତିଙ୍କୁ ପଠାଇଲେ ଇସ୍ତଫାପତ୍ର । 2019ରେ ବିଜେପି ଟିକେଟରେ ଲଢି ହୋଇଥିଲେ ପରାଜିତ । ଅଧିକ ପଢନ୍ତୁ

ବିଜେପି ଛାଡିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

author img

By ETV Bharat Odisha Team

Published : Apr 6, 2024, 4:15 PM IST

Updated : Apr 6, 2024, 8:15 PM IST

ବିଜେପି ଛାଡିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ବର ଜିଲ୍ଲାର ବରିଷ୍ଠ ନେତା ରଘୁନାଥ ମହାନ୍ତି । ସେ ଆଜି ତାଙ୍କ ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଛନ୍ତି । ରଘୁ ପୂର୍ବରୁ ବିଜେଡି ସରକାରରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀରୁ 2014 ପର୍ଯ୍ୟନ୍ତ 5ଥର ବିଧାୟକ ହୋଇଥିଲେ ରଘୁ । ବୋହୂ ବର୍ଷାସୋନିଙ୍କୁ ନିର୍ଯାତନା ମାମଲାରେ ବିବାଦ ଘେରକୁ ଆସି ଦଳୀୟ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିଲେ ରଘୁ । 2014ରେ ତାଙ୍କ ଟିକେଟ କାଟିଥିଲା ବିଜେଡି । 2019ରେ ସେ ବିଜେପି ଟିକେଟରେ ମଧ୍ୟ ବସ୍ତାରୁ ବିଧାନସଭା ନିର୍ବାଚନ ଲଢିଥିଲେ । ହେଲେ ବିଜେଡି ପ୍ରାର୍ଥୀଙ୍କ ଠାରୁ ପରାଜିତ ହେବାକୁ ପଡିଥିଲା । ଆଜି ସେ ଭାରତୀୟ ଜନତା ପାର୍ଟି ଛାଡିବା ପରେ ପୁନର୍ବାର ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ବାଲେଶ୍ବର ଜିଲ୍ଲାର ବସ୍ତା ଆସନରୁ ୫ଥର ବିଜୟୀ ହୋଇ ବିଧାନସଭାକୁ ଯାଇଥିବା ରଘୁ ବିଜେଡିର ମୁଖ୍ୟ ସଚେତକ ଓ ମନ୍ତ୍ରୀ ମଧ୍ୟ ଥିଲେ । ତେବେ, ବଧୂ ନିର୍ଯାତନା ମାମଲାରେ ଗିରଫ ମଧ୍ୟ ହୋଇଥିଲେ ସେ । ଗିରଫ ହେବା ପରେ ତାଙ୍କୁ ବିଜେଡି ନିଲମ୍ବନ କରିଥିଲା । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରଘୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ସେ ବିଜେପି ଟିକେଟରେ ବସ୍ତା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ସୁଦ୍ଧା ନିର୍ବାଚନ ଜିତି ପାରିନଥିଲେ । ହେଲେ ଏବେ ବିଜେପିରୁ ଇସ୍ତଫା ଦେଇଥିବା ରଘୁନାଥ ମହାନ୍ତି ପୁଣି ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ :- କଟକ ବାରବାଟୀରେ ଏଥର ହେବ ଭଲ ଲଢେଇ: ପ୍ରକାଶ ବେହେରା - Prakash Behera on his candidacy

ସେପଟେ ଇସ୍ତଫା ପରେ ପ୍ରଥମ ପ୍ରତିକ୍ରିୟାରେ ରଘୁନାଥ କହିଛନ୍ତି, ‘‘ବାଲେଶ୍ଵର ବିଜେପିର ନେତୃତ୍ୱ ବହୁମାତ୍ରାରେ ଦୁର୍ବଳ ହୋଇସାରିଛି । ଏହି ସ୍ଥିତିରେ କାର୍ଯ୍ୟ କରିବା ସମ୍ଭବ ନୁହେଁ । ମୁଁ ଜଣେ ଦଳର ଶୃଙ୍ଖଳିତ କର୍ମୀ ଥିଲି । ଏବେ ବିଜେଡି ଫେରିବା ନେଇ କିଛି ଚିନ୍ତା କରିନି । ଏପର୍ଯ୍ୟନ୍ତ ବିଜେପି ବସ୍ତା ପାଇଁ ଟିକେଟ ଘୋଷଣା କରିନି । ବିଜେପିର ଦଳୀୟ ବିଚାରାଧାରା, ମୋ ଚିନ୍ତାରଧାରା ସହ ମିଶିଲାନି, ସେଥିପାଇଁ ବିଜେପି ଛାଡିଲି । ଆଗକୁ ନିର୍ବାଚନକୁ ଓଲାଇବି କି ନାହିଁ ତାହା ଏବେଠୁ କହିହେବ ନାହିଁ । ଆଗୁଆ ଏହି ନୀତିଗତ ନିଷ୍ପତି ନେବା କଥା କହିହେବ ନାହିଁ ।’’

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 6, 2024, 8:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.