ରାଉରକେଲା: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀକୁ ନେଇ ବିଜୁ ଜନତା ଦଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଥିବା ଗୋଷ୍ଠୀ କନ୍ଦଳକୁ ଛାଡ଼ି ନିର୍ବାଚନ ପୂର୍ବରୁ ଦଳ ଭିତରେ ଥିବା ମତଭେଦ ଭୁଲି ଏକ ହୋଇ ଲଢ଼ିବାକୁ ବିଜେତି ହାଇକମାଣ୍ଡଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ତେବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଏବଂ ରାଜ୍ୟ ଉପସଭାପତି ମଙ୍ଗଳା କିଷାନଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ମଙ୍ଗଳା ନିଜ ବଡ଼ ପୁଅ ଅନୀଲଙ୍କୁ ଆଗାମୀ ନିର୍ବାଚନ ପାଇଁ ଆଗକୁ ଆଣିବା ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।
- " class="align-text-top noRightClick twitterSection" data="">
ମଙ୍ଗଳାଙ୍କ ପୁଅ ବିଜେଡି ବୈଠକରେ ଯୋଗ ଦେବା ବର୍ତ୍ତମାନ ରାଜଗାଙ୍ଗପୁର ବିଜେଡିର ଚିତ୍ର ସ୍ପଷ୍ଟ ହେଉଛି ବୋଲି ଆଲୋଚନା ଚାଲିଛି । ଗତ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ଦଳ ହାରିଥିବା ବେଳେ ଏଥର ବିଜୟୀ ହେବା ନେଇ ଆଜିର ବୈଠକରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଉପରେ ଦଳୀୟ ନେତା ଗୁରୁତ୍ବ ପ୍ରଦାନ କରିଥିଲେ । ଘରେ ଘରେ ଯେମିତି ଶଙ୍ଖ ବାଜିବ ସେଥିପାଇଁ ତୃଣମୂଳସ୍ତରରେ ପ୍ରତ୍ୟେକ ବ୍ଲକରେ ଚାଲିଥିବା ପ୍ରସ୍ତୁତିକୁ ନେଇ ବ୍ଳକ ଓ ପୌରପାଳିକାର ସାଂଗଠନିକ କର୍ମୀ ବୈଠକରେ ଯୋଗ କରିଥିଲେ ।
ଦଳର ବରିଷ୍ଠ ନେତା ମଙ୍ଗଳାଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବା ନେଇ ନିଷ୍ପତ୍ତି ନିଆଯିବା ସହ ଦଳ ଯାହାକୁ ଟିକେଟ ଦେବ ତାଙ୍କ ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବା ଲାଗି ବୈଠକରେ ସମସ୍ତ ନେତା ମତବ୍ୟକ୍ତ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୌରପାଳିକା ଅଧ୍ୟକ୍ଷା, ଉପାଧ୍ୟକ୍ଷ, ବ୍ଳକ ଅଧ୍ୟକ୍ଷା, କୁତ୍ରା, ଲାଠିକଗ ଓ ରାଜଗାଙ୍ଗପୁରର ବ୍ଳକର ସମସ୍ତ ଜିଲ୍ଲା ପରିଷଦ ସଭ୍ୟସଭ୍ୟା, ସଂଗଠନର ବ୍ଳକ ଓ ପୌରପାଳିକା ସଭାପତି, ସରପଞ୍ଚ, ସମିତି ସଭ୍ୟସଭ୍ୟା ବ୍ୟତୀତ ବିଜୁ ଛାତ୍ର ଜନତା ଦଳ, ମହିଳା ଜନତା ଦଳ ସହ ଦଳର ବରିଷ୍ଠ ନେତା ଏବଂ ଶତାଧୁକ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।
ଏହା ବି ପଢନ୍ତୁ- ବିଜେଡି ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ, ଗୋଟିଏ ନିର୍ବାଚନ ମଣ୍ଡଳୀରେ ଏକାଧିକ କାର୍ଯ୍ୟକ୍ରମ
ସୂଚନା ଥାଉ କି ବୟସାଧିକ ଯୋଗୁଁ ମଙ୍ଗଳାଙ୍କ ସ୍ଥାନରେ କାହାକୁ ଟିକେଟ ଦିଆଯିବା ନେଇ ପୂର୍ବରୁ କଳ୍ପନା ଜଳ୍ପନା ଲାଗି ରହିଥିଲା । ମଙ୍ଗଳାଙ୍କ ପରେ ତାଙ୍କ ରାଜନୈତିକ ଦାୟାଦ ଭାବେ ପରିବାରର ଦୁଇ ପୁଅ ଏବଂ ଝିଅଙ୍କ ମଧ୍ୟରୁ କିଏ ହେବ ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋରସାରରେ ଚାଲିଥିଲା । କିଛି ଦିନ ହେବ ରାଜଗାଙ୍ଗପୁର ବିଧାୟକ ପ୍ରାର୍ଥୀ ଭାବେ ମଙ୍ଗଳାଙ୍କ ବଡ଼ ପୁଅ ଅନୀଲଙ୍କ ନାମ ଚର୍ଚ୍ଚାକୁ ଆସିବା ଓ ଆଜି ଏହି ବୈଠକରେ ଯୋଗ ଦେବା ପରେ ଦଳୀୟ କର୍ମୀଙ୍କ ମହଲରେ ଉତ୍କଣ୍ଠା ଦେଖାଯାଇଥିଲା ।
ଏହି ବୈଠକରେ ଅନୀଲଙ୍କୁ ସ୍ବାଗତ କରାଯାଇଥିବା ବେଳେ ନିଜ ଉଦବୋଧନରେ ଦଳର ବିଭିନ୍ନ ଲୋକଲିମୁଖୀ କାର୍ଯ୍ୟକ୍ରମ ସହ ମୁଖ୍ୟମନ୍ତ୍ରୀ ଏବଂ ୫T ଅଧ୍ୟକ୍ଷଙ୍କ କାର୍ଯ୍ୟଶୈଳୀକୁ ସେ ପ୍ରଶଂସା କରିଥିଲେ । ଆଗାମୀ ନିର୍ବାଚନ ମଙ୍ଗଳା ମୈଦାନକୁ ନ ଓହ୍ଲାଇ ପୁଅଙ୍କୁ ରାଜନୀତି ପାଇଁ ବାଟ ଛାଡ଼ି ଦେବା ନେଇ ହେଉଥିବା ଚର୍ଚ୍ଚା ବର୍ତ୍ତମାନ ସ୍ପଷ୍ଟ ହେଉଛି । ବିଧାନସଭା ନିର୍ବାଚନ ଟିକେଟ ପାଇଁ ଦଳରେ ଅନେକ ଆଶାୟୀ ଥିବା ବେଳେ ଆଗାମୀ ଦିନରେ ଦଳର ହାଇକମାଣ୍ଡ କାହାକୁ ଟିକେଟ୍ ଦେଉଛନ୍ତି ତାହା ଦେଖିବାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ତେବେ ଆଜି ମଙ୍ଗଳ କିଷାନଙ୍କ ପୁଅ ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଟିକେଟ ମିଳିବ ନେଇ ଆଲୋଚନା ଉପରେ ଆହୁରି ଜୋର ଧରିଛି ।
ଇଟିଭି ଭାରତ, ରାଉରକେଲା