ETV Bharat / politics

ସକାଳେ ବିଜେଡି ଛାଡ଼ିଲେ, ସନ୍ଧ୍ୟାରେ ବିଜେପିରେ ମିଶିଲେ - Purna Chandra Sethi Joins BJP

author img

By ETV Bharat Odisha Team

Published : Mar 26, 2024, 9:40 AM IST

Updated : Mar 26, 2024, 9:53 AM IST

Purna Chandra Sethi Joins BJP: ବିଜେପିରେ ମିଶିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ବିଜେଡି ଛାଡିବାର କିଛି ଘଣ୍ଟା ପରେ ପଦ୍ମ କ୍ୟାମ୍ପରେ ହେଲେ ସାମିଲ । ଅଧିକ ପଢନ୍ତୁ

PURNA CHANDRA
PURNA CHANDRA
PURNA CHANDRA

ଭୁବନେଶ୍ୱର: ସକାଳେ ବିଜେଡି ଛାଡିଲେ ସନ୍ଧ୍ୟାରେ ବିଜେପିରେ ମିଶିଲେ । ବିଜେଡି ଛାଡିବାର କିଛି ଘଣ୍ଟା ପରେ ବିଜେପିରେ ସାମିଲ ହେଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପୂର୍ଣ୍ଣଚନ୍ଦ୍ର । ବିଜେଡିରେ ତାଙ୍କୁ ଅଣଦେଖା କରାଯାଇଥିବା କାରଣ ଦର୍ଶାଇ ସେ ଦଳର ପ୍ରାଥମିକ ସଦସ୍ୟ ଓ ରାଜ୍ୟ ପରିଷଦ ସଦସ୍ୟ ପଦରୁ ଗତକାଲି(ସୋମବାର) ଇସ୍ତଫା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଶଙ୍ଖ ଛାଡ଼ିଲେ ଖଲିକୋଟ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଧରି ପାରନ୍ତି ପଦ୍ମ - Purna Sethy resigned from BJD

ବିଜେପିରେ ଯୋଗଦେବା ପରେ ସେ କହିଛନ୍ତି, ''୨୦୦୯ ଓ ୨୦୧୪ରେ ମୁଁ ଭଲ ଭୋଟରେ ଜିତିଥିଲି । କିଛି କାରଣବଶତଃ ମୋତେ ୨୦୧୯ରେ ବିଜେଡି ପକ୍ଷରୁ ଟିକେଟ ମିଳିନଥିଲା । ହେଲେ ଦଳ ଟିକେଟ ଦେଇଥିବା ପ୍ରାର୍ଥୀ ପାଇଁ ପ୍ରଚାର କରିବା ପାଇଁ କୁହାଯାଇଥିଲା । ମୁଁ ପ୍ରଚାର ମଧ୍ୟ କରିଥିଲି । ତା’ ପରେ ବି ମୋତେ ଦଳ ଭିତରେ ଅଣଦେଖା କରାଗଲା । ଏଥିପାଇଁ ମୁଁ ଦଳରୁ ଇସ୍ତଫା ଦେଇଦେଲି । ବିଜେପି ଗୋଟେ ରାଷ୍ଟ୍ରୀୟ ଦଳ । ମୋଦିଙ୍କ କାର୍ଯ୍ୟଶୈଳୀ ଦେଖି ମୁଁ ବିଜେପିରେ ଯୋଗଦେଲି । ଦଳ ଯାହା କାମ ଦେବ ତାକୁ ନିଷ୍ଠାର ସହିତ ପାଳନ କରିବି ।''

ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ମହିଳା କାର୍ଡ ଖେଳିଲା ବିଜେପି, ବସନ୍ତଙ୍କ ବଦଳରେ ପ୍ରାର୍ଥୀ ହେଲେ ମାଳବିକା - LOK SABHA ELECTIONS

ଖଲ୍ଲିକୋଟରୁ ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର ସେଠୀ । ୨୦୧୯ରେ ଦଳ ତାଙ୍କୁ ନିର୍ବାଚନ ଲଢିବା ପାଇଁ ଟିକେଟ ଦେଇନଥିଲା ଏବଂ ୨୦୨୪ରେ ପୁଣିଥରେ ସେ ଆଶାୟୀ ଥିଲେ ମଧ୍ୟ ଦଳରେ କୋଣଠେସା ଅଭିଯୋଗ କରି ଗତକାଲି ଦଳ ଛାଡିଥିଲେ । ନିକଟରେ ନବୀନ ନିବାସରେ ଆସିକା ଲୋକସଭା ସମୀକ୍ଷା ବୈଠକରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଡକାଯାଇନଥିଲା । ଯାହାକୁ ନେଇ ଅସନ୍ତୋଷ ଥିଲେ ପୂର୍ଣ୍ଣଚନ୍ଦ୍ର ସେଠୀ ।

ଅନ୍ୟପଟେ ବିଜେପିରେ ତାଙ୍କର ଯୋଗଦାନ ଦଳକୁ ଆହୁରି ଶକ୍ତିଶାଳୀ କରିବ ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଜେଡି ଟିକେଟରେ 2ଥର ବିଧାୟକ ହୋଇଛନ୍ତି । 2009ରୁ 2014 ଓ 2014ରୁ 2019 ପର୍ଯ୍ୟନ୍ତ ସେ ବିଜେଡି ଟିକେଟରେ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଆସିଥିଲେ । ଖଲ୍ଲିକୋଟରେ ତାଙ୍କର ବେଶ ଦବଦବା ମଧ୍ୟ ରହିଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 26, 2024, 9:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.