ETV Bharat / politics

ବିଜେପିକୁ ଫେରିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର, ନିର୍ବାଚନ ପୂର୍ବରୁ ଧରିଥିଲେ ହାତ - ଜଗଦୀଶ ସେଟ୍ଟାର

Jagadish Shettar re-joins BJP: ପୁଣି ବିଜେପିରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର । ଟିକେଟ୍ କଟିବାରୁ ଗତ ଏପ୍ରିଲରେ ଦଳ ଛାଡ଼ି କଂଗ୍ରେସରେ ମିଶିଥିଲେ । ଅଧିକ ପଢନ୍ତୁ

Jagadish Shettar re-joins BJP
ବିଜେପିକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର
author img

By ETV Bharat Odisha Team

Published : Jan 25, 2024, 1:39 PM IST

Updated : Jan 25, 2024, 3:33 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ପାଇଁ ବଡ଼ ଝଟକା । ବିଜେପିକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର । 2023 ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସରେ ମିଶିଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସେଟ୍ଟାର ପୁଣି ବିଜେପିରେ ସାମିଲ ହୋଇଛନ୍ତି । ଆଜି (ଗୁରୁବାର) ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଏବଂ କର୍ଣ୍ଣାଟକ ରାଜ୍ୟ ବିଜେପି ସଭାପତି ବିୱାଇ ବିଜେୟେନ୍ଦ୍ରଙ୍କ ଉପସ୍ଥିତିରେ ସେ ଦଳରେ ପୁଣିଥରେ ଯୋଗ ଦେଇଛନ୍ତି । ଗତବର୍ଷ ଏପ୍ରିଲରେ ଅନୁଷ୍ଠିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଟିକେଟ୍ କଟିବାରୁ ଅସନ୍ତୁଷ୍ଟ ହୋଇ ବିଜେପି ଛାଡି ହାତ ଧରିଥିଲେ ସେଟ୍ଟାର ।

  • #WATCH | Former Karnataka CM Jagadish Shettar re-joins BJP in the presence of former CM-senior party leader BS Yediyurappa and state BJP President BY Vijayendra, at BJP Headquarters in Delhi.

    He had quit BJP and joined Congress in April last year. pic.twitter.com/sVJpP9AVu2

    — ANI (@ANI) January 25, 2024 " class="align-text-top noRightClick twitterSection" data=" ">

ଜଗଦୀଶ ସେଟ୍ଟାର ଜଣେ ବରିଷ୍ଠ ଲିଙ୍ଗାୟତ ନେତା ଅଟନ୍ତି । କର୍ଣ୍ଣାଟକ ନିର୍ବାଚନରେ ଲିଙ୍ଗାୟତ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି । ସେଟ୍ଟାର କର୍ଣ୍ଣାଟକର ୧୫ତମ ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୨ ଜୁଲାଇରୁ ୨୦୧୩ ମେ' ପର୍ଯ୍ୟନ୍ତ ସେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପୂର୍ବତନ କର୍ଣ୍ଣାଟକ ରାଜ୍ୟ ସଭାପତି ଏବଂ ୬ ଥରର ବିଧାୟକ ଥିବା ସେଟ୍ଟାର କିନ୍ତୁ ୨୦୨୩ ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ସମସ୍ତଙ୍କୁ ଚମକାଇ କଂଗ୍ରେସରେ ସାମିଲ ହୋଇଥିଲେ ।

ଦଳ ତାଙ୍କୁ ଟିକେଟ ନ ଦେବାରୁ ଏଥିରେ ଅସନ୍ତୁଷ୍ଟ ଇସ୍ତଫା ଦେଇଥିଲେ ସେଟ୍ଟାର । ଏହାପରେ କଂଗ୍ରେସ ପ୍ରାର୍ଥୀ ଭାବେ ହୁବଲି ଧାରୱାଦ ଆସନରୁ ପ୍ରାର୍ଥୀ ହୋଇଥିଲେ । ହେଲେ ନିର୍ବାଚନରେ ବିଜେପି ପ୍ରାର୍ଥୀ ମହେଶ ଟେଙ୍ଗିନାକାଇଙ୍କ ଠାରୁ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ଏବେ ସେଟ୍ଟାର ବିଜେପିକୁ ବାହୁଡ଼ିବା ପରେ କର୍ଣ୍ଣାଟକରେ ବିଜେପି ସଂଗଠନ ଅଧିକ ସୁଦୃଢ଼ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Shettar Joins Congress: ହାତ ଧରିଲେ ଜଗଦୀଶ ଶେଟ୍ଟାର, ସପ୍ତାହରେ BJPକୁ ବାଏ ବାଏ କହିଲେଣି 2 ବଡ ନେତା
ଏହା ମଧ୍ୟ ପଢନ୍ତୁ: କଂଗ୍ରେସରେ ମିଶିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଶର୍ମିଲା

ପ୍ରକାଶ ଥାଉକି, ବିଜେପିରୁ ମୁଖ୍ୟମନ୍ତ୍ରୀ ଥିବା ସେଟ୍ଟାର ୧୯୯୯ ଏବଂ ୨୦୧୩ରେ ବିରୋଧୀ ଦଳ ନେତା ଥିଲେ । ୨୦୦୮ରୁ ୨୦୧୩ ମଧ୍ୟରେ ବାଚସ୍ପତି ଏବଂ ପରେ ଗ୍ରାମୀଣ ବିକାଶ ମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । ସଦାନନ୍ଦ ଗୌଡାଙ୍କ ଇସ୍ତଫା ପରେ ସେଟ୍ଟାର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଗତ ବିଧାନସଭା ନିର୍ବାଚନରେ ଟିକେଟ୍ କଟିବାରୁ ସେଟ୍ଟାରଙ୍କ ସହିତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ବିଜେପିରୁ ଇସ୍ତଫା ଦେଇଥିଲେ । ସାବଦୀ ମଧ୍ୟ ଲିଙ୍ଗାୟତ ସମାଜର ଜଣେ ବଡ଼ ନେତା ଅଟନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 25, 2024, 3:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.