ETV Bharat / politics

ବିଜେପି କ୍ୟାମ୍ପରେ ସୁନନ୍ଦା, ମନମୋହନଙ୍କ ବୟାନ ‘ଯାଜପୁରରୁ ଆରମ୍ଭ, ଖାଲି ହୋଇଯିବ ବିଜେଡି’ - ODISHA BJP JOINING PROGRAM

ବିଜେପିରେ ମିଶିଲେ ପୂର୍ବତନ ବିଜେଡି ବିଧାୟିକା ସୁନନ୍ଦା ଦାସ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବିସ୍ଫୋରକ ବୟାନ । ‘ଖାଲି ହୋଇଯିବ ବିଜେଡି’ ।

Sunanda Das Joins BJP
Sunanda Das Joins BJP (ETV Bharat Odisha)
author img

By ETV Bharat Odisha Team

Published : Nov 6, 2024, 5:32 PM IST

Updated : Nov 6, 2024, 8:12 PM IST

ଭୁବନେଶ୍ୱର: ବିଜେପିରେ ମିଶିଲେ ବରୀ ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ଗତ 30ରେ ସେ ବିଜେଡି ଛାଡିଥିଲେ । ଏହାସହ ଜଗତସିଂହପୁର, ଭଦ୍ରକ, ନୟାଗଡ, ସାନଖେମୁଣ୍ଡି, କଟକ ଓ ଯାଜପୁର ଜିଲ୍ଲାର ବ୍ଲକ ଓ ପଞ୍ଚାୟତ ସ୍ତରର ନେତା ବିଜେପିରେ ସାମିଲ ହୋଇଛନ୍ତି । ବରୀ ପୂର୍ବତନ ବିଧାୟକ ସୁନନ୍ଦା ଦାସଙ୍କ ସହ ଏକାଧିକ ସରପଞ୍ଚ ଓ ସମିତି ସଭ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

BJP Mishran Parba (ETV Bharat Odisha)

କିଏ କିଏ ବିଜେପିରେ ମିଶିଲେ?

ସେହିପରି କଟକ ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ଧର୍ମେଶ ନାୟକ ଓ ତାଙ୍କ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଭଦ୍ରକ ବାସୁଦେବପୁର ଯୁବ ବିଜେଡି ସଭାପତି ତଥା ବିଧାୟକଙ୍କ ପ୍ରତିନିଧି ଅସିତ ଦାସଙ୍କ ସମେତ ଏକାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ନିର୍ବାଚନ ବେଳେ ଦଳ ଛାଡିଥିବା ସାନଖେମୁଣ୍ଡିର ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନେକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ନୟାଗଡ଼ ଭାପୁରର ଯୁବ ନେତା ବିଭୂତି ପଟ୍ଟନାୟକ ତାଙ୍କ ଶହ ଶହ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ଜଗତସିଂହପୁର ବାଲିକୁଦା ଏରସମାର ବିଜେଡି ନେତା ଅକ୍ଷୟ ଲେଙ୍କା ଏବଂ ତପନ ଗୋଚ୍ଛାୟତଙ୍କ ନେତୃତ୍ୱରେ ଶହ ଶହ କର୍ମୀ ମାନେ ବିଜେପିରେ ସାମିଲ ହୋଇଛନ୍ତି ।

'ବିଜେଡି ଶୂନ ହୋଇଯିବ'

ଯାଜପୁର ସାଂସଦ ରବି ନାରାୟଣ ବେହେରା କହିଛନ୍ତି,"ସାରା ରାଜ୍ୟରେ ବିଜେଡି ଶୂନ ହୋଇଯିବ । 2029 ନିର୍ବାଚନ ବେଳକୁ ବିଜେଡି ଆଉ ଏକ ଦଳ ରହିବ ନାହିଁ । ବ୍ୟକ୍ତି ବିଶେଷ ନାଁ ଦେଉନି ହେଲେ ସମସ୍ତେ କେମିତି ଆସିବେ ବିଜେପିରେ ଯୋଗଦେବେ ସେନେଇ ଟ୍ରାକରେ ଅଛନ୍ତି । ପ୍ରଥମେ 16 ପରେ 27 ବଢ଼ି ବଢି଼ 50 ହୋଇଯିବେ ସମସ୍ତେ ଲମ୍ଫ ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ନିର୍ବଚନ ସମୟରେ କହିଥିଲେ 4 ଜୁନ ବିଜେଡି ଶୂନ । ଏହା ଯାଜପୁରବାସୀ ଆରମ୍ଭ କରିଛନ୍ତି । ଏହାପରେ ସାରା ଓଡ଼ିଶାରେ ହେବ ବିଜେଡି ପୂରା ଶୂନ ହୋଇଯିବ । ଦୁର୍ନୀତି ଭ୍ରଷ୍ଟାଚାର ଯାଜପୁରବାସୀ ଜବାବ ଦେବା ଆରମ୍ଭ କରିଛନ୍ତି ଓ ନିର୍ବାଚନ ପରେ ମଧ୍ୟ ଏହା ଚାଲିଛି । ଯାଜପୁର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ସାମିଲ ହୋଇଛନ୍ତି, ‘ହଜାର ହଜାର ବିଜେଡି କର୍ମୀ ବିଜେପିରେ ସାମିଲ ହେଉଛନ୍ତି ।"

ଏହା ବି ପଢନ୍ତୁ...ପଦ୍ମ ଧରିପାରନ୍ତି ପୂର୍ବତନ ବରି ବିଧାୟିକା ସୁନନ୍ଦା, କହିଲେ '3 ଦିନରେ ନୂଆ ଦଳରେ ଯୋଗ ଦେବି'

ଏହା ମଧ୍ୟ ପଢନ୍ତୁ :- ବିଜେଡି ଛାଡିବେ କି ଅମର ? ଶ୍ୱାସରୁଦ୍ଧ ହୋଇଥିଲେ ଦଳ ଛାଡନ୍ତୁ କହିଲେ ଲେନିନ, ବିଜେପି କହିଲା...

ଏମିତି କହିଲେ ରାଜ୍ୟ ବିଜେପି ସଭାପତି:

ସେପଟେ ସାଂସଦ ରବୀନ୍ଦ୍ର ବେହେରାଙ୍କ ବିଜେଡି ଖାଲି ବୟାନ ପରେ ବିଜେପି ରାଜ୍ୟ ସଭାପତିଙ୍କ ଦେଇଛନ୍ତି ବିସ୍ଫୋରକ ବୟାନ । ମନମୋହନ ସାମଲ କହିଛନ୍ତି, "ବିଜେପିରେ ମିଶିବାକୁ ବିଜେଡି ନେତାଙ୍କ ଆବେଦନ ଲମ୍ବା ଅଛି, ସମସ୍ତଙ୍କ ସହିତ କଥାବାର୍ତ୍ତା ଚାଲିଛି । ସ୍ଥାନୀୟ ନେତାଙ୍କ ସହିତ ଆଲୋଚନା ପରେ ଦଳରେ ଯୋଗଦେବା କାର୍ଯ୍ୟକ୍ରମ ସ୍ଥିର ହେବ। ତାଙ୍କ ଭିତରେ ଲୋକ ପ୍ରତିନିଧି ଅଛନ୍ତି, ଯୋଗଦେବା ପରେ ଜାଣିବେ କେଉଁମାନେ ଅଛନ୍ତି । ବିଜେପି ବିଧାୟକ ବିଜେଡି ଲିଙ୍କରେ ଥିବା ସାଂସଦ ମୁନା ଖାନଙ୍କ ବୟାନ ଉପରେ କହିଛନ୍ତି ଯେ ଯେଉଁମାନେ ବିଜେଡିରୁ ଆସିଛନ୍ତି ସେମାନେ ଯୋଗାଯୋଗ କରନ୍ତୁ ସାମିଲ କରିବାକୁ ଚେଷ୍ଟା କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ୱର

Last Updated : Nov 6, 2024, 8:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.