ETV Bharat / politics

ବିଜେପିରେ ମିଶିଲେ ପ୍ରବୋଧ ତିର୍କୀ, ଟିକଟ ଫେରାଇ ନେବା ପରେ ଛାଡିଥିଲେ କଂଗ୍ରେସ - Prabodh Tirkey Joins BJP - PRABODH TIRKEY JOINS BJP

Prabodh Tirkey Joins BJP: ବିଜେପିରେ ସାମିଲ ହେଲେ ପୂର୍ବତନ ହକି ଅଧିନାୟକ ପ୍ରବୋଧ ତିର୍କୀ । କଂଗ୍ରେସ ତାଙ୍କୁ ଟିକେଟ୍ ଦେଇ ଫେରାଇ ନେଇଥିବାରୁ ଅପମାନ ଅନୁଭବ କରି ଦଳ ଛାଡିଥିଲେ । ଅଧିକ ପଢନ୍ତୁ

Prabodh Tirkey Joins BJP
Prabodh Tirkey Joins BJP
author img

By ETV Bharat Odisha Team

Published : Apr 25, 2024, 8:25 PM IST

ଭୁବନେଶ୍ବର: ଆଜି ବିଜେପିରେ ସାମିଲ ହେଲେ ପୂର୍ବତନ ହକି ଅଧିନାୟକ ପ୍ରବୋଧ ତିର୍କୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ଅବସରରେ ଆଜି ସୋନପୁରରେ ବିଜେପିର ଏକ ବିଶାଳ ସମାବେଶର ଆୟୋଜନ ହୋଇଥିଲା । ଯେଉଁଥିରେ ଯୋଗ ଦେବା ସହ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ପ୍ରବୋଧ । ତାଙ୍କ ଯୋଗଦାନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ସମେତ ବହୁ ଶୀର୍ଷ ନେତା ଉପସ୍ଥିତ ଥିଲେ ।

ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତିର୍କୀ ଗତ ୨୦ ତାରିଖରେ କଂଗ୍ରେସ ଛାଡିଥିଲେ । ତେବେ ପ୍ରାର୍ଥୀ ଚୟନର ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ପକ୍ଷରୁ ପ୍ରବୋଧ ତିର୍କୀଙ୍କ ନାମ ଘୋଷଣା କରାଯାଇଥିଲା । ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ପ୍ରଥମେ ପ୍ରବୋଧ ତିର୍କୀଙ୍କ ନାଁ ଘୋଷଣା କରିଥିଲା ଦଳ । ଏଥର କଡା ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଆଶା ରଖିଥିଲେ ପ୍ରବୋଧ ଓ ତାଙ୍କ କର୍ମୀ । ହେଲେ ପରବର୍ତ୍ତୀ ସମୟରେ କଂଗ୍ରେସ ତା'ର ନିଷ୍ପତ୍ତି ପରିବର୍ତ୍ତନ କରିଥିଲା । ଏମିତିକି ପ୍ରବୋଧ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଥିବାବେଳେ ଦଳ ତାଙ୍କଠୁ ଫେରାଇ ନେଇଥିଲା ଟିକଟ ।

ଏହା ବି ପଢନ୍ତୁ...ତଳସରା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ପ୍ରବୋଧ ତିର୍କୀଙ୍କ ସ୍ଥାନରେ ଦେବେନ୍ଦ୍ର ଭିତରିଆ - ODISHA ASSEMBLY ELECTION 2024

ଏହା ବି ପଢନ୍ତୁ...ଦିଗପହଣ୍ଡି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ଜାଣନ୍ତୁ କାହାକୁ ମିଳିଲା ଟିକଟ - Congress Candidate Replacement

ଏହିପରିଭାବେ ଟିକଟ ପରିବର୍ତ୍ତନ ନେଇ ଅସନ୍ତୋଷ ଥିଲେ ପ୍ରବୋଧ । ତଳସରା ନିର୍ବାଚନ ମଣ୍ଡଳୀରୁ ତାଙ୍କ ଟିକଟ କାଟି ଦେବେନ୍ଦ୍ର ଭିତରିଆଙ୍କ ନାଁ ଘୋଷଣା କରିଥିଲା କଂଗ୍ରେସ । ଯାହାକୁ ନେଇ ପ୍ରବୋଧ ଅସନ୍ତୋଷ ଜାହିର କରିଥିଲେ । ପ୍ରବୋଧଙ୍କ ସମେତ ତାଙ୍କ ସମର୍ଥକମାନେ ମଧ୍ୟ କଂଗ୍ରେସର ଏଭଳି ନିଷ୍ପତ୍ତିକୁ ବିରୋଧ କରିଥିଲେ । ଆଉ ଶେଷରେ ସେ ଦଳ ଛାଡିଥିଲେ ।

ସୂଚନା ଯୋଗ୍ୟ, ପ୍ରବୋଧ ତିର୍କୀ ଭାରତୀୟ ହକି ଖେଳାଳି ଇଗନାନ୍ସ ତିର୍କୀଙ୍କର ଭାଇ ଅଟନ୍ତି । ପ୍ରବୋଧ ମଧ୍ୟ ପୂର୍ବରୁ ଭାରତୀୟ ହକି ଟିମର ଅଧିନାୟକ ରହିଛନ୍ତି । 2007 ମସିହାରେ ଚେନ୍ନାଇରେ ଅନୁଷ୍ଠିତ ଏସିଆ କପରେ ଭାରତୀୟ ହକି ଟିମ ବିଜେତା ହୋଇଥିବାବେଳେ ସେହି ସମୟରେ ମଧ୍ୟ ଏହି ଟିମରେ ଖେଳିଥିଲେ ପ୍ରବୋଧ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.