ETV Bharat / politics

BJPରେ ମିଶିଲେ ପୂର୍ବତନ କଂଗ୍ରେସ ସାଂସଦ, ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ - Naveen Jindal Joins BJP - NAVEEN JINDAL JOINS BJP

Naveen Jindal Joins BJP : କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିଳ୍ପପତି ନବୀନ ଜନ୍ଦଲ । କହିଲେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ‘ବିକଶିତ ଭାରତ’ ଅଭିଯାନରେ ନିଜକୁ ସାମିଲ କରିବେ । ଅଧିକ ପଢନ୍ତୁ

BJP ରେ ମିଶିଲେ ପୂର୍ବତନ କଂଗ୍ରେସ ସାଂସଦ, ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ

author img

By ETV Bharat Odisha Team

Published : Mar 24, 2024, 9:05 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ପୂର୍ବତନ କଂଗ୍ରେସ ସାଂସଦ ନବୀନ ଜିନ୍ଦଲ । ଆଜି ସେ ପାର୍ଟି ମୁଖ୍ୟାଳୟରେ ବିଜେପିରେ ସାମିଲ ହେବା ସହ ଏହି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଭାବୀ ନେତୃତ୍ବକୁ ଧନ୍ୟବାଦ ଦେଇଛନ୍ତି । ବିଜେପିର ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାଓ୍ବଡେ ତାଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ବାଗତ କରିଛନ୍ତି । ହରିୟାଣାର କୁରୁକ୍ଷେତ୍ରରୁ କଂଗ୍ରେସ ଟିକେଟରେ ନବୀନ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ନବୀନ ଏବେ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ (ଜେଏସପିଏଲ)ର ଅଧ୍ୟକ୍ଷ ରହିଛନ୍ତି । ଚଳିତଥର ସେ ବିଜେପି ଟିକେଟରୁ ଲଢିବା ନେଇ ଏକ ପ୍ରକାର ସ୍ପଷ୍ଟ ଦୃଶ୍ୟମାନ ହେଉଥିଲେ ସୁଦ୍ଧା ଆସନ ନେଇ କୌଣସି ସୂଚନା ସାମ୍ନାକୁ ଆସିନି ।

ପଦ୍ମ ଧରିବା ପରେ ପ୍ରେସମିଟରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି, "ମୁଁ କୁରୁକ୍ଷେତ୍ରରୁ 10ବର୍ଷ ଧରି କଂଗ୍ରେସର ସାଂସଦ ଭାବେ କାର୍ଯ୍ୟ କରିଥିଲି । ଆଜି ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି । ଏବେ ବିଜେପିରେ ଯୋଗଦାନ କରି ଖୁସି ଅନୁଭବ କରୁଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ କାରଣରୁ ଏହି ନିଷ୍ପତ୍ତି ନେଇଛି । ଆଜି ମୋ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ମୁଁ ଏବେ ଦେଶ ପାଇଁ କାମ କରିପାରିବି । ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ’ ସ୍ବପ୍ନରେ ମୁଁ ମଧ୍ୟ ଯୋଗଦାନ କରିବାକୁ ଚାହେଁ ।"

ଏହା ମଧ୍ୟ ପଢନ୍ତୁ :- ଦୁଇଟି ପର୍ଯ୍ୟାୟରେ ୟୁପିରେ 25 ଲୋସସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ମାୟାବତୀଙ୍କ ଦଳ - BSP Candidates List

ବିଜେପିରେ ସାମିଲ ହେବା ପୂର୍ବରୁ ସେ ଟ୍ବିଟ କରି କଂଗ୍ରେସରୁ ଇସ୍ତଫା ଦେଇଥିବା କଥା ଘୋଷଣା କରିଥିଲେ । 10ବର୍ଷ ସାଂସଦ ଭାବେ କାର୍ଯ୍ୟ କରିବାର ଅବସର ପାଇଁ ସେ ଭେଟେରାନ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାର କିଛି ଘଣ୍ଟା ମଧ୍ୟରେ ସେ ବିଜେପି ମୁଖ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ତେବେ ବିଜେପିର ପରବର୍ତ୍ତୀ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆଜି ପୂର୍ବତନ ବାୟୁସେନା ମୁଖ୍ୟ ଭଦୋରିଆ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଭଦୋରିଆ ପଦ୍ମ ଧରିବା ପରେ ପାର୍ଟି ମୁଖ୍ୟ ଜେପି ନଡ୍ଡାଙ୍କୁ ସହ ମଧ୍ଯ ସାକ୍ଷାତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.