ETV Bharat / politics

ବିଜେଡିରେ ସାମିଲ ହେଲେ ପାଟଣାଗଡର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ପୁରୋହିତ - BJD Joining Program - BJD JOINING PROGRAM

Ramesh Kumar Purohit Joins BJD: ଶତାଧିକ କଂଗ୍ରେସ କର୍ମୀଙ୍କ ସହ ବିଜେଡିରେ ସାମିଲ ହେଲେ ପାଟଣାଗଡ ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ରମେଶ କୁମାର ପୁରୋହିତ । ଅଧିକ ପଢ଼ନ୍ତୁ

ବିଜେଡିରେ ସାମିଲ ହେଲେ ପାଟଣାଗଡର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ପୁରୋହିତ

author img

By ETV Bharat Odisha Team

Published : Apr 26, 2024, 10:36 PM IST

ବିଜେଡିରେ ସାମିଲ ହେଲେ ପାଟଣାଗଡର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ପୁରୋହିତ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ବଳ ଗୋଟାଉଛି ବିଜେଡି । ଅନ୍ୟ ଦଳ ଛାଡି ଶଙ୍ଖ ଫୁଙ୍କୁଛନ୍ତି ବରିଷ୍ଠ ନେତା । ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ରମେଶ କୁମାର ପୁରୋହିତ ବିଜେଡିରେ ସାମିଲ ହୋଇଛନ୍ତି । ରମେଶଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଯୋଡି ହୋଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ରମେଶ ।

ଆଜି ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିବା ବେଳେ ପାଟଣାଗଡ ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ରମେଶ କୁମାର ପୁରୋହିତ ଶତାଧିକ କଂଗ୍ରେସ କର୍ମୀଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, କଣ୍ଟାବାଞ୍ଜି ଓ ପଦ୍ମପୁର ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ମୌସମ ମିଶ୍ରଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ରମେଶଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ବିଜେଡି ନେତା ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ରମେଶ ଓ ଟିମକୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ରମେଶ ଓ କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବଲାଙ୍ଗୀର ଜିଲ୍ଲା ବିଶେଷକରି ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଜେଡି ନେତା କହିଛନ୍ତି ।

ତେବେ ବିଜେଡିରେ ସାମିଲ ହେବା ପରେ ରମେଶ କୁମାର ପୁରୋହିତ କହିଛନ୍ତି, "ଦୀର୍ଘ ୨୨ ବର୍ଷ ହେଲା କଂଗ୍ରେସରେ କାମ କରୁଥିଲି । ୨୦୧୯ରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିଲି । ଏବେ ଦଳ ଛାଡ଼ିଲି, କାରଣ ଦଳ ମୋ ଭଳି ଯୁବ ନେତୃତ୍ୱକୁ ଦଳ ଅବହେଳା କଲା । ବଲାଙ୍ଗୀର ଲୋକସଭା ପାଇଁ ବାହାର ଲୋକଙ୍କୁ ଆଣି କଂଗ୍ରେସ ପ୍ରାର୍ଥୀ କଲା । ଦଳରେ କୋଣଠେସା ହୋଇ ରହିଥିଲୁ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିରେ ସାମିଲ ହେଲେ AICC ସଦସ୍ୟ ବିଦୁ ଭୂଷଣ ତ୍ରିପାଠୀ - Congress Leaders Joined BJD

ରମେଶ ଆହୁରି ମଧ୍ୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛୁ । ହରିଶଙ୍କର ପୀଠର ବିକାଶ ହୋଇଛି । ଅଞ୍ଚଳରେ ରୋଜଗାର ସୃଷ୍ଟି ହୋଇଛି । ଅଞ୍ଚଳର ଆର୍ଥିକ ସ୍ଥିତି ସ୍ଵଚ୍ଛଳ ହୋଇଛି । ଦଳରେ ମୋତେ ଏବଂ ମୋ ସହ ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ସାଂଗଠନିକ ସମ୍ପାଦକ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।" ଶଙ୍ଖ ଭବନେରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ପ୍ରତୀକ କୁମାର ନାୟକ, ହରେକୃଷ୍ଣ ମେହେର, ଲିଲୁରାମ ଜୈନ, ରାଜୁ ନାଗ, ଋଷିରାଜ ନାଗ, ପ୍ରକାଶ ପୁରୋହିତ, ବାପି ସାମଲ, ଜେତା ସାହୁ, ବସନ୍ତ ବୁଡେକ, ହିରାଧର ଗୁରୁ, ଦୀପ୍ତି ସିଂହ ଗୁରୁ ଓ ରାଧାମାଧବ ବାରିକଙ୍କ ସହ ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.