ETV Bharat / politics

ହେଲିକପ୍ଟର ଗସ୍ତରେ କେତେ ଖର୍ଚ୍ଚ କରିଥିଲେ ପାଣ୍ଡିଆନ; ହିସାବ କରୁଛନ୍ତି ମୋହନ ସରକାର - Pandian Politics

author img

By ETV Bharat Odisha Team

Published : Aug 9, 2024, 8:23 PM IST

Probe Into VK Pandian's Chopper rides: ରାଜ୍ୟ ସରକାରଙ୍କ ସ୍କାନରରେ ଭିକେ ପାଣ୍ଡିଆନ । ପାଣ୍ଡିଆନଙ୍କ ଦ୍ବାରା ହେଲିକପ୍ଟର ବ୍ୟବହାରକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କଲା ବିଜେପି । ଚାଲିଛି ହେଲିକପ୍ଟର ଗସ୍ତ ଖର୍ଚ୍ଚର ହିସାବ । ଯଦି ରାଜକୋଷରୁ ଅର୍ଥ ଖର୍ଚ୍ଚ କରିଥିବେ ତେବେ କାର୍ଯ୍ୟାନୁଷ୍ଠାନ ନେଇ ଏମିତି କହିଲେ ରାଜ୍ୟ ପରିବହନ ମନ୍ତ୍ରୀ । ଅଧିକ ପଢନ୍ତୁ

VK Pandian Chopper rides
VK Pandian Chopper rides (ETV Bharat Odisha)

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ 5T ସଚିବ ଭିକେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିଲେ । କଟକ ହେଉକି କୋରାପୁଟ, ମୟୂରଭଞ୍ଜ ହେଉକି ଗଞ୍ଜାମ ଗସ୍ତରେ ସେ ହେଲିକପ୍ଟର ବ୍ୟବହାର କରୁଥିଲେ । ହେଲିକପ୍ଟର ବ୍ୟବହାର ଓ ଖର୍ଚ୍ଚ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ ସେବେର ବିରୋଧୀ ଦଳ ବିଜେପି । ବିଜେପି ଶାସନକୁ ଆସିବା ପରେ ଏହାର ତଦନ୍ତ ଚାଲିଥିବା ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ଏନେଇ ବିଜେଡି କିମ୍ବା ଭିକେ ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ହେଲିକପ୍ଟର ଗସ୍ତରେ କେତେ ଖର୍ଚ୍ଚ କରିଥିଲେ ପାଣ୍ଡିଆନ; ହିସାବ କରୁଛନ୍ତି ମୋହନ ସରକାର (ETV Bharat Odisha)

ରାଜକୋଷରୁ ଅର୍ଥ ଖର୍ଚ୍ଚ କରିଥିଲେ କାର୍ଯ୍ୟାନୁଷ୍ଠାନ:-

ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, "ସରକାର ସବୁ ଘଟଣା ଉପରେ ନଜର ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଲକ୍ଷ ଲକ୍ଷ ଲୋକଙ୍କୁ ଭେଟୁଛନ୍ତି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଲୋକଙ୍କୁ ଭେଟିଛନ୍ତି କାହିଁ ପଇସାଟେ ଖର୍ଚ୍ଚ ହୋଇନାହିଁ । ଯଦି କୌଣସି ଅଧିକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଅପବ୍ୟୟ କରିଥିବେ, ଆମ ସରକାର ନଜର ରଖିଛି । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ । ପୂର୍ବତନ 5ଟି ସଚିବ ଭିକେ ପାଣ୍ଡିଆନ ସାରା ରାଜ୍ୟ ବୁଲୁଥିଲେ । 2020 ଫେବ୍ରୁଆରୀରୁ ଡିସେମ୍ବର 2023 ପର୍ଯ୍ୟନ୍ତ ନିରବଛିନ୍ନ ଭାବେ ହେଲିକପ୍ଟରରେ ବୁଲୁଥିଲେ । ଜନସାଧାରଣ ଏହା ଦେଖିଛନ୍ତି । ଲୋକେ ଏହାକୁ ହଜମ କରିପାରୁନଥିଲେ । ଏ ବୁଲିବା ପାଇଁ ଅର୍ଥ ବାବଦରେ ଜନସାଧାରଣ ପ୍ରଶ୍ନ ପଚାରୁଛନ୍ତି । ମୋହନ ମାଝୀ ସରକାର ଶୂନ୍ୟ ଦୁର୍ନୀତି ଲାଗି ସଂକଳ୍ପବଦ୍ଧ ।"

ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ
ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ (File Photo)

ଚାଲିଛି ହେଲିକପ୍ଟର ଗସ୍ତ ଖର୍ଚ୍ଚର ହିସାବ:-

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ପାଣ୍ଡିଆନଙ୍କ ଗସ୍ତ ଓ ଏ ବାବଦରେ ହୋଇଥିବା ଖର୍ଚ୍ଚ ବାବଦରେ ତଦନ୍ତ ଜାରି ରହିଛି । ବିଭିନ୍ନ ସଂସ୍ଥା ତରଫରୁ ତଦନ୍ତ ଓ ହିସାବ ନିଆଯାଇଛି । ଏହାର ତର୍ଜମା ଚାଲିଛି । ଟିକେ ଅପେକ୍ଷା କରନ୍ତୁ । ଲୋକଙ୍କୁ ଭେଟିବା ଓ ସେବା ଦେବା ଲାଗି ରାଜକୋଷରୁ କୋଟି କୋଟି ଟଙ୍କା ଲୁଣ୍ଠନ କରିବା ବା ଖର୍ଚ୍ଚ କରିବାକୁ ସହଜରେ କେହି ଗ୍ରହଣ କରିପାରିବେ ନାହିଁ । ବସ, କାର, ହେଲିକପ୍ଟରରେ ବୁଲନ୍ତୁ । ବସ ଓ କାରରେ ବୁଲିଥିଲେ କିଏ କାହିଁକି ପ୍ରଶ୍ନ କରିଥାନ୍ତା ? ସରକାରଙ୍କ ନିୟମ ଅଛି କିଏ ଓ କେଉଁ କାରଣ ଲାଗି ହେଲିକପ୍ଟର ବ୍ୟବହାର କରିପାରିବେ । ସବୁ କଥାକୁ ଉପେକ୍ଷା କରି ତାକୁ ଅନ୍ୟାୟାସରେ ବ୍ୟବହାର କରିବାକୁ ମୋହନ ସରକାର ଗ୍ରହଣ କରିପାରିବେ ନାହିଁ । ତଦନ୍ତ ପ୍ରଶ୍ନ ଗଣମାଧ୍ୟମର ନୁହେଁ ଜନସାଧାରଣଙ୍କର ପ୍ରଶ୍ନ । ପ୍ରଥମରୁ ମୁଁ କହିଛି ଏହାର ତଦନ୍ତ ହେବ ।"

ଏହା ବି ପଢନ୍ତୁ- ପାଣ୍ଡିଆନଙ୍କ 75ଥର ହେଲିକପ୍ଟର ଗସ୍ତ, ଖର୍ଚ୍ଚ ହେଲାଣି 500କୋଟି; ଜବାବ ମାଗିଲା ବିଜେପି

ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ
ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ (File Photo)

ସେହିପରି ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଲୋକେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗୁଛନ୍ତି । ମୋହନ ସରକାର ଲୋକଙ୍କ ସରକାର କାହିଁକି ତଦନ୍ତ କରିବେ ନାହିଁ । ପୂର୍ବ ସରକାରରେ ଏ ନେଇ ତଥ୍ୟ ମଗାଯାଇଥିଲା । କିନ୍ତୁ ଉତ୍ତର ମିଳିନଥିଲା । କାହିଁକି ଉତ୍ତର ମିଳିନଥିଲା, ତାହା ସମସ୍ତେ ଜାଣିଛନ୍ତି । କେବଳ ତତ୍କାଳୀନ 5ଟି ସଚିବ ଭିକେ ପାଣ୍ଡିଆନ ନା ତତ୍କାଳୀନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ନେଇ ତଦନ୍ତ ହେବା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, "ବହୁତ କଥା ରହିଛି । ଟିକେ ଅପେକ୍ଷା କଲେ ସବୁ କଥା ସଫା ସଫା ବାହାରିବ । ବହୁତ ଅଫିସର ନିଜର ନଥିପତ୍ରକୁ ଏପଟ ସେପଟ କରିବାର ଗୁଜବ ଅଛି । ଲୋକେ ଏ କଥା ମଧ୍ୟ ଚର୍ଚ୍ଚା କରୁଛନ୍ତି । ବହୁତ ଭୁଲ ଭିତରେ ସରକାର ଚାଲିଥିଲା । ବହୁତ ଭୁଲର ତର୍ଜମା ନୂଆ ସରକାର କରୁଛି । ଆମ ସରକାର ସେ ଭୁଲ କରିବେ ନାହିଁ । ସେପଟେ ଏନେଇ ଭିକେ ପାଣ୍ଡିଆନ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

କଣ କହିଲା କଂଗ୍ରେସ ?

ପୂର୍ବତନ ବିଜେଡି ନେତା ଭି.କେ ପାଣ୍ଡିଆନ ହେଲିକପ୍ଟର ବୁଲିବା ଖର୍ଚ୍ଚର ତଦନ୍ତ ହେବ ବୋଲି ମନ୍ତ୍ରୀ କହିବା ପରେ ମତ ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି, "ମନ୍ତ୍ରୀଙ୍କ କଥାକୁ ମୁଁ ସମର୍ଥନ କରୁଛି । ତଦନ୍ତ ହେବା ଆବଶ୍ୟକ । ଏହି ତଦନ୍ତ ରିପୋର୍ଟ ସାର୍ବଜନୀନ ମଧ୍ୟ କରିବାର ଆବଶ୍ୟକତା ରହିଛି ।"

ହେଲିକପ୍ଟରରେ ବୁଲି ଉଡାଉଥିଲେ କୋଟି କୋଟି !

ହେଲିକପ୍ଟର ଯାତ୍ରାରେ ପାଣ୍ଡିଆନ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା । ୨୦୧୩ ରୁ ୨୦୨୪ ଭିତରେ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ଅଭିଯୋଗ ହୋଇଛି । ପାଣ୍ଡିଆନ ଗସ୍ତ ପାଇଁ ପ୍ରତି ବ୍ଲକରେ ତିଆରି ହେଉଥିଲା ହେଲିପ୍ୟାଡ୍ । ବିଜେଡି ସରକାର ସମୟରେ ତତ୍କାଳୀନ ସରକାରର ନେତା ନଂ2 ଭି କେ ପାଣ୍ଡିଆନ ହେଲିକ୍ୟାପ୍ଟରରେ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିଲେ । ଭୁବନେଶ୍ବରରୁ ପାଖ ହେଉ ଅବା ଦୂର ଯୁଆଡେ ଯାଉଥିଲେ ହେଲିକ୍ୟାପ୍ଟରରେ ଯାଇ ନିର୍ବାଚନୀ ପ୍ରଚାର କରୁଥିଲେ ପାଣ୍ଡିଆନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.