ETV Bharat / politics

ପଦ୍ମ ଧରିଲେ ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ - RKS Bhadauria joins BJP - RKS BHADAURIA JOINS BJP

RKS Bhadauria joins BJP: ରାଜନୀତିକୁ ପ୍ରବେଶ କଲେ ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ । ବିିଧିବଦ୍ଧ ଭାବରେ ବିଜେପିରେ ହେଲେ ସାମିଲ । ଅଧିକ ପଢନ୍ତୁ

RKS Bhadauria
RKS Bhadauria
author img

By ETV Bharat Odisha Team

Published : Mar 24, 2024, 12:51 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଦଳକୁ ମିଳୁଛି ବଳ । ଜଣଙ୍କ ପରେ ଜଣେ ବିଶିଷ୍ଟ ବ୍ୟକ୍ତି ଦଳରେ ସାମିଲ ହେଉଛନ୍ତି । ଆଜି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ଭାରତୀୟ ବାୟୁସେନାର ମୁଖ୍ୟ ରାକେଶ କୁମାର ସିଂହ ଭଦୋରିଆ । ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ସେ ଆଜି ଆରକେଏସ ଭଦୋରିଆ ପଦ୍ମ ଧରିଛନ୍ତି । ଅବସର ନେବାର ଅଢେଇ ବର୍ଷ ପରେ ସେ ରାଜନୀତିରେ ପ୍ରବେଶ କରିଛନ୍ତି । ସେ ଚଳିତ ଲୋକସବା ନିର୍ବାଚନ ଲଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ-ବିଜେପିରେ ମିଶିଲେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ, କାଲି ଛାଡ଼ିଥିଲେ କଂଗ୍ରେସ

ବିଜେପିରେ ସାମିଲ ହେବା ପରେ ରାକେଶ କୁମାର ସିଂହ ଭଦୋରିଆ କହିଛନ୍ତି , ''ମୋତେ ପୁଣି ଥରେ ରାଷ୍ଟ୍ର ନିର୍ମାଣରେ ସାମିଲ ହେବାର ସୁଯୋଗ ଦେଇଥିବାରୁ ମୁଁ ଦଳର ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଉଛି । ଚାରି ଦଶନ୍ଧିରୁ ଅଧିକ ସମୟ ଧରି ମୁଁ ବାୟୁସେନାରେ କାମ କରିଛି, କିନ୍ତୁ ମୋର ସେବାର ସର୍ବୋତ୍ତମ ସମୟ ହେଉଛି ବିଜେପି ସରକାରଙ୍କ ନେତୃତ୍ୱରେ 8 ବର୍ଷ ଧରି କାମ କରିବା । ବାୟୁସେନାକୁ ସଶକ୍ତିକରଣ ତଥା ଆଧୁନିକୀକରଣ ତଥା ଆତ୍ମନିର୍ଭରଶୀଳ କରିବା ପାଇଁ ବିଜେପି ସରକାର ନେଇଥିବା କଠୋର ପଦକ୍ଷେପ ଏକ ସେନାକୁ ନୂଆ ଜନ୍ମ ଦେଇଛି । ଏହା ସେନାକୁ ଏକ ନୂତନ ଆତ୍ମବିଶ୍ୱାସ ମଧ୍ୟ ଦେଇଛି । ସରକାରଙ୍କ ଆତ୍ମନିର୍ଭରଶୀଳ ପଦକ୍ଷେପ ଭୂମିରେ ଦେଖିବାକୁ ମିଳେ । ସୁରକ୍ଷା ଦୃଷ୍ଟିରୁ ସରକାର ଗ୍ରହଣ କରୁଥିବା ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ବିଶ୍ବସ୍ତରରେ ଭାରତକୁ ଏହା ବହୁ ଉଚ୍ଚସ୍ଥାନକୁ ନେଇଯିବ । ''

ଆରକେଏସ୍ ଭଦୋରିଆ 30 ସେପ୍ଟେମ୍ବର 2019 ରୁ 30 ସେପ୍ଟେମ୍ବର 2021 ପର୍ଯ୍ୟନ୍ତ 23 ତମ ବାୟୁସେନା ମୁଖ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ସେ ଆଗ୍ରା ଜିଲ୍ଲାର ବାହ ତହସିଲର ବାସିନ୍ଦା । ଲୋକସଭା ନିର୍ବାଚନ ପାଇଁ ବିଜେପି ତାଙ୍କୁ ଗାଜିଆବାଦରୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ବର୍ତ୍ତମାନ ଗାଜିଆବାଦ ଆସନରେ ସାଂସଦ ରହିଛନ୍ତି ସେନାରୁ ଅବସର ନେଇଥିବା ଜେନେରାଲ ଭିକେ ସିଂ । ଏହି ଆସନରୁ ସେ 2 ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ବିଜେପି ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ପରମୁହୂର୍ତ୍ତରେ ହିଁ ଜଣାପଡିବ । ଆଜି ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ ବୋଲି କୁହାଯାଉଛି । ଗତକାଲି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଶେଷ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ବିଜେପିକୁ ଫେରିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର, ନିର୍ବାଚନ ପୂର୍ବରୁ ଧରିଥିଲେ ହାତ

ବାୟୁସେନାର ସବୁଠୁ ଦକ୍ଷ ପାଇଲଟ ଭାବେ ଜଣାଶୁଣା ଥିଲେ ରାକେଶ କୁମାର ସିଂହ ଭଦୋରିଆ । ସେ 26 ପ୍ରକାରର ଯୁଦ୍ଧ ଏବଂ ପରିବହନ ବିମାନ ଉଡ଼ାଇ ସାରିଛନ୍ତି । ଯେଉଁଥିରେ ରାଫେଲ୍ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ମଧ୍ୟ ରହିଛି । 2019 ସେପ୍ଟେମ୍ବର 30 ତାରିଖରେ ସେ ଭାରତୀୟ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.