ETV Bharat / politics

ଆନ୍ନାମଲାଇଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ - FIR registered against Annamalai

author img

By ETV Bharat Odisha Team

Published : Apr 12, 2024, 5:32 PM IST

FIR REGISTERED AGAINST ANNAMALAI: ବିଜେପି ତାମିଲନାଡୁ ରାଜ୍ୟ ସଭାପତି ଆନ୍ନାମଲାଇଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ । ଅଧିକ ପଢନ୍ତୁ

FIR REGISTERED AGAINST ANNAMALAI
FIR REGISTERED AGAINST ANNAMALAI

ଚେନ୍ନାଇ: ତାମିଲନାଡୁ ବିଜେପି ସଭାପତି ତଥା କୋଇମ୍ବାଟୁର ଲୋକସଭା ସାଂସଦ ପ୍ରାର୍ଥୀ କେ. ଆନ୍ନାମଲାଇଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ । ଅଭାରାମପଲାୟାମଠାରେ ନିର୍ବାଚନୀ ପ୍ରଚାର ପାଇଁ ଅନୁମତି ଥିବା ସମୟ ବାହାରେ ସେ ପ୍ରଚାର କରିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆନ୍ନାମଲାଇଙ୍କ ସମେତ କୋଇମ୍ବାଟୁର ଜିଲ୍ଲା ବିଜେପି ସଭାପତି ରମେଶଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହି ନିୟମ ଅନୁସାରେ ରାତି 10ଟା ପରେ ପ୍ରଚାର ବନ୍ଦ ରହିବ । ମାତ୍ର ଅଭିଯୋଗ ଅନୁସାରେ ରାତି 10ଟା ପରେ ମଧ୍ୟ ଅଭାରାମପଲାୟାମଠାରେ ଆନ୍ନା ମଲାଇ ପ୍ରଚାର କରିଥିଲେ । ଆନ୍ନାମଲାଇଙ୍କ ସମେତ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ନର ଲୋକେଶଙ୍କ ସହିତ ଏକ ମିଳିତ ରୋଡ ଶୋ' କରିଥିଲେ । ନିକଟରେ ଟିଡିପି ମୁଖ୍ୟ ତଥା ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଜେପି ନେତୃତ୍ବାଧୀନ ଏନଡିଏ ସହିତ ପୁଣି ସାମିଲ ହୋଇଛନ୍ତି ।

ଏହା ବି ପଢନ୍ତୁ- ତୃତୀୟ ପର୍ଯ୍ୟାୟରେ ତାମିଲନାଡୁ ପାଇଁ 9ଲୋକସଭା ପ୍ରାର୍ଥୀ ଦେଲା ବିଜେପି, ଲଢିବେ ସୁନ୍ଦରରାଜନ ଓ ଆନ୍ନାମଲାଇ

ଟିଡିପି ମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଏ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ ଯେ ଆଗାମୀ ନିର୍ବାଚନରେ ଏନଡିଓ ଓ ଟିଡିପି ମିଳିତ ଭାବରେ ଲୋକସଭା ଓ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ ଲଢିବ । ଆସନ୍ତା ମେ 13 ତାରିଖରେ ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

ଏହା ବି ପଢନ୍ତୁ- ଆଚରଣ ବିଧି ମାନୁନାହାନ୍ତି ଉମାକାନ୍ତ ! ରିଟର୍ଣ୍ଣିଂ ଅଫିସରଙ୍କ ଦ୍ବାରସ୍ଥ ହେଲା ବିଜେପି

ଅନ୍ୟପଟେ ତାମିଲନାଡୁ ଓ ସାଉଥରେ ବିଜେପିର ରାଇଜିଂ ପୋଷ୍ଟର ବଏ କୁହାଯାଉଥିବା ଲୋକେଶ, ଆନ୍ନାମଲାଇଙ୍କୁ ଜଣେ ଉତ୍ସର୍ଗୀକୃତ ଯୁବ ନେତା ବୋଲି ସମ୍ବୋଧନ କରିଛନ୍ତି । ଆନ୍ନାମଲାଇ ଚଳିତ ଥର କୋଇମ୍ବାଟୁର ସଂସଦୀୟ ଆସନରୁ ପ୍ରଥମ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେ ସର୍ବଦା ଅତି ଗଭୀର ଭାବେ ଲୋକଙ୍କ ସମସ୍ୟା ବୁଝୁଥିବା କହିଥିଲେ । ସୂଚନା ଥାଉ କି ତାମିଲନାଡୁର 39ଟି ଲୋକସଭା ଆସନରେ ଏପ୍ରିଲ 19 ତାରିଖରେ ମତଦାନ ଅନୁଷ୍ଠିତ ହେବ । ଜୁନ 4 ତାରିଖରେ ଭୋଟ ଗଣତି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.