ETV Bharat / politics

ତେଜୁଛି ଅସନ୍ତୋଷ; କଂଗ୍ରେସ ଭବନ ସମ୍ମୁଖରେ ପିସିସି ସଭାପତିଙ୍କ କୁଶପୁତ୍ତଳିକା ଦାହ - Odisha Congress inter conflict

author img

By ETV Bharat Odisha Team

Published : Jul 1, 2024, 10:01 PM IST

Protest in front of Congress Bhawan: ଉଗ୍ର ହେଉଛି ଓଡ଼ିଶା କଂଗ୍ରେସ କନ୍ଦଳ । 'ଶରତ ହଟାଅ, କଂଗ୍ରେସ ବଞ୍ଚାଅ' ନାରାବାଜି କରି କଂଗ୍ରେସ ଭବନ ଆଗରେ ପିସିସି ସଭାପତିଙ୍କ କୁଶପୁତ୍ତଳିକା ଦାହ କଲେ ବହିଷ୍କୃତ କଂଗ୍ରେସ କର୍ମୀ । ଅଧିକ ପଢ଼ନ୍ତୁ

Protest in front of Congress Bhawan
Protest in front of Congress Bhawan (ETV Bharat Odisha)

ଭୁବନେଶ୍ବର: ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି ଓଡ଼ିଶା କଂଗ୍ରେସ କନ୍ଦଳ । ଲୋକେ କହୁଛନ୍ତି ଜାତୀୟସ୍ତରରେ ଦିନକୁ ଦିନ ପୁଣି ଶକ୍ତିଶାଳୀ ହେଉଥିବା କଂଗ୍ରେସ ରାଜ୍ୟରେ ଦିନକୁ ଦିନ ପାତାଳଗାମୀ ହେଉଛି । ଏହି ଆଲୋଚନାକୁ ଆହୁରି ବଳ ଯୋଗାଇଛି କଂଗ୍ରେସ ଭବନ ଆଗରେ ଆଜିର ବିକ୍ଷୋଭ । ଏହି ବିକ୍ଷୋଭ ଅନ୍ୟ କୌଣସି ଦଳ ନୁହେଁ, ଖୋଦ କଂଗ୍ରେସ ଦଳ ଭିତରେ ଥିବା ଅସନ୍ତୁଷ୍ଟଙ୍କ ଦ୍ବାରା କରାଯାଇଥିଲା । ନାରାବାଜି, ହୋ-ହଲ୍ଲାରେ କମ୍ପିଲା କଂଗ୍ରେସ ଭବନ । 'ଶରତ ହଟାଅ, କଂଗ୍ରେସ ବଞ୍ଚାଅ' ଦାବି ଜୋର ଧରିଲା । ଅନଶନରେ ବସିଥିବା ଦଳରୁ ବହିଷ୍କୃତ ନେତ୍ରୀ ଶ୍ରୀୟାସ୍ମିତା ପଣ୍ଡାଙ୍କ ସମର୍ଥକ କରିଛନ୍ତି ହୋ ହଲ୍ଲା । ଆନ୍ଦୋଳନକାରୀଙ୍କ ଦ୍ବାରା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପୋଷ୍ଟର ମଧ୍ୟ ପୋଡ଼ାଯାଇଛି ।

ଧିରେ ଧିରେ କୁହୁଳୁଛି କଂଗ୍ରେସ କନ୍ଦଳ । ଏଆଇସିସି ନିର୍ଦ୍ଦେଶରେ ବହିଷ୍କୃତ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀୟାସ୍ମିତା ପଣ୍ଡାଙ୍କ ଅନଶନ ଅସନ୍ତୋଷର ଦାନା ବାନ୍ଧୁଛି । ଆଜିକୁ ୯ ଦିନ ହେବ ଶ୍ରୀୟାସ୍ମିତା କଂଗ୍ରେସ ଭବନ ମୁଖ୍ୟ ଫାଟକରେ ଅନଶନରେ ବସି ନ୍ୟାୟ ମିଳିବା ପର୍ଯ୍ୟନ୍ତ ଏମିତି ବିରୋଧ କରିବେ ବୋଲି ଅଡି ବସିଛନ୍ତି । ଆଜି ତାଙ୍କ ସହ ବହିଷ୍କୃତ ହୋଇଥିବା ପ୍ରକାଶ ମିଶ୍ର, ଶ୍ରୀଲିପି ଶ୍ରୀଚନ୍ଦନଙ୍କ ସହ ବହୁ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । 'ଶରତ ହଟାଅ, କଂଗ୍ରେସ ବଞ୍ଚାଅ' ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଂଗ୍ରେସ ଭବନ ସମ୍ମୁଖରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ କରିଥିଲେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ।

ଏନେଇ ବହିଷ୍କୃତ କଂଗ୍ରେସ ନେତା ପ୍ରକାଶ ମିଶ୍ର କହିଛନ୍ତି, "ପିସିସି ସଭାପତି ଦଳକୁ ଅଧିକ ଖରାପ ସ୍ଥିତି ନେଇଯାଇଛନ୍ତି । ନିର୍ବାଚନରେ ଟିକଟ ବିକ୍ରି କରି ଦଳକୁ ଅଧିକ ଦୁର୍ବଳ କରିଦେଇଛନ୍ତି । ଏହାସହ ଜଣେ ମହିଳା ଦୀର୍ଘ ୯ ଦିନ ହେବ ଧାରଣାରେ ବସିଥିଲେ ହେଁ ଏପର୍ଯ୍ୟନ୍ତ ପିସିସି ସଭାପତି ତାଙ୍କ ସହ ଆଲୋଚନା ପାଇଁ ମଧ୍ୟ ଆସିନାହାନ୍ତି । ତେଣୁ ଆମେ ଦାବି କରୁଛୁ, ଦଳ ତରଫରୁ ଆମ ସହ ଆଲୋଚନା କରାଯାଇ ଆମକୁ ନ୍ୟାୟ ପ୍ରଦାନ କରାଯାଉ ।"

ଏହା ମଧ୍ୟ ପଢ଼ନ୍ତୁ...ପରାଜୟ ପରେ ପିସିସି ସଭାପତିଙ୍କୁ ନେଇ ବଢୁଛି ଅସନ୍ତୋଷ, ଇସ୍ତଫା ସମ୍ପର୍କରେ ଏମିତି କହିଲେ ପଞ୍ଚାନନ - Odisha congress dispute

ଏହି ପ୍ରସଙ୍ଗରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, "ନିର୍ବାଚନ ବିପର୍ଯ୍ୟୟ ପରେ ଏବେ କଂଗ୍ରେସରେ ଲାଗି ରହିଛି ତୀବ୍ର ଅସନ୍ତୋଷ । ଶରତ ହଟାଅ ଦାବି ଜୋର ଧରିଛି । ଶରତ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦାବି ଜୋର ଧରିଛି । ସେପଟେ ଶରତ ପଟ୍ଟନାୟକଙ୍କ ଉପରେ କାଳି ମାଡ ଘଟଣାରେ ଯେଉଁମାନେ ବହିଷ୍କୃତ ହୋଇଛନ୍ତି, ସେମାନେ ବିକ୍ଷୋଭ ପଦର୍ଶନ କରିଛନ୍ତି । ଉଚ୍ଚ ନେତୃତ୍ବ ଏନେଇ ଆଲୋଚନା କରିବା ଦରକାର । ଚୁପ ବସିଲେ ଦଳର ସମ୍ମାନ କ୍ଷୁର୍ଣ୍ଣ ହେଉଛି ।" ଯଦିଓ ଶରତ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି କି ନାହିଁ ସ୍ପଷ୍ଟ ହୋଇନହିଁ, ଶରତ ଦାୟିତ୍ବରୁ ଅବ୍ୟାହତି ନେବାଜୁ ଏଆଇସିସିକୁ ଚିଠି ଦେଇଥିବା କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.