ETV Bharat / politics

କଳାହାଣ୍ଡିରେ ମଇଦାନକୁ ଓହ୍ଲାଇଲେ ବିଜେଡି ପ୍ରାର୍ଥୀ - GENERAL ELECTIONS 2024

author img

By ETV Bharat Odisha Team

Published : Mar 28, 2024, 8:03 PM IST

Election Heat By BJD In Kalahandi: ଆଜି କଳାହାଣ୍ଡି ଜିଲ୍ଲାର ସମସ୍ତ ୪ ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମାନେ ନିଜର ସମର୍ଥକ ମାନଙ୍କ ସହ ଯାଇ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଲୋକସଭା ପ୍ରାର୍ଥୀଙ୍କ ସମେତ ୭ ଟି ନିର୍ବାଚନ ମଣ୍ଡଳୀରୁ ୫ ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ । ଅଧିକ ପଢନ୍ତୁ

କଳାହାଣ୍ଡିରେ ମଇଦାନକୁ ଓହ୍ଲାଇଲେ ବିଜେଡି ପ୍ରାର୍ଥୀ, ମନ୍ଦିର ଦର୍ଶନ ସହ ସଂକଳ୍ପ ସମାବେଶ ଆୟୋଜିତ

ଭବାନୀପାଟଣା: ଗତକାଲି ବିଜେଡି ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ୧୫ ଟି ଲୋକ ସଭା ଓ ୭୨ଟି ବିଧାନସଭା ପ୍ରାର୍ଥୀ ଘୋଷଣା କରାଯାଇଛି । ସେଥିପାଇଁ ଖାସ୍ କରି କଲାହାଣ୍ଡି ଜିଲ୍ଲାରେ ରାଜନୈତିକ ଉଷ୍ମତା ବଢିଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଲୋକସଭା ପ୍ରାର୍ଥୀଙ୍କ ସମେତ ୭ ଟି ନିର୍ବାଚନ ମଣ୍ଡଳୀରୁ ୫ ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲାର ସମସ୍ତ ୪ ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମାନେ ନିଜର ସମର୍ଥକ ମାନଙ୍କ ସହ ଯାଇ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଛନ୍ତି ।

ଏହାପରେ ବିଜେଡି ପକ୍ଷରୁ ଜୁନାଗଡ଼ ବଜାର ପଡିଆ ଠାରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ଜିଲ୍ଲା ବିଜେଡି ସଭାପତି ତଥା ଧର୍ମଗଡ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ, ଜୁନାଗଡ଼ ବିଧାୟକ ପ୍ରାର୍ଥୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମେତ କଳାହାଣ୍ଡି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ ଉପସ୍ଥିତ ଥିବା ବେଳେ ଜିଲ୍ଲାର ସମସ୍ତ ଜୋନ ସଭାପତିଙ୍କ ସମେତ ସମସ୍ତ ବ୍ଲକ ସଭାପତି ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ନିର୍ବାଚନ ରଣନୀତିକୁ ନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପର୍ଯ୍ୟବେକ୍ଷକ ।

ଏହା ମଧ୍ୟ ପଢନ୍ତୁ...ଦୁଇଟି ପର୍ଯ୍ୟାୟରେ 87 ଯୋଦ୍ଧାଙ୍କ ନାଁ ଘୋଷଣା କଲା ବିଜେଡି: ମଇଦାନରେ 16 ମହିଳା, 17 ନୂଆ ମୁହଁ - NEW FACES IN BJD LIST

ଧର୍ମଗଡ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂ ଦେଓ କହିଛନ୍ତି, "ମୁଖ୍ୟମନ୍ତ୍ରୀ ତୃଣମୂଳ ସ୍ତରରେ ସବୁ ବର୍ଗର ଲୋକଙ୍କୁ ଆଖିରେ ରଖି ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯୋଜନା କରିଛନ୍ତି । ସେ ସବୁକୁ ନିର୍ବାଚନରେ ବିଜେଡି ପାଇଁ ଭୋଟରେ ରୂପାନ୍ତରୀକରଣ ପାଇଁ ଆଜି ଜୁନାଗଡରେ ସଙ୍କଳ୍ପ ସମାବେଶ ଆଯୋଜନ କରାଯାଇଛି । ନେତା ଓ କର୍ମୀ ମାନେ ଲୋକଙ୍କ ପାଖକୁ ଯାଇ ସରକାରଙ୍କ ସଫଳତା ସମ୍ପର୍କରେ ଜଣାଇବେ ।

"

ସେପଟେ ଲୋକସଭା କ୍ଷେତ୍ରରେ ଲମ୍ବୋଦର ନିଆଲ୍ ଙ୍କୁ ପ୍ରାର୍ଥୀ କରି ବିଜେଡି ଯାଦବ କାର୍ଡ ଖେଳିଥିବା ବେଳେ ବେଳେ ପୂର୍ବରୁ ବିଜେପି ରାଜପରିବାରରୁ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓଙ୍କ ପତ୍ନୀ ମାଲବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏବେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା ଉପରେ ନଜର ରହିଛି । ସେହିପରି ପ୍ରାର୍ଥୀ ଘୋଷଣା କରିବାରେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ପଛରେ ରହିଥିବା ବେଳେ କଳାହାଣ୍ଡି ଲୋକସଭା ପାଇଁ ଆଦିବାସୀ କାର୍ଡ କଂଗ୍ରେସ ଖେଳିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.