ETV Bharat / politics

ପ୍ରଚାରରେ କମ୍ପୁଛି ଖଡିଆଳର ଗଳିକନ୍ଦି, ଭୋଟ ମାଗୁଛନ୍ତି 3 ଦଳର ପ୍ରାର୍ଥୀ - Odisha Assembly Election 2024 - ODISHA ASSEMBLY ELECTION 2024

Odisha Assembly Election 2024: ମୈଦାନରେ ପ୍ରାର୍ଥୀ । ଖଡିଆଳରେ ରଣାଙ୍ଗନକୁ ଓହ୍ଲାଇଛନ୍ତି 3 ପ୍ରମୁଖ ଦଳ ପ୍ରାର୍ଥୀ । କିଏ ଜିତିବ ଲୋକଙ୍କ ଭରସା । ପ୍ରଚାରରେ କମ୍ପୁଛି ଗାଁ ଦାଣ୍ଡ । ଅଧିକ ପଢ଼ନ୍ତୁ,

ନୂଆପଡ଼ାରେ ତିନି ଦଳର ପ୍ରାର୍ଥୀମାନଙ୍କ ମାରାଥନ ପ୍ରଚାର

author img

By ETV Bharat Odisha Team

Published : Apr 10, 2024, 9:34 AM IST

ନୂଆପଡ଼ାରେ ତିନି ଦଳର ପ୍ରାର୍ଥୀମାନଙ୍କ ମାରାଥନ ପ୍ରଚାର

ନୂଆପଡା: ଖଡିଆଳ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା ପରେ ଉଠୁଛି ପଡୁଛି ମୈଦାନ । ଲୋକସଭା ପ୍ରାର୍ଥୀଙ୍କୁ ଧରି ରଣାଙ୍ଗନରେ ବିଧାୟକ ପ୍ରାର୍ଥୀ । ସରଗରମ ଖଡିଆଳ ନିର୍ବାଚନ ମଣ୍ଡଳୀ । ବିଭିନ୍ନ ପ୍ରସଙ୍ଗକୁ ନେଇ ମୈଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ନିଜ ପାଇଁ ଭୋଟ ମାଗିବା ସହ ଦେଉଛନ୍ତି ମାଳ ମାଳ ପ୍ରତିଶୃତି ।

ଜମୁଛି ବିଜେପି ପ୍ରାର୍ଥୀଙ୍କ ପ୍ରଚାର: ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି ଅତୀତରେ ଫରସରା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ, ବୋଡେନ ବ୍ଲକ ଚେୟାରମ୍ୟାନ, ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେବା ପରେ ଗତ 2009 ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ପ୍ରଥମ ଥର ବିଧାୟକ ହୋଇଥିଲେ । ସେ ରାଜନୀତିରେ ସକ୍ରିୟ ରହିଥିବା ବେଳେ, ଚଳିତ 2024ରେ ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ମୋଦି ସରକାରଙ୍କ ନେତୃତ୍ୱରେ ଭାରତ ବର୍ଷର ଉନ୍ନତି ହୋଇଛି । ସର୍ବପରି ବିଜୁଳି ସଡ଼କ ପାଣି ସହିତ ଦେଶର 80 କୋଟିରୁ ଊର୍ଦ୍ଧ୍ବ ପରିବାରଙ୍କୁ ମାଗଣା ଚାଉଳ ଯୋଜନା, ଆବାସ ଗୃହ ଯୋଜନାରେ ଲୋକେ ଖୁସି ଅଛନ୍ତି । ନିଶ୍ଚିତ ଭାବରେ ଖଡ଼ିଆଳରେ ମଧ୍ୟ ବିଜେପି ବିଜୟୀ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... କଣାସରେ ଶକ୍ତି ପ୍ରଦର୍ଶନ କଲେ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା - BJD CAMPAIGN IN KANAS

ଜମୁଛି ବିଜେଡି ପ୍ରଚାର: ସେହିଭଳି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ନିକଟରେ କଂଗ୍ରେସ ଦଳ ଛାଡି ବିଜେଡି ଶିବିରରେ ଯୋଗ ଦେଇଛନ୍ତି । ଚଳିତ ନିର୍ବାଚନରେ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ବିକାଶର ପ୍ରସଙ୍ଗକୁ ନେଇ ଭୋଟ ମାଗିବେ ବୋଲି ସେ କହିଛନ୍ତି । ପାଣିଗ୍ରାହୀ ବିଧାୟକ ହେବାପରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ବହୁମୁଖୀ ବିକାଶ ହୋଇଥିବା କହିଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜନ କଲ୍ୟାଣ ଯୋଜନାକୁ ନେଇ ଭୋଟ ଭିକ୍ଷା କରିବେ ବୋଲି ବିଜେଡି କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ପ୍ରକାଶ କରିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବିପୁଳ ଜନସମର୍ଥନ ମିଳିଛି । ଜିଲ୍ଲା ପରିଷଦରେ ଅଧିକ ସଂଖ୍ୟାରେ ଜିତିଥିବା ସେ କରିଛନ୍ତି । ଏଥର ବିଜୟ ସୁନିଶ୍ଚିତ ବୋଲି ଲମ୍ବୋଦର ନିଆଲ କହିଛନ୍ତି ।

‘କଂଗ୍ରେସ ଆସିଲେ ପ୍ରତ୍ୟେକ ବ୍ୟକ୍ତିର ବିକାଶ ହେବ’: ଅନ୍ୟ ଦୁଇ ଦଳ ପରି ପ୍ରଚାରକୁ ଜୋରଦାର କରିଛି କଂଗ୍ରେସ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟି ପ୍ରଚାର ପ୍ରସାର ଅଧ୍ୟକ୍ଷ ଭକ୍ତ ଚରଣ ଦାସ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଓଡ଼ିଶାରେ କଂଗ୍ରେସ ସରକାର ହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କ ବିକାଶ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ କଂଗ୍ରେସର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଦ୍ରୋପଦୀ ମାଝୀ ଭୋଟ ଭିକ୍ଷା କରିଛନ୍ତି । ଏଭଳି ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଏବଂ କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କ ମାରାଥନ ଭୋଟ ପ୍ରଚାର ଚାଲିଛି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.