ETV Bharat / politics

କାମାକ୍ଷାନଗର ବିଧାନସଭା ଆସନ: ଶତ୍ରୁଙ୍କ ପରାଜୟ ପାଇଁ ବିଜେପିର ସୈନ୍ୟ ସାଜିଲେ ଶତ୍ରୁଘ୍ନ - Kamakhyanagar Assembly Constituency - KAMAKHYANAGAR ASSEMBLY CONSTITUENCY

Kamakhyanagar Assembly Constituency BJP MLA Candidate: କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପୁଣିଥରେ ଶତ୍ରୁଘ୍ନ ଜେନାଙ୍କୁ ପ୍ରାର୍ଥୀ କରିଛି ବିଜେପି । ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସହ ହେବ ଜୋରଦାର ଲଢ଼େଇ । ଅଧିକ ପଢ଼ନ୍ତୁ

କାମାକ୍ଷାନଗର ବିଧାନସଭା ଆସନ
କାମାକ୍ଷାନଗର ବିଧାନସଭା ଆସନ
author img

By ETV Bharat Odisha Team

Published : Apr 2, 2024, 8:50 PM IST

କାମାକ୍ଷାନଗର ବିଧାନସଭା ଆସନ

ଢେଙ୍କାନାଳ: ଚଳିତ ନିର୍ବାଚନ ପାଇଁ ଆଜି (ମଙ୍ଗଳବାର) ଓଡ଼ିଶାର 147 ବିଧାନସଭା ଆସନ ମଧ୍ୟରୁ ୧୧୨ଟି ବିଧାନସଭା ଆସନ ପାଇଁ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପୁଣିଥରେ ଶତ୍ରୁଘ୍ନ ଜେନାଙ୍କ ଉପରେ ଭରସା କରିଛି ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟୀ । ଯାହାକୁ ନେଇ ଶତ୍ରୁଘ୍ନ ଜେନାଙ୍କ ସମର୍ଥକ ଶିବିରରେ ଖୁସିର ମହୋଲ ଦେଖାଦେଇଛି ।

ସୂଚନା ଥାଉକି, ଗତ ୧୯୯୭ ମସିହାରୁ ୨୦୧୨ ପର୍ଯ୍ୟନ୍ତ ଲଗାତର ୩ ଥର ଭୁବନ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ଭୁବନ ବ୍ଲକରେ ନିଜର ପତିଆରା ସୃଷ୍ଟି କରିଥିଲେ ଶତ୍ରୁଘ୍ନ । ପରେ ୨୦୦୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ଲଢ଼ି ବିଜେଡିର ପ୍ରଫୁଲ୍ଲ ମଲ୍ଲିକଙ୍କ ଠାରୁ ପ୍ରାୟ ୩୦ ହଜାର ଭୋଟ ବ୍ୟବଧାନରେ ପରାଜୟ ହୋଇଥିଲେ । ପରେ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଭାବେ ପୁଣିଥରେ ପ୍ରଫୁଲ୍ଲଙ୍କ ଠାରୁ ପ୍ରାୟ ୨୦ହଜାର ଭୋଟ ବ୍ୟବଧାନ ଓ ଗତ ୨୦୧୯ ନିର୍ବାଚନରେ ବିଜେପି ଦଳୀୟ ପ୍ରାର୍ଥୀ ଭବେ ଶତୃଘ୍ନ, ପ୍ରଫୁଲ୍ଲଙ୍କ ସହ ପ୍ରିତିଦ୍ବନ୍ଦିତା କରିଥିଲେ ମଧ୍ୟ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଆଉ ଚଳିତ ଥର ପୁଣିଥରେ ତାଙ୍କର ପାରମ୍ପରିକ ପ୍ରତିଦ୍ବନ୍ଦୀ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସାମ୍ନା କରିବାକୁ ଯାଉଛନ୍ତି ଶତ୍ରୁଘ୍ନ ଜେନା ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରାର୍ଥୀ ଘୋଷଣା କଲା ବିଜେପି, ଢେଙ୍କାନାଳ ବିଧାନସଭା ଆସନରେ କୃଷ୍ଣଚନ୍ଦ୍ର ପାତ୍ର ରିପିଟ୍‌ - Dhenkanal Assembly Constituency

ସେପଟେ ବିଜେଡି ପକ୍ଷରୁ ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରାର୍ଥୀ ରହିଛନ୍ତି । ଫଳରେ ବିଜେଡିର ଏପରି ଟାଣୁଆ ନେତାଙ୍କ ବିରୁଦ୍ଧରେ ଶତ୍ରୁଘ୍ନ ଚଳିତ ନିର୍ବାଚନ ମୈଦାନରେ କାମାକ୍ଷାନଗରରେ ଅବତୀର୍ଣ୍ଣ ହୋଇଛନ୍ତି । ଗତ ନିର୍ବାଚନରେ ଶତ୍ରୁଘ୍ନ ପ୍ରଫୁଲ୍ଲଙ୍କ ଠାରୁ ପରାଜୟ ହୋଇଥିଲେ । କିନ୍ତୁ ଚଳିତ ନିର୍ବାଚନରେ ଗତ ପରାଜୟର ପ୍ରତିଶୋଧ ନେବା ସହିତ ଶତ୍ରୁକୁ ଜୟ କରିବାର ସକଳ୍ପ ନେଇଛନ୍ତି ଶତୃଘ୍ନ । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ବର୍ଷର ସ୍ୱପ୍ନ ଓ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାକୁ ପାଥେୟ କରି ସେ ଭୋଟରଙ୍କ ପାଖକୁ ଯିବେ । ଅପରପକ୍ଷରେ କାମାକ୍ଷାନଗର ପରି ଶାନ୍ତ ସରଳ ଅଞ୍ଚଳରେ ଅରାଜକତା, ଅପରାଧ ବୃଦ୍ଧି, ଦୁର୍ନୀତି ଅନୀତି ବିରୁଦ୍ଧରେ ତାଙ୍କର ଏହି ଲଢେଇ । କାମାକ୍ଷା ନଗରରେ ବେକାରୀ ସମସ୍ୟା, ଶିଳ୍ପ ପ୍ରତିଷ୍ଠା ଆଦି ଲକ୍ଷ୍ୟ ରଖି ସେ ଭୋଟରଙ୍କୁ ତାଙ୍କ ପ୍ରତି ଆକୃଷ୍ଟ କରିବେ ବୋଲି ପ୍ରକାଶ କରିଛନ୍ତି । ଆଶାନ୍ତର ବାତାବରଣ ଖେଳି ଯାଇଥିବା ଶାନ୍ତିପ୍ରିୟ କାମାକ୍ଷାନଗରବାସୀ ଚଳିତ ନିର୍ବାଚନରେ ସଠିକ ନିର୍ଣ୍ଣୟ କରିବା ସହିତ ତାଙ୍କୁ ନିଶ୍ଚିତ ବିଜୟୀ କରିବେ ବୋଲି ଦୃଢ଼ ଆଶା ରଖିଛନ୍ତି ଶତୃଘ୍ନ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.