ETV Bharat / politics

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଭବନରେ ED ରେଡ୍

author img

By ETV Bharat Odisha Team

Published : Feb 15, 2024, 10:42 AM IST

Updated : Feb 15, 2024, 2:15 PM IST

ED Raid On Prafulla Samal: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ED ରେଡ୍ । ଭୁବନେଶ୍ବର ଏବଂ ଭଦ୍ରକରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ପ୍ରଫୁଲ୍ଲ ସାମଲଙ୍କ ଘରେ ରେଡ୍
ପ୍ରଫୁଲ୍ଲ ସାମଲଙ୍କ ଘରେ ରେଡ୍
ପ୍ରଫୁଲ୍ଲ ସାମଲଙ୍କ ଘରେ ରେଡ୍

ଭୁବନେଶ୍ବର/ଭଦ୍ରକ: ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ରେଡ୍ । ଭୁବନେଶ୍ବର ବାସଭବନ ସମେତ ଭଦ୍ରକରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଭଦ୍ରକ ସହରର 4ଟି ସ୍ଥାନରେ ରେଡ୍ କରାଯାଉଛି । ଏହାସହ ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ ହେଉଥିବା ମଧ୍ୟ ସୂଚନା ମିଳିଛି । ପ୍ରଫୁଲ୍ଲଙ୍କ ସାବନା ବଜାର ସ୍ଥିତ ଘର, ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଭଦ୍ରକ ଅପର୍ତ୍ତିବିନ୍ଧା ସ୍ଥିତ ଘରେ ମଧ୍ୟ ଚଢ଼ାଉ ହେଉଛି । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ଉପସ୍ଥିତରେ ଚଢ଼ାଉ ହେଉଥିବା ସୂଚନା ମିଳିଛି । ୬ ଥର ବିଧାୟକ ରହିଥିବା ପ୍ରଫୁଲ୍ଲ ସାମଲ, ୨୦୦୯ରୁ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ବିଜୟୀ ହୋଇ ଆସୁଛନ୍ତି । ପୂର୍ବରୁ ସେ ଭଦ୍ରକ ଆସନରୁ ୩ ଥର ବିଧାୟକ ଥିଲେ ।

ଭଦ୍ରକ ସହରର ବିଭିନ୍ନ ସ୍ଥାନ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାସହ ଭୁବନେଶ୍ବରରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଛାନଭିନ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । 1990 ମସିହାରେ ଜନତା ଦଳ ଟିକେଟରୁ ଲଢ଼ି ନିର୍ବାଚିତ ହୋଇଥିଲେ ପ୍ରଫୁଲ୍ଲ ସାମଲ। 1990ରୁ 1995ରେ ଭଦ୍ରକର ବିଧାୟକ ଭାବେ ଦାୟିତ୍ବ ତୁଲାଇବା ପରେ ପୁଣି ଥରେ 1995ରୁ ବିଜେଡିରୁ ଲଢି ନିର୍ବାଚିତ ହୋଇଥିଲେ। ସେହିପରି 2000 ନିର୍ବାଚନରେ ମଧ୍ୟ ସେ ଭଦ୍ରକରୁ ବିଧାୟକ ନିର୍ବାଚିତ ହୋଇଥିଲେ । ଏହାପରେ 2009 ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ଭଣ୍ଡାରିପୋଖରୀରୁ ଲଢି ମଧ୍ୟ ବାଜିମାତ କରିଥିଲେ। ସେହିପରି 2014 ଏବଂ 2019 ମଧ୍ୟ ଭଣ୍ଡାରିପୋଖରୀରୁ ବିଧାୟକ ବିଜୟୀ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡ ଘୋଟାଲାରେ ED ରେଡ୍ ଜାରି; ବ୍ରହ୍ମପୁରରୁ କୋଟିଏ ଟଙ୍କା ଜବତ

2009 ମସିହାରେ ପ୍ରଫୁଲ୍ଲ ପଞ୍ଚାୟତରାଜ ମନ୍ତ୍ରୀ ଥିବାବେଳେ ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦାୟିତ୍ବ ମିଳିଥିଲା। 2011ରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ, ପର୍ଯ୍ୟଟନ ଏବଂ ସଂସ୍କୃତି ଆଦି ବିଭାଗର ମନ୍ତ୍ରୀ ହୋଇଥିଲେ ପ୍ରଫୁଲ୍ଲ । 2017ରେ ମଧ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ରହିଥିଲେ ପ୍ରଫୁଲ୍ଲ। ଏହାସହ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣରୁ ଆରମ୍ଭ କରି MSME ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲଙ୍କୁ ମିଳିଥିଲା ।

ମନ୍ତ୍ରୀ ଥିବା ସମୟରେ ପ୍ରଫୁଲ୍ଲଙ୍କ ନାଁରେ ଜମି ଜାଲିଆତି ଅଭିଯୋଗ ଆସିଥିଲା । ବହୁ ଦିନ ଧରି ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜର 30 କୋଟି ଟଙ୍କାର ଅର୍ଥ ହଡପ ହୋଇଥିବାର ଅଭିଯୋଗ ହୋଇଥିଲା । ଏନେଇ ବହୁବାର ଭଦ୍ରକ ବନ୍ଦ କରି ପ୍ରତିବାଦ କରିଥିଲେ ଇଞ୍ଜିନିୟରିଂ କଲେଜର କର୍ମଚାରୀ । ବର୍ଷ ବର୍ଷ ଧରି ଦରମା ନପାଇ କଲେଜ ଆଗରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ, ବିଧାନସଭା ସମ୍ମୁଖରେ, ବିଧାୟକଙ୍କ ବାସଭବନ ଆଗରେ ନ୍ୟାୟ ପାଇଁ ପ୍ରତିବାଦ କରି ନିରାଶ ହୋଇଥିଲେ। ବରପଦା ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷଙ୍କ ସମେତ କିଛି କର୍ମଚାରୀଙ୍କୁ ହାତବାରିସି କରି ଅର୍ଥ ହଡପ ହୋଇଥିବା ନେଇ ଅଭିଯୋଗ ରହିଥିଲା । ଏଥିସହ ଭୁବନେଶ୍ୱରରେ ଏକ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରି ପରେ ଏହାକୁ ବିକ୍ରି କରି ଟଙ୍କା ହଡ଼ପ କରିବା ଘଟଣାରେ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ପ୍ରୟାସକାନ୍ତୀ ସାମଲ ଛନ୍ଦି ହୋଇ ଯାଇଥିଲେ । ବରପଦା ଇଞ୍ଜିନିୟରିଂ କଲେଜ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି । ଏହି ଦୁର୍ନୀତି ଘଟଣାକୁ ନେଇ ଅତୀତରେ ଭିଜିଲାନ୍ସ ଓ ଇଡି ରେଡ୍ ପାଇଁ ଦାବି ହୋଇ ଆସୁଥିଲା।

ସୂଚନା ଅନୁସାରେ, କଲେଜ ପରିଚାଳନା ଦାୟିତ୍ବ ଥିବା ସୋସାଇଟି ଏବଂ କର୍ମଚାରୀମାନଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କଲେଜ ପରିଚାଳନା ଦାୟିତ୍ବ ଭଦ୍ରକ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଉଚ୍ଚ ନ୍ୟାୟାଳୟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଥିଲେ । ଯାହା ଫଳରେ ସର୍ତ୍ତମୂଳକ ଭାବେ ଏହାର ପରିଚାଳନା ଦାୟିତ୍ବ ପରିଚାଳନା ସୋସାଇଟି ପ୍ରଦାନ କରାଯାଇଛି । ସେହି ସର୍ତ୍ତଗୁଡ଼ିକ ମଧ୍ୟରେ ଗୋଟିଏ ସର୍ତ୍ତ ରହିଛି ଯେ, କଲେଜ ପରିଚାଳନା ସୋସାଇଟି ପ୍ରତି ମାସ 7 ତାରିଖ ମଧ୍ୟରେ କଲେଜ କର୍ମଚାରୀମାନଙ୍କୁ ସେମାନଙ୍କ ଦରମା ପ୍ରଦାନ କରିବା ପାଇଁ ବାଧ୍ଯ । ଯାହାକୁ କଲେଜ ପରିଚାଳନା ସୋସାଇଟି ପାଳନ କରି କଲେଜକୁ ଚଳାଇ ଆସିଥିଲା। ହେଲେ କଲେଜ କର୍ମଚାରୀମାନଙ୍କୁ ସେମାନଙ୍କ 17 ମାସର ବକେୟା ଦରମା ପ୍ରଦାନ କରାଯାଇ ନାହିଁ ବୋଲି ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର/ଭଦ୍ରକ

Last Updated : Feb 15, 2024, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.