ETV Bharat / politics

ଆପତ୍ତିଜନକ ମନ୍ତବ୍ୟ ମାମଲା: ସୁପ୍ରିୟା ଓ ଦିଲ୍ଲୀପଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ - EC notice to Supriya Dilip - EC NOTICE TO SUPRIYA DILIP

EC notice to Supriya Shrinate, Dilip Ghosh: ସୁପ୍ରିୟା ଓ ଦିଲ୍ଲୀପଙ୍କୁ ନର୍ବାଚନ କମିଶନଙ୍କ ନୋଟିସ । ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ 29 ତାରିଖ ସଂଧ୍ୟା ମଧ୍ୟରେ ରଖିବେ ଉତ୍ତର । ଅଧିକ ପଢନ୍ତୁ

ଆପତ୍ତିଜନକ ମନ୍ତବ୍ୟ ମାମଲା: ସୁପ୍ରିୟା ଓ ଦିଲ୍ଲୀପଙ୍କୁ ନର୍ବାଚନ କମିଶନଙ୍କ ନୋଟିସ

author img

By ETV Bharat Odisha Team

Published : Mar 27, 2024, 5:23 PM IST

Updated : Mar 28, 2024, 9:10 AM IST

ନୂଆଦିଲ୍ଲୀ: ପ୍ରତିପକ୍ଷ ରାଜନେତା ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସର ବରିଷ୍ଠ ନେତ୍ରୀ ସୁପ୍ରିୟା ଶ୍ରୀନାତେ ଓ ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ଘୋଷଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି । ସୁପ୍ରିୟା ବିଜେପିର ଲୋକସଭା ପ୍ରାର୍ଥୀ କଙ୍ଗନା ରଣାଓ୍ବତଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା । ସେହିପରି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଦିଲ୍ଲୀପ ଘୋଷ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ଛନ୍ଦି ହୋଇଛନ୍ତି । ତାଙ୍କ ବିରୋଧରେ ଟିଏମସି ଅଭିଯୋଗ କରିଥିଲା ।

ତେବେ ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ ବିଜେପି ବିବାଦୀୟ ତଥା ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବିଜେପି ଟିକେଟ ଦେଇଛି । 25 ତାରିଖରେ ସୁପ୍ରିୟାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ କଙ୍ଗନାଙ୍କର ଏକ ଫଟୋ ପୋଷ୍ଟ କରାଯିବା ସହ କିଛି ଆପତ୍ତିଜନକ କ୍ୟାପସନ ମଧ୍ୟ ଲେଖାଯାଇଥିଲା । ଏହା ପରେ ବିଜେପିର ତମାମ ନେତା ଏହାକୁ ସମାଲୋଚନା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ଲିଖିତ ଅଭିଯୋଗ କରିଥିଲା । ଅବଶ୍ୟ ଏହାକୁ ସୁପ୍ରିୟା ଶ୍ରୀନାତେ ଖଣ୍ଡନ କରିବା ସହ ତାଙ୍କ ଅଜାଣତରେ ଏହି ପୋଷ୍ଟ କରାଯାଇଥିବା କହିଥିଲେ । ଏବେ ନିର୍ବାଚନ କମିଶନ ଏକ ନୋଟିସ ଜାରି କରି ସୁପ୍ରିୟାଙ୍କୁ 29 ତାରିଖ ସଂଧ୍ୟା ମଧ୍ୟରେ ଉତ୍ତର ରଖିବାକୁ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ମହୁଆ ମୋଇତ୍ରାଙ୍କୁ ପୁଣି ED ସମନ, କାଲି ହାଜର ହେବାକୁ ନୋଟିସ - ED summons to Mahua Moitra

ସେହିପରି ବିଜେପି ନେତା ଦିଲ୍ଲୀପ ଘୋଷ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ତୃଣମୂଳ କଂଗ୍ରେସ ଏହାକୁ ବିରୋଧ କରିବା ସହ ନିର୍ବାଚନ ଆୟୋଗଙ୍କ ନିକଟରେ ହାଜର ହୋଇଥିଲା । ମାମଲାରେ 29 ତାରିଖ ସଂଧ୍ୟା ମଧ୍ୟରେ ଉତ୍ତର ରଖିବାକୁ ଦିଲ୍ଲୀପଙ୍କୁ ସମୟ ଦେଇଛି ନିର୍ବାଚନ କମିଶନ । ତେବେ କେବଳ ଏହି ଦୁଇ ମାମଲା ନୁହେଁ, ବରଂ ଦେଶର ବିଭିନ୍ନ ସ୍ଥାନରେ ଏପରି ଅଭିଯୋଗ ଆସିବାରେ ଲାଗିଛି । କେବେ ଆପତ୍ତିଜନକ ମନ୍ତବ୍ୟ ମାମଲା, ତ ତେବେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗରେ ପରସ୍ପର ବିରୋଧରେ ବିଭିନ୍ନ ଦଳର ରାଜନେତା ଅଭିଯୋଗ କରିବାରେ ଲାଗିଛନ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟ କାର୍ଯ୍ୟାନୁଷ୍ଠାନର ଧାରା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 28, 2024, 9:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.