ETV Bharat / politics

ଆଗୁଆ ଟିକେଟ ବଣ୍ଟନ କଂଗ୍ରେସକୁ ସରକାର ଗଠନରେ ସହାୟକ ହେବ: ଜୟଦେବ ଜେନା - ଆଗୁଆ ଟିକେଟ ବଣ୍ଟନ କଂଗ୍ରେସକୁ ଫାଇଦା

Congress Ticket Distribution: ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମାର୍ଚ୍ଚ ଆରମ୍ଭରୁ ପ୍ରଥମ ପର୍ଯ୍ୟାୟ ଟିକେଟ୍‌ ଘୋଷଣା କରିବ କଂଗ୍ରେସ । ଏହି କ୍ଷେତ୍ରରେ କଂଗ୍ରେସ ଅନ୍ୟଦଳ ଗୁଡ଼ିକଠାରୁ ଢେର ଆଗରେ ରହିଛି । ତେବେ ଆଗୁଆ ଟିକେଟ୍‌ ବଣ୍ଟନ ଦଳକୁ ଅନେକ ଫାଇଦା ଦେବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

ଆଗୁଆ ଟିକେଟ ବଣ୍ଟନ କଂଗ୍ରେସକୁ କେତେ ଫାଇଦା ଦେବ ?

author img

By ETV Bharat Odisha Team

Published : Feb 20, 2024, 6:38 PM IST

ଆଗୁଆ ଟିକେଟ ବଣ୍ଟନ କଂଗ୍ରେସକୁ କେତେ ଫାଇଦା ଦେବ ?

ଭୁବନେଶ୍ବର: ମାର୍ଚ୍ଚ ପହିଲା ସୁଦ୍ଧା 2024 ନିର୍ବାଚନ ପାଇଁ ଟିକେଟ ଘୋଷଣା କରିବାକୁ ଯାଉଛି କଂଗ୍ରେସ । ଏଥିପାଇଁ ଗତକାଲି ରାଜଧାନୀର ଏକ ଘରୋଇ ହୋଟେଲରେ ବସିଥିଲା ପ୍ରଦେଶ କଂଗ୍ରେସ ଇଲେକ୍ସନ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥର ଦଳ ଜାରି କରିଥିବା 'ପ୍ରଗମନ' ଜରିଆରେ ବହୁ ସଂଖ୍ୟାରେ ଆଶାୟୀ ଟିକେଟ ପାଇଁ ଆବେଦନ କରିଥିବାରୁ ଏନେଇ ବୈଠକରେ ଆଲୋଚନା ହୋଇଥିଲା । ଏହାପରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବଛା ବଛା କିଛି ନାଁକୁ ସ୍କ୍ରିନିଂ କମିଟିକୁ ପଠାଇଛି କଂଗ୍ରେସ ପିଇସି । ତେବେ କଂଗ୍ରେସର ଏହି ଫାଷ୍ଟ ମୁଭିଂ ଟେକନିକ୍‌ ଦଳକୁ କେତେ ଲାଭ ଆଣିଦେବ, ଏହାକୁ ନେଇ ତର୍ଜମା ଆରମ୍ଭ ହୋଇଯାଇଛି ।

ବରିଷ୍ଠ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "କଂଗ୍ରେସ ଏକ ବଡ଼ ବାର୍ତ୍ତା ଦେଇଛି । ପ୍ରଥମ ପର୍ଯ୍ୟାୟରେ 70 ଜଣ ବିଧାୟକ ପ୍ରାର୍ଥୀଙ୍କୁ ଟିକେଟ ଦେବ । ଦଳର ଫାଷ୍ଟ୍‌ ମୁଭିଂ ଆକ୍ସନ୍‌ କଂଗ୍ରେସ ପାଇଁ ଲାଭ ଦାୟକ ହେବ । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ କଂଗ୍ରେସ ରାଜ୍ୟରେ ଏମିତି ସ୍ଥିତିରେ ଅଛି, ଯାହାକୁ କିଛି ହରାଇବାର ନାହିଁ । ଯେଉଁ ନେତାମାନେ କଂଗ୍ରେସ ଛାଡି ଅନ୍ୟ ଦଳକୁ ଯାଉଛନ୍ତି ସେମାନଙ୍କୁ ଆସେଟ୍‌ ବୋଲି ଧରାଯିବ ନାହିଁ । ସେମାନେ ଅନ୍ୟ ଦଳ ପାଇଁ ବୋଝ ହୋଇଯିବେ । କାରଣ ସେମାନେ ବ୍ରାଣ୍ଡ ନେତା ନୁହନ୍ତି । ବର୍ତ୍ତମାନ ଯେତିକି ଲୋକ ରହିଲେ ସେମାନଙ୍କ ଭିତରୁ ଯଦି ଦଳ ପ୍ରାର୍ଥୀ ଚୟନ କରି ଆଣୁଛି, ସେମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଧ୍ୟାନ ଦେଇପାରିବେ ଏବଂ ମନନିବେଶ କରିପାରିବେ । ଯାହା ଲୋକେ ଭାବୁଥିଲେ କଂଗ୍ରେସ ନିର୍ବାଚନ ପାଇଁ ପ୍ରସ୍ତୁତ ନାହିଁ କିମ୍ବା କଂଗ୍ରେସର ନିର୍ବାଚନ ଲଢିବାକୁ ପ୍ରାର୍ଥୀ ନାହାନ୍ତି । କିନ୍ତୁ ଯାହା ଦେଖାଗଲା, 3000 ବିଧାୟକ ପ୍ରାର୍ଥୀ 700 ସାଂସଦ ପ୍ରାର୍ଥୀଙ୍କ ଆବେଦନ ଆସିଛି । ଏଥିରୁ ପ୍ରମାଣିତ ଯେ କଂଗ୍ରେସ ଏହି ବାର୍ତ୍ତା ଦେବାକୁ ଚାହୁଁଛି ଏବେ ବି ତାର ଗ୍ରହଣୀୟତା ଅଛି ।" ଦକ୍ଷିଣ ଓଡିଶା ଏବଂ ପଶ୍ଚିମ ଓଡିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ରିପୋର୍ଟ ଆସୁଥିବା କହିଛନ୍ତି ଅକ୍ଷୟ ସାହୁ ।

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସର ଟିକେଟ୍ କସରତ; ମାର୍ଚ୍ଚ ପ୍ରଥମ ସପ୍ତାହରେ ୭୦ ପ୍ରାର୍ଥୀ ଘୋଷଣା

ଅନ୍ୟପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ଦଳ ତାର ପ୍ରସ୍ତୁତି ଚଲାଇ ରଖିଥିଲା । ସେହି ପ୍ରସ୍ତୁତି ଅନୁସାରେ ଜିଲ୍ଲା କଂଗ୍ରେସ ସଭାପତିଙ୍କ ଯାହା ରିପୋର୍ଟ ଆସିଥିଲା ସେହି ଆଧାରରେ ଟିକେଟ ବଣ୍ଟନ କରାଯିବ । 3ଟି ସ୍ତରରେ ତର୍ଜମା ହେବ ତା ପରେ ଟିକେଟ ଦିଆଯିବ । ଟିକେଟ ବଣ୍ଟନର ଆଗୁଆ ନିଷ୍ପତ୍ତି ଦ୍ବାରା କଂଗ୍ରେସ ଲାଭବାନ ହେବ । କଂଗ୍ରେସ ଏଥର ସରକାର ଗଠନ କରିବ । କଂଗ୍ରେସ ଲାଭବାନ ହେବ ଏଥିପାଇଁ, ଯେ ଏହା 138 ବର୍ଷର ଦଳ । ସବୁ ବ୍ୟବସ୍ଥାରେ କଂଗ୍ରେସ ଲୋକ ଅଛନ୍ତି । ଯଦି ଆମେ ଆଗୁଆ ଟିକେଟ ଦେବୁ, ପ୍ରାର୍ଥୀମାନେ ସେମାନଙ୍କ କ୍ଷେତ୍ର ପ୍ରସ୍ତୁତ କରିବେ ଏବଂ ଜିତିକି ଆସିବେ ।"

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସ ନିର୍ବାଚନ କମିଟି ବୈଠକ: ବନ୍ଦ ଲଫାପା ଭିତରେ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ

ଗୋଟିଏ ପଟେ ବିଜେଡି ସରକାର ବିଭିନ୍ନ ବିକାଶମୂଳକ ଯୋଜନାରେ ଅର୍ଥରାଶି ଘୋଷଣା କରି ସବୁ ବର୍ଗର ଭୋଟରଙ୍କୁ ଆକର୍ଷିତ କରିବାକୁ ଗତ 10ରୁ 15 ଦିନ ହେବ ଉଦ୍ୟମ ଜାରି ରଖିଛି । ଅନ୍ୟପଟେ ମୋଦି ସରକାର ମଧ୍ୟ ବିଭିନ୍ନ ବିକାଶମୂଳକ ଯୋଜନାକୁ ମାଧ୍ୟମ କରି ଶିଳାନ୍ୟାସ-ଉଦଘାଟନରେ ବ୍ୟସ୍ତ ଅଛନ୍ତି । ରାମ ମନ୍ଦିର ମୁଦ୍ଦା ମଧ୍ୟ ରହିଛି । ଆଉ ଏହାରି ଭିତରେ ଟିକେଟ ବାଣ୍ଟିବାର ଆଗୁଆ ନିଷ୍ପତ୍ତି ନେଇଛି କଂଗ୍ରେସ । ଯାହା କଂଗ୍ରେସକୁ ଜିତାଇବାରେ ସହାୟକ ହେବ ବୋଲି ପୂର୍ବତନ ପିସିସି ସଭାପତି କହିଛନ୍ତି । ଦେଖିବାର କଥା, ଆଗୁଆ ଟିକେଟ ବଣ୍ଟନରୁ କଂଗ୍ରେସ ଦଳଗତ ଭାବେ ତୃଣମୂଳସ୍ତରରେ କେତେ ଫାଇଦା ଉଠାଇପାରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.