ETV Bharat / politics

ବିଜେଡିରେ ସାମିଲ ହେଲେ ଯୁବ ଡାକ୍ତର ଅବିନାଶ ସାମଲ - ବିଜେଡିରେ ମିଶିଲେ ଡାକ୍ତର ଅବିନାଶ ସାମଲ

BJD Joining Program: ବିଜେଡିରେ ମିଶିଲେ ଢେଙ୍କାନାଳ ଅଞ୍ଚଳର ଯୁବ ଡାକ୍ତର ଅବିନାଶ ସାମଲ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ମିଶିଛନ୍ତି ଅବିନାଶ । ଅଧିକ ପଢ଼ନ୍ତୁ

ବିଜେଡିରେ ସାମିଲ ହେଲେ ଯୁବ ଡାକ୍ତର ଅବିନାଶ ସାମଲ

author img

By ETV Bharat Odisha Team

Published : Feb 16, 2024, 4:28 PM IST

ବିଜେଡିରେ ସାମିଲ ହେଲେ ଯୁବ ଡାକ୍ତର ଅବିନାଶ ସାମଲ

ଭୁବନେଶ୍ବର: ବିଜେଡିରେ ଯୋଗ ଦେଇଛନ୍ତି ଢେଙ୍କାନାଳ ଅଞ୍ଚଳର ଯୁବ ଡାକ୍ତର ଅବିନାଶ ସାମଲ । ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ପୁତୁରା ହେଉଛନ୍ତି ଅବିନାଶ । ବିଜେଡିର ରାଜ୍ୟ ମୁଖ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ମିଶିଛନ୍ତି ଅବିନାଶ । ବିଜେଡିର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଦଳରେ ଡାକ୍ତର ଅବିନାଶଙ୍କୁ ସାମିଲ କରାଇଛନ୍ତି ।

ଶଙ୍ଖ ଭବନରେ ଆଜି ଅନୁଷ୍ଠିତ ହୋଇଛି ମିଶ୍ରଣ ପର୍ବ । ବିଜେଡିରେ ମିଶିଛନ୍ତି ଢେଙ୍କାନାଳ ତଥା ରାଜ୍ୟର ଜଣେ ଯୁବ ଡାକ୍ତର ଅବିନାଶ ସାମଲ । ଢେଙ୍କାନାଳ ଖଡ଼ଗପ୍ରସାଦର ଡାକ୍ତର ଅବିନାଶ ସାମଲ ସମାଜ ସେବାରେ ନିଜକୁ ବ୍ରତୀ କରିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ଅବିନାଶ । ସାଂସଦ ତଥା ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ହୋଇଛନ୍ତି ସାମିଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅବିନାଶ ଦଳରେ ସାମିଲ ହୋଇଥିବା ମାନସ ସୂଚନା ଦେଇଛନ୍ତି । ଅବିନାଶଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି ମାନସ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଅବିନାଶଙ୍କ ଦାଦା ତଥା ଢେଙ୍କାନାଳ ବିଧାୟକ ସୁଧୀର ସାମଲ ।

ଏହା ମଧ୍ୟ ପଢ଼ନ୍ତୁ...ଶଙ୍ଖ ଭବନରେ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପିର ବହୁ ନେତା

ଏହି କାର୍ଯ୍ୟକ୍ରମରେ ସାଂସଦ ମାନସ ମଙ୍ଗରାଜ କହିଛନ୍ତି, "ଅବିନାଶ ହେଉଛନ୍ତି ଢେଙ୍କାନାଳର ଜଣେ ପ୍ରସିଦ୍ଧ ଡାକ୍ତର ଓ ଉଦ୍ୟୋଗବିତ । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜାରି ରହିଥିବା ବିକାଶର ପର୍ବରେ ଅବିନାଶ ଅନୁପ୍ରାଣିତ ହୋଇଛନ୍ତି । ଦଳରେ ସାମିଲ ହେବାକୁ ସେ ଆବେଦନ କରିଥିଲେ । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶକ୍ରମେ ଆଜି ଏହି ମିଶ୍ରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଦଳ ତରଫରୁ ଅବିନାଶଙ୍କୁ ସ୍ବାଗତ କରାଯାଉଛି । ଅବିନାଶଙ୍କ ଯୋଗଦାନରେ ବିଜେଡି ବିଶେଷକରି ଢେଙ୍କାନାଳ ଜିଲ୍ଲାରେ ଅଧିକ ଶକ୍ତିଶାଳୀ ହେବ ବୋଲି ଆଶା କରୁଛୁ ।"

ଢେଙ୍କାନାଳ ବିଧାୟକ ସୁଧୀର ସାମଲ କହିଛନ୍ତି, "ଡାକ୍ତର ଅବିନାଶ ସାମଲ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ସେ ମୋ ବଡ଼ ଭାଇଙ୍କ ପୁଅ, ମୋ ପୁତୁରା । ସେବା ଉଦ୍ଦେଶ୍ୟରେ ସେ ବିଜେଡିରେ ମିଶିଛନ୍ତି । ଢେଙ୍କାନାଳ ଜିଲ୍ଲା ବିଜେଡି ତରଫରୁ ତାଙ୍କୁ ସ୍ବାଗତ କରାଯାଉଛି ।" ସେହିପରି ଅବିନାଶ କହିଛନ୍ତି, "ଗତ ୧୦ ବର୍ଷରେ ବିଜେଡିର ଯେଉଁ କାମ ହୋଇଛି, ସେଥିରେ ମୋର କିଛି ଯୋଗଦାନ ରହିଛି । ମୁଁ ନିଜକୁ ଦଳର ଏକ ସୈନିକ ବୋଲି ଭାବୁଛି । ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଗ୍ଲୋବାଲସ୍ତରକୁ ନେଉଛନ୍ତି । ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇଛି । ମୋର କୌଣସି ଆଶା ନାହିଁ । ମୋ ତରଫରୁ ଯାହା କିଛି ହୋଇପାରିବ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରି ଚାଲିବି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.