ETV Bharat / politics

ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି, ବୁଝାଇବାରେ ବିଫଳ ହେଲା ପ୍ରଶାସନ - Villagers Boycott Election - VILLAGERS BOYCOTT ELECTION

Villagers Boycott Election: ଗାଁର ଭଲ ରାସ୍ତା କଣ୍ଡିଏ ନଥବାରୁ ପ୍ରଶାସନକୁ ଜଣାଇ ମଧ୍ୟ ନିରାଶ ହୋଇଥିଲେ ଅଶନବଣୀ ଗ୍ରାମବାସୀ । ପ୍ରତିବାଦରେ ଗ୍ରାମବାସୀମାନେ ଭୋଟ ବର୍ଜନ କରିଥିବା ବେଳେ ଗାଁକୁ କୌଣସି ଦଳର ପ୍ରଚାରକୁ ନିଷେଧ କରିଛନ୍ତି । ଅଧିକ ପଢନ୍ତୁ

Villagers Boycott Election
Villagers Boycott Election (ETV Bharat Odisha)
author img

By ETV Bharat Odisha Team

Published : May 20, 2024, 9:19 AM IST

Villagers Boycott Election (ETV Bharat Odisha)

ରାଇରଙ୍ଗପୁର : ମୌଳିକ ଆବଶ୍ୟକତା ପୂରଣ ନ ହେବାରୁ ଗ୍ରାମବାସୀଙ୍କ ଭୋଟ ବର୍ଜନ । ଦିନକୁ ଦିନ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ୟା ଘେରରେ ଥିବା କିଛି ଗ୍ରାମ ଗୁଡିକରେ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି ଜୋର୍ ଧରିଛି । ତେବେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ଗ୍ରାମପଞ୍ଚାୟତର ଅଶନବଣୀ ଗାଁ ରେ । ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମର ବାସିନ୍ଦା ଚଳିତ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ଏପରି କି ସମସ୍ତ ରାଜନୈତିକ ଦଳ ମାନଙ୍କର ପ୍ରଚାର ଉପରେ ଅଙ୍କୁଶ ଲଗାଇଛନ୍ତି । ଅସନବଣୀ ଗାଁ କୁ ଗମନାଗମନ ପାଇଁ ଭଲ ରାସ୍ତା ଟିଏ ନାହିଁ । ଫଳରେ ସବୁଦିନେ ଗାଁ ବାସିନ୍ଦା ହଇରାଣ ହେଉଛନ୍ତି । ବର୍ଷା ଦିନର କଥା ନକହିଲେ ଭଲ । କାଦୁଅଭରା ରାସ୍ତାରେ ଯା ଆସ କରିବା ନେଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।

ଏଭଳି ଅବସ୍ଥା ସମ୍ପର୍କରେ ଗାଁ ଲୋକେ ପୂର୍ବରୁ ଜିଲ୍ଲାପାଳ ସମେତ ବିଭିନ୍ନ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ମଧ୍ୟ ବାରମ୍ବାର ଜଣାଇ ଥିଲେ, ମାତ୍ର କେହି ଏ ଦିଗରେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଶେଷରେ ବାଧ୍ୟ ହୋଇ ଗ୍ରାମର ସମସ୍ତ ୨୩୦ ଜଣ ଭୋଟର ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ପ୍ରଶାସନିକ ଅବହେଳା କାରଣରୁ ସେମାନେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଜଣାଇଥିଲେ । ଏଥି ସହିତ ଗାଁକୁ କୌଣସି ରାଜନୈତିକ ଦଳକୁ ପୁରାଇ ନ ଦେବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ ... ବୁଥ ନାହିଁ ତ ଭୋଟ ନାହିଁ ଦାବିରେ ଭୋଟବର୍ଜନ କଲେ ସସ୍ତୁପାଲି ଗ୍ରାମବାସୀ - Villagers Boycott Assembly Election

ଅନ୍ୟପକ୍ଷେ ଖବର ପାଇ ଠାକୁରମୁଣ୍ଡା ବିଡ଼ିଓ ସ୍ବପ୍ନେଶ୍ଵର ବେହେରା ଏବଂ ତହସିଲଦାର ସୁଶ୍ରୀ ସୁପ୍ରିୟା ଅସନବଣୀ ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ନିର୍ବାଚନ ପରେ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ମାତ୍ର ପୁର୍ବରୁ କେବେ ପ୍ରତିଶୃତି ରହି ନ ଥିବାରୁ ନିର୍ବାଚନ ପୂର୍ବରୁ ରାସ୍ତା କାମ ହେଲେ ଭୋଟ ଦେବେ ବୋଲି ପ୍ରଶାସନ ଅଧିକାରୀଙ୍କୁ ଗାଁ ଲୋକେ ରୋକଠୋକ୍ ଶୁଣାଇ ଦେଇଛନ୍ତି । ନିର୍ବାଚନ ପୁର୍ବରୁ ଏହା ସମ୍ଭବ ନ ଥିବାରୁ ପ୍ରଶାସନ ଅଧିକାରୀ ମାନେ ବୁଝାସୁଝାରେ ବିଫଳ ହୋଇ ଫେରି ଯାଇଥିଲେ । ଜନସାଧାରଣ ଏବେ ବି ତାଙ୍କ ନିଷ୍ପତ୍ତିରେ ଅଟଳ ଅଛନ୍ତି ଏବଂ କୌଣସି ରାଜନୈତିକ ଦଳର ପ୍ରଚାର ଗାଡି ଗାଁକୁ ଯିବା ପାଇଁ ବାରଣ କରିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ଗୁଡିକରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମାଞ୍ଚଳ ଗୁଡିକର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏପରି ଏକ ନଗ୍ନ ଚିତ୍ର ଠାକୁରମୁଣ୍ଡା ଅଞ୍ଚଳରୁ ସାମ୍ନାକୁ ଆସିଥିବା ବେଳେ ମତଦାନର ବିରୋଧାଭାସ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.