ETV Bharat / politics

ବିଜେପିରେ ଟିକେଟ କନ୍ଦଳ ! ଜୟଦେବରେ ସ୍ବାଧୀନ ଲଢି ଅରବିନ୍ଦଙ୍କ ପାଇଁ ଅଡୁଆ ବଢାଇପାରନ୍ତି ସତ୍ୟପ୍ରିୟ - Jayadev constituency - JAYADEV CONSTITUENCY

Dispute in BJP in Jaydev assembly seat: ଜୟଦେବରେ ସ୍ବାଧୀନ ଭାବେ ନିର୍ବାଚନକୁ ଓହ୍ଲାଇପାରନ୍ତି ବିଜେପିର ଯୁବନେତା ସତ୍ୟପ୍ରିୟ ବେହେରା । ଅରବିନ୍ଦ ଢାଲିଙ୍କୁ ଟିକେଟ ମିଳିବା ପରେ ବିଭିନ୍ନ ସ୍ଥାନରେ କରୁଛନ୍ତି କର୍ମୀ ସମ୍ମିଳନୀ । ଅଧିକ ପଢନ୍ତୁ

ବିଜେପିରେ ଟିକେଟ କନ୍ଦଳ ! ଜୟଦେବରେ ସ୍ବାଧୀନ ଲଢି ଅରବିନ୍ଦଙ୍କ ପାଇଁ ଅଡୁଆ ବଢାଇପାରନ୍ତି ସତ୍ୟପ୍ରିୟ

author img

By ETV Bharat Odisha Team

Published : Apr 25, 2024, 10:22 AM IST

ଜୟଦେବରେ ବିଗୁଡୁଛି ବିଜେପି ସ୍ଥିତି ! ଅରବିନ୍ଦଙ୍କ ପାଇଁ ଅଡୁଆ ସତ୍ୟପ୍ରିୟ

ନିଆଳି: ନିର୍ବାଚନ ଯେତେ ପାଖଉଛି ଜୟଦେବ ବିଧାନସଭା ଆସନରେ ବିଜେପି ପାଇଁ ଅଡୁଆ ବଢୁଛି । ବିଜେଡିରୁ ଆସି ବିଜେପି ଦଳରୁ ଟିକେଟ ହାତେଇଥିବା ଅରବିନ୍ଦ ଢ଼ାଲିଙ୍କ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ସତ୍ୟପ୍ରିୟ ବେହେରା । ସତ୍ୟପ୍ରିୟ ବେହେରା ବିଜେପି ଟିକେଟ ପାଇବାରେ ବିଫଳ ହେବା ପରେ ବିଭିନ୍ନ ପଞ୍ଚାୟତରେ କର୍ମୀ ସମ୍ମିଳନୀ ମାଧ୍ୟମରେ ଭୋଟରଙ୍କ ବଳ ଗୋଟାଉଛନ୍ତି । ଏବେ ସେ ସ୍ବାଧିନ ପ୍ରାର୍ଥୀ ଭାବରେ ଲଢିବା ପାଇଁ ସିଧା ସଳଖ ଖୋଲା ଖୋଲି ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି ।

ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢ଼ାଲି ଟିକେଟ ପାଇବା ଦିନଠାରୁ ନିର୍ବାଚନ ମଣ୍ଡଳୀର ନେତା, କର୍ମୀଙ୍କ ମଧ୍ୟରେ କୁହୁଳିଛି ନିଆଁ । ଦୀର୍ଘ ବର୍ଷ ଧରି ସଙ୍ଗଠନ ଦାୟିତ୍ଵରେ ଥିବା ବସନ୍ତ ନାୟକ ମଧ୍ୟ ବିଦ୍ରୋହ କରିବା ସହିତ ତାଙ୍କ ସମର୍ଥକମାନେ ବିରୋଧ ଓ ଅଣ୍ଡାମାଡ କରି ଅରବିନ୍ଦଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ସାରିଛନ୍ତି । ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରା ଦୀର୍ଘ ବର୍ଷ ଧରି ଜୟଦେବରେ ନିଜର ପତିଆରା ଜାହିର କରିବା ସହିତ ଲୋକଙ୍କ ବିଭିନ୍ନ ସମସ୍ୟାରେ ଯୋଡି ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜେପି ଦଳରେ ସାମିଲ ହୋଇ ଚଳିତ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ମନ ବଳାଇଥିଲେ । କିନ୍ତୁ ସତ୍ୟପ୍ରିୟଙ୍କ ସବୁ ଆଶା ମଉଳିଯାଇଛି । କେବଳ ଗୋଟିଏ ବାଟ ସ୍ବାଧୀନ ପ୍ରାର୍ଥୀ ଭାବରେ ଜୟଦେବରେ ନିର୍ବାଚନରେ ଲଢିବେ ସତ୍ୟପ୍ରିୟ ।

ଏହା ମଧ୍ୟ ପଢନ୍ତୁ:- ଆଜି ଆସୁଛନ୍ତି ଶାହ, ସୋନପୁରରୁ ଆରମ୍ଭ କରିବେ ପ୍ରଚାର - Amit Shah

ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତସ୍ଥିତ ବିରିବାଟି ଉଗ୍ରତାରା ପୀଠରେ ନିଜ ସମର୍ଥକଙ୍କ ସହିତ ଏକାଠି ହୋଇ ସମସ୍ତ ମତାମତ ଲୋଡିଛନ୍ତି । ସମର୍ଥକ ଏବଂ ଭୋଟର ସତ୍ୟପ୍ରିୟ ବେହେରାଙ୍କୁ ବିଜେପି ଟିକେଟ ଦିଅ ନହେଲେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚିତ ଲଢିବା ପାଇଁ ସିଧା ଚେତାବନୀ ଦେଇଛନ୍ତି । ଯାହା ଦ୍ବାରା ଜୟଦେବ ବିଜେପି ପାଇଁ ଅସୁବିଧା ସୃଷ୍ଟି ହୋଇପାରେ । ସତ୍ୟପ୍ରିୟ ବେହେରା ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢନ୍ତି ତେବେ ବିଜେପି ଭୋଟ ବିଭାଜନ ହେବା ସହିତ ବିଜେଡି ଭୋଟ ମଧ୍ୟ ସତ୍ୟପ୍ରିୟ ଖାତାକୁ ଆସିବ ବୋଲି ସତ୍ୟପ୍ରିୟଙ୍କ ସମର୍ଥକ କହିଛନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.