ETV Bharat / politics

ଭୁବନେଶ୍ବରରେ ଟିକେଟ ବଣ୍ଟାକୁ ନେଇ ବିଜେଡିରେ ଟେନ୍‌ସନ୍‌, ବିଜୟରେ ବାଧକ ସାଜିବେ ଅସନ୍ତୁଷ୍ଟ ନେତା ! - BJD Ticket Tension

author img

By ETV Bharat Odisha Team

Published : Apr 12, 2024, 4:34 PM IST

BJD Ticket Tension: ବିଜେଡିକୁ ନିର୍ବାଚନ ଜିତିବାରେ ବାଧକ ସାଜି ପାରନ୍ତି ଅସନ୍ତୁଷ୍ଟ ନେତା । ନୂଆ ଟିକେଟ ଆଶାୟୀଙ୍କୁ ନିରାଶ କରି ପ୍ରାୟ ସବୁ ଆସନରେ ପ୍ରାର୍ଥୀ ରିପିଟ୍‌ କରିଛି ବିଜେଡି । ଫଳରେ ଅସନ୍ତୁଷ୍ଟ ନେତାମାନେ ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିପାରନ୍ତି ବୋଲି ରାଜନୀତି ସମୀକ୍ଷକ ଆଶଙ୍କା କରିଛନ୍ତି । ଅଧିକ ପଢ଼ନ୍ତୁ

BJD Ticket Tension
BJD Ticket Tension
BJD Ticket Tension

ଭୁବନେଶ୍ବର: ବିଜେଡିକୁ ନିର୍ବାଚନ ଜିତିବାରେ ବାଧକ ସାଜିବେ କି ଅସନ୍ତୁଷ୍ଟ ? ଏହି ପ୍ରଶ୍ନ ଏବେ ଉଠିବା ସ୍ବାଭାବିକ । କାରଣ ଭୁବନେଶ୍ବର ମଧ୍ୟ ଆସନରୁ ବିଜେଡି ସୁପ୍ରିମୋ ସିଟିଂ ଏମ୍‌ଏଲ୍‌ଏ ଅନନ୍ତ ନାରାୟଣ ଜେନାଙ୍କ ଉପରେ ଭରସା କରିଛନ୍ତି । ଅନନ୍ତଙ୍କୁ ମିଳିଛି ଭୁବନେଶ୍ବର ମଧ୍ୟ ଟିକେଟ । ଏହି ଆସନରୁ ଟିକେଟ ଆଶାୟୀ ଥିଲେ ଅମରେଶ ଜେନା ଏବଂ ରୁଦ୍ର ସାମନ୍ତରାୟ । ଏପରିକି କିଛିଦିନ ତଳେ ଅମରେଶ ନିଜ ସମର୍ଥକଙ୍କ ସହିତ ନବୀନ ନିବାସ ଆଗରେ ଶକ୍ତି ପ୍ରଦର୍ଶନ କରିଥିଲେ । ଅନ୍ୟତମ ଆଶାୟୀ ଥିଲେ ରୁଦ୍ର ସାମନ୍ତରାୟ । ହେଲେ ବିଜେଡି ସୁପ୍ରିମୋ ନା ଅମରେଶ ନା ରୁଦ୍ର, କାହାକୁ ବି ବିଶ୍ବାସକୁ ନେଇପାରିଲେ ନାହିଁ ।

ଦଳ ସହ ରହିବେ ଅମରେଶ !: କେବଳ ଏହି ଆସନ ନୁହେଁ, ପୂର୍ବରୁ ମଧ୍ୟ ଭୁବନେଶ୍ବର ଏକାମ୍ର ଏବଂ ଭୁବନେଶ୍ବର ଉତ୍ତରରେ ପ୍ରାର୍ଥୀ ରିପିଟ୍‌ କରିଛି ଦଳ । ଭୁବନେଶ୍ବର ଏକାମ୍ରରେ ବିଜେଡି ଅଶୋକ ପଣ୍ଡାଙ୍କୁ ରିପିଟ୍‌ କରିଛି । ସେ ମଧ୍ୟ ୨୦୧୯ ନିର୍ବାଚନରେ ଏଠାରୁ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ନିରାଶ ହୋଇଥିବା ଟିକେଟ ଆଶାୟୀ ଅମରେଶ କହିଛନ୍ତି, "ମୁଁ ବିଜୁ ଜନତା ଦଳର ଶୃଙ୍ଖଳିତ କର୍ମୀ । ଯାହାକୁ ବି ନବୀନ ପ୍ରାର୍ଥୀ କରିଛନ୍ତି ନିଶ୍ଚିତ ଭାବେ ତାଙ୍କ ସଂଗଠନ ଭଲ ଥିବ । ନବୀନଙ୍କ କଥା ବେଦର ଗାର । କେବଳ ପ୍ରାର୍ଥୀ ନୁହେଁ, କର୍ପୋରେଟର ଛିଡା ହେବା ସମୟରେ ମଧ୍ୟ ମୋତେ ଟିକେଟ ଦିଆଯାଇଥିଲା ଏବଂ କାଟି ଦିଆଯାଇଥିଲା । ଏବେ ଚିକେଟ ନମିଳିବା ମୋ ମନୋବଳକୁ ଅଧିକ ସୁଦୃଢ କଲା । ମୁଁ ଅଧିକ ସଂଗଠିତ ହେବି । ବିଜେଡିକୁ ଯିଏ କ୍ଷତି ପହଞ୍ଚାଇବ ଆମେ ତାର ଶତ୍ରୁ । ଯିଏ ନିତି ନିୟମକୁ ମାନିଲା ସେ ଭଲ ଲିଡର ହୋଇପାରିବ ।" ଆମେ ମଧ୍ୟ ତା ସହିତ ବାହାରିବୁ ବୋଲି କହିଛନ୍ତି ଅମରେଶ ।

'ବିଜେଡି ହାତରୁ ଖସି ଯାଇପାରେ ୧-୨ ଆସନ': ବରିଷ୍ଠ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ସବୁ ବିଧାନସଭା ଆସନରେ ଅନେକ ଆଶାୟୀ ଥିଲେ । ସେମାନେ ହତୋତ୍ସାହ ହୋଇଛନ୍ତି । ସେମାନଙ୍କ ଭିତରେ ଅସନ୍ତୋଷ ରହିଛି । ଯଦିଓ ଖୋଲାଖୋଲି ସେମାନେ ଅସନ୍ତୋଷ ଜାହିର କରିନାହାନ୍ତି, ଗୋଟିଏ ସାଇଲେଣ୍ଟ ଅପୋଜିସନ ରହିବ । ଅମରେଶ ଜେନା ଅସହଯୋଗ କରିବେ । କାରଣ ଯଦି ଜଣେ ଆଶାୟୀ ଟିକେଟ ପାଇଥିବା ବ୍ୟକ୍ତିଙ୍କୁ ସମର୍ଥନ ଦେଉଛନ୍ତି ତେବେ ତାଙ୍କର ସ୍ଥିତି ଦୋହଲିଯିବ । ଏକାମ୍ରରେରେ ଲିଟୁ ମହାସୁପକାର ମଧ୍ୟ ବିଦ୍ରୋହ କରିଥିଲେ । ଉତ୍ତରରେ ପ୍ରିୟଦର୍ଶୀ ଅସନ୍ତୁଷ୍ଟ ଥିଲେ । ବିଜେପିରେ ଯୋଗ ଦେଇଦେଲେ । ଦେଖିବାର କଥା ବିଜେଡିର ଯେଉଁ ସାଂଗଠନିକ ଶକ୍ତି ରହିଛି ତାହା ଏକାଠି ଲଢୁଛି ନା ଡିଭାଇଡ୍‌ ହୋଇ ଲଢୁଛି । ଚଳିତ ନିର୍ବାଚନରେ ଭୁବନେଶ୍ବରରେ ଯେଉଁ ସ୍ଥିତି ହୋଇଛି ପୂର୍ବରୁ କେବେ ହୋଇନଥିଲା ।" ୨୦୧୯ରେ ସମସ୍ତ ଆସନ ବିଜେଡି କବଜାରେ ଥିବାବେଳେ ଏବେ ସ୍ଥିତି ଯାହା ହୋଇଛି ହାତରୁ ଗୋଟିଏ କିମ୍ବା ଦୁଇଟି ଆସନ ଖସି ଯାଇପାରେ ବୋଲି ସେ ଆକଳନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଗୋଟିଏ ଲୋକସଭା ଓ 9 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା BJD, ବାଲେଶ୍ବରରୁ ଲେଖାଶ୍ରୀ - BJD announces candidates

ଏବେ ବଡ଼ ପ୍ରଶ୍ନ ହେଲା ଅସନ୍ତୁଷ୍ଟ ମାନଙ୍କୁ କେମିତି ବୁଝାଇବେ ନବୀନ । କାରଣ ଲିଟୁ ମହାସୁପକାର ସ୍ବାଧୀନ ଭାବେ ଲଢିବା ପାଇଁ ଏକ ପ୍ରକାର ରଣହୁଙ୍କାର ଦେଇଛନ୍ତି । ଅମରେଶ ଜେନା କହିଛନ୍ତି, 'ଯିଏ ପାର୍ଟିକୁ କ୍ଷତି ପହଞ୍ଚାଇବ ଆମେ ତା ସହିତ ନାହୁଁ ।' ଏପରି ସ୍ଥିତିରେ ଭୁବନେଶ୍ବରର ସମସ୍ତ ଆସନରେ ରୋଚକ ଲଢେଇ ଦେଖିବାକୁ ବାକି ଅଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.