ETV Bharat / politics

ଓଡିଶାରୁ ‘ଛାୟା ସରକାର’ ବିତାଡିତ ହେବା ଜରୁରୀ: ରାଜ୍ୟ ବିଜେପି ସଭାପତି

Leaders And Workers Joined BJP : ଆଜି ବିଜେପିରେ ଯୋଗ ଦେଇଛନ୍ତି ବିଜେଡି ଓ କଂଗ୍ରେସର ବହୁ ତୁଙ୍ଗନେତା ଓ କର୍ମୀ।ମିଶ୍ରଣ ପର୍ବରେ ଓଡିଶାରୁ ‘ଛାୟା ସରକାର’ ବିତାଡିତ ହେବା ଜରୁରୀ କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ଅଧିକ ପଢନ୍ତୁ

ଓଡିଶାରୁ ‘ଛାୟା ସରକାର’ ବିତାଡିତ ହେବା ଜରୁରୀ : ରାଜ୍ୟ ବିଜେପି ସଭାପତି

author img

By ETV Bharat Odisha Team

Published : Feb 25, 2024, 10:43 PM IST

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି ଦଳ ପରିବର୍ତ୍ତନ ପର୍ଯ୍ୟାୟ । ଆଜି ବିଜେପିରେ ଯୋଗ ଦେଇଛନ୍ତି ବିଜେଡି ଓ କଂଗ୍ରେସର ବହୁ ତୁଙ୍ଗନେତା । ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ବରୀ ବିଧାୟକ ଦେବାଶିଷ ନାୟକ ଓ ପୂର୍ବତନ ଅତାବିରା ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନିହାର ରଞ୍ଜନ ମହାନନ୍ଦଙ୍କ ବିଜେପିରେ ଯୋଗଦାନ କରିଛନ୍ତି । ବିଜୁ ମହିଳା ଜନତା ଦଳର ପୂର୍ବତନ ରାଜ୍ୟ ସାଧାରଣ ସଂପାଦିକା ଜ୍ୟୋସ୍ନାରାଣୀ ଜେନା, ପ୍ରତିଷ୍ଠିତ ଡୁମାଣି ଖବରର ମୁଖ୍ୟ ସଂପାଦକ ଅକ୍ଷୟ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଶାସକ କୁଳମଣି ବିଶ୍ବାଳଙ୍କ ସମେତ ଲାଞ୍ଜିଗଡ ନିର୍ବାଚନମଣ୍ଡଳୀର ବହୁ ବିଜେଡି ଓ କଂଗ୍ରେସ ନେତାଙ୍କ ବିଜେପିରେ ଯୋଗଦାନ କରିଛନ୍ତି । ଓଡିଶାରୁ ‘ଛାୟା ସରକାର’ ବିତାଡିତ ହେବା ଜରୁରୀ କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ।

“ଶ୍ରେଷ୍ଠ ଭାରତ, ଶ୍ରେଷ୍ଠ ଓଡ଼ିଶା ଗଠନର ପ୍ରକୃଷ୍ଠ ସମୟ ଆସିଛି । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଜରୁରୀ । ବର୍ତ୍ତମାନ ଓଡ଼ିଶାବାସୀ ପରିବର୍ତନ ମୁହାଁ ହୋଇଛନ୍ତି । ସୁଦୃଢ଼ ଭାରତ ଗଠନ ପାଇଁ ସୁଦୃଢ଼ ଓଡ଼ିଶା ଗଠନର ଆବଶ୍ୟକତା ଅଛି । "ଓଡ଼ିଶାରେ ଏକଛତ୍ରବାଦୀ ବିଜେଡି ସରକାର ହଟାଇ ଲୋକତନ୍ତ୍ର ସରକାର ଆଣିବା ପାଇଁ ଓଡିଶାବାସୀ ସଂକଳ୍ପ ନେଇଛନ୍ତି । “ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ” ସରକାର ଗଠନ ହେଲେ ବିକାଶ ଧାରା ତ୍ବରାନ୍ବିତ ହୋଇପାରିବ । କୃଷକ, ଗରିବ, ଯୁବକ ଓ ମହିଳା ଗୋଷ୍ଠୀଙ୍କ ପାଇଁ ମୋଦିଜୀଙ୍କ ପ୍ରାଥମିକତା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସାରା ବିଶ୍ବରେ ସମ୍ମାନିତ କରିଛନ୍ତି । ମୋଦିଜୀଙ୍କ ଆଦର୍ଶ ଏବଂ ମୋଦି ଗ୍ୟାରେଣ୍ଟି ପ୍ରତି ଆସ୍ଥା ପ୍ରକଟ କରି ବିଜେଡି ଓ କଂଗ୍ରେସର ନେତା ଓ କର୍ମୀମାନେ ବିଜେପିରେ ମିଶୁଛନ୍ତି । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ... କେନ୍ଦ୍ର-ରାଜ୍ୟ ସରକାରକୁ କଂଗ୍ରେସର ଟାର୍ଗେଟ, 26ରେ ଲୋକସେବା ଭବନ ଘେରାଉ

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ବରୀ ବିଧାୟକ ଦେବାଶିଷ ନାୟକ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ରବିନ୍ଦ୍ର କୁମାର ବାରିକ, ଶିବପ୍ରସାଦ ବେହେରା, ପ୍ରଫୁଲ୍ଲ ସାମଲ, ଦାମୋଦର ସ୍ବାଇଁ, କାଳନ୍ଦୀ ଲେଙ୍କା, କମଳାକାନ୍ତ ଜେନା, ମାନସ ସାହୁ, ପ୍ରଭାତ ମହାନ୍ତି, ସୁଶିଲ କୁମାର ଜେନା, ପ୍ରଶାନ୍ତ ତ୍ରିପାଠୀ, ମହେଶ୍ବର ଭ୍ରଦ୍ରା, ନିହାର ରଞ୍ଜନ ସାହୁ, ଆଲୋକ ସେଠୀ, ଗୌତମ ପ୍ରଧାନ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି । ସେହିପରି ପୂର୍ବତନ ଅତାବିରା ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନିହାର ରଞ୍ଜନ ମହାନନ୍ଦ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି ।

ତାଙ୍କ ସହ ବରଗଡ ଜିଲ୍ଲା କଂଗ୍ରେସର ପୂର୍ବତନ ଯୁବ ସଭାପତି ସ୍ବାଧୀନ ରଥ, ସୌମ୍ୟକାନ୍ତ ଦାଶ, ଯୁବ କଂଗ୍ରେସ ନେତା ଉଦେଶ ପ୍ରଧାନ, ରାମୁ ରେଡ୍ଡି, ଜିତୁ ଭୋଇ, ଉସମାନ ଖାନ୍‌, ତପନ ବାଗ୍‌, କାର୍ତିକ ମହାରଣା, ପୂର୍ବତନ କାଉନସିଲର ବଳରାମ ସାହୁ, ଇରା ବାବୁ, କେ ସନ୍ଦିପ, ରିଙ୍କୁ ମହାନନ୍ଦ, ନଇମିଶ ପତି ପ୍ରମୁଖ ଆନୁଷ୍ଠାନିକଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।ବିଜୁ ମହିଳା ଜନତା ଦଳର ପୂର୍ବତନ ରାଜ୍ୟ ସାଧାରଣ ସଂପାଦିକା ଶ୍ରୀମତୀ ଜ୍ୟୋସ୍ନାରାଣୀ ଜେନା ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ରଶ୍ମୀରଞ୍ଜନ ପରିଡା, ସଲମାନ ଖାନ, କପିଳେଶ୍ବର ସାହୁ, ଦେବସ୍ମୃତି ସ୍ବାଇଁ, ସୁବ୍ରତ ଜେନା, ପଂକଜ ସ୍ୱାଇଁ, ଜିତେନ୍ଦ୍ର ସାହୁ, ରତ୍ନାକର ପ୍ରଧାନ, ଓମ୍‌ପ୍ରକାଶ ମଲ୍ଲିକ, ଉତ୍କଳ ମହାପାତ୍ର, ମନୋଜ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ । ।ବିଜେପିରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ରାଜ୍ୟ ସଭାପତି ସାମଲ ଏବଂ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.