ETV Bharat / politics

ଧର୍ମେନ୍ଦ୍ରଙ୍କୁ 'ବିଜୟୀ ଭବଃ' କହି ଆଶୀର୍ବାଦ ଦେଲେ ରାସେଶ୍ୱରୀ - Dharmendra Meets Raseswari

author img

By ETV Bharat Odisha Team

Published : Apr 28, 2024, 8:47 PM IST

Dharmendra Pradhan Meets BJD Ex Leader Raseswari: ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ବିଜୟ ପାଇଁ ଆଶୀର୍ବାଦ ଦେଲେ ରାସେଶ୍ୱରୀ । ଅଧିକ ପଢ଼ନ୍ତୁ

ଧର୍ମେନ୍ଦ୍ରଙ୍କୁ 'ବିଜୟୀ ଭବଃ' କହି ଆଶୀର୍ବାଦ ଦେଲେ ରାସେଶ୍ୱରୀ

ସମ୍ବଲପୁର: ବର୍ତ୍ତମାନ ରାଜନୀତିର ହଟସ୍ପଟ୍‌ ପାଲଟିଛି ସମ୍ବଲପୁର । ପ୍ରତ୍ୟେକ ଦିନ ଏଠାରେ କିଛି ନା କିଛି ରାଜନୈତିକ ହଟଚମଟ ଦେଖିବାକୁ ମିଳୁଛି । ଏହି ସ୍ଥିତିରେ ଆଜି ଏମତି ଏକ ଘଟଣା ଘଟିଛି ଯାହାକୁ ନେଇ ସମ୍ବଲପୁର ରାଜନୈତିକ ସମୀକରଣରେ ବଡ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏବେ ଏବେ ବିଜେଡି ଛାଡିଥିବା ପୂର୍ବତ୍ତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ତେବେ ସମ୍ବଲପୁର ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ବିଜେଡିର ହେବିଓ୍ବେଟ୍‌ ନେତା ପ୍ରଣବ ପ୍ରକାଶ ଦାସ ମଧ୍ୟରେ କଡା ଟକ୍କର ହେବାକୁ ଯାଉଥିବା ବେଳେ ପ୍ରତ୍ୟେକ ଦିନ କିଛି ନା କିଛି ଟ୍ଵିଷ୍ଟ ଦେଖିବାକୁ ମିଳୁଛି । ଆଜି ମଧ୍ୟ ଏକ ଟୁଇଷ୍ଟ ଦେଖବାକୁ ମିଳିଛି । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ନିକଟରେ ବିଜେଡି ଛାଡିଥିବା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଘରକୁ ଯାଇ ଭେଟିବା ସହ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, "ଏହା ରାଜନୈତିକ ଭେଟ ନୁହେଁ । ରାସେଶ୍ବରୀ ରାଜ୍ୟର ଜଣେ ଜଣାଶୁଣା ନାଁ ଓ ଚିକିତ୍ସିକା ତଥା ଚିକିତ୍ସା ପ୍ରଶାସକ । ବିଗତ ଦିନରେ ସେ ସମ୍ବଲପୁରର ବିଧାୟିକା ମଧ୍ୟ ରହିଥିଲେ । ବିଧାୟକ ଅବଧି ସରିବା ପରେ ସାମାଜିକ ରାଜନୈତିକ ଜୀବନରେ ସେ ସକ୍ରିୟ ରହିଥିଲେ । ମୁଁ ଯେହେତୁ ଏହି ଅଞ୍ଚଳର ସାଂସଦ ପ୍ରାର୍ଥୀ ହୋଇଛି, ମୋ ଦାୟିତ୍ବ ରହିଛି ସମାଜର ସମସ୍ତଙ୍କ ଆଶୀର୍ବାଦ ନେବା । ତେଣୁ ମୁଁ ରାସେଶ୍ୱରୀଙ୍କୁ ଭେଟି ଆଶୀର୍ବାଦ ମାଗିଥିଲି । ଆଉ ସେ ମତେ " ବିଜୟୀ ଭବ" ବୋଲି କହିଥିଲେ । ଏହାସହ ରାସେଶ୍ୱରୀ ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କୁ ମଧ୍ୟ ଆଶୀର୍ବାଦ ଦେଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ପାଇଁ କ୍ଷତିକାରକ ହୋଇପାରନ୍ତି ରାସେଶ୍ୱରୀ ! - Sambalpur Politics

ବିଗତ କିଛି ଦିନ ତଳେ ବିଜେଡି ଦଳ ପ୍ରତି ଅସନ୍ତୋଷ ଜାହିର କରି ଡା. ରାସେଶ୍ୱରୀ ପାଣିଗ୍ରାହୀ ବିଜେଡି ଛାଡିଥିଲେ । ସେ ରୋହିତ ପୂଜାରୀଙ୍କ ପ୍ରାର୍ଥୀତ୍ୱ ନେଇ ଦଳର ଶୀର୍ଷ ନେତୃତ୍ୱକୁ ଟାର୍ଗେଟ କରିଥିଲେ । ସେତେବେଳ ସେ କୌଣସି ଦଳ ଯୋଗ ଦେବେନି ଓ ସ୍ୱାଧୀନ ପ୍ରାର୍ଥୀ ହେବେ ନାହିଁ ବୋଲି କହିଥିଲେ । କିନ୍ତୁ ଆଜି ଧର୍ମେନ୍ଦ୍ର ଓ ଜୟନାରାୟଣ ରାସେଶ୍ୱରୀଙ୍କୁ ଭେଟି ଆଶୀର୍ବାଦ ନେବା ଭିନ୍ନ ରାଜନୈତିକ ସମୀକରଣର ଇଙ୍ଗିତ କରୁଥିବା ବେଳେ ରାସେଶ୍ୱରୀ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.