ETV Bharat / politics

ସମ୍ବଲପୁର ମିଶ୍ରଣପର୍ବରେ ଯୋଗ ଦେଇ ଧର୍ମେନ୍ଦ୍ର-ଜୟନାରାୟଣଙ୍କ ପ୍ରଚାର - Dharmendra pradhan - DHARMENDRA PRADHAN

Sambalpur constituency:ସମ୍ବଲପୁରରେ ବିଜେପିର ମିଶ୍ରଣପର୍ବ ଓ ଜନସଭାକୁ ସମ୍ବୋଧିତି କରି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ବିରୋଧୀ ଦଲ ନେତା ଜୟନାରାୟଣ ମିଶ୍ର ମଧ୍ୟ ଥିଲେ ଉପସ୍ଥିତ । ଅଧିକ ପଢନ୍ତୁ

ସମ୍ବଲପୁର ମିଶ୍ରଣପର୍ବରେ ଯୋଗ ଦେଇ ଧର୍ମେନ୍ଦ୍ର-ଜୟନାରାୟଣଙ୍କ ପ୍ରଚାର

author img

By ETV Bharat Odisha Team

Published : Apr 22, 2024, 7:44 AM IST

ସମ୍ବଲପୁର ମିଶ୍ରଣପର୍ବରେ ଯୋଗ ଦେଇ ଧର୍ମେନ୍ଦ୍ର-ଜୟନାରାୟଣଙ୍କ ପ୍ରଚାର

ସମ୍ବଲପୁର: ଚଳିତ ନିର୍ବାଚନରେ ରାଜ୍ୟରେ ମୁକାବିଲା ଦୃଷ୍ଟିରୁ ସର୍ବାଧିକ ଚର୍ଚ୍ଚାରେ ରହିଛି ସମ୍ବଲପୁର ଲୋକସଭା ଆସନ । କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳ (ବିଜେଡି) ଦଳର ଚର୍ଚ୍ଚିତ ନେତା ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ପ୍ରାର୍ଥୀ କରିଛି । କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ଥିବା ଉଭୟ ଦଳ ପାଇଁ ଏହି ଆସନ ଏବେ ସମ୍ମାନର ପ୍ରଶ୍ନ ଭାବେ ଉଭା ହୋଇଛି । ତେବେ ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରକୁ ସେତେ ଜୋରଦାର କରିବାରେ ଲାଗିଛନ୍ତି । ଗତକାଲି (ରବିବାର) ସନ୍ଧ୍ୟାରେ ସମ୍ବଲପୁର ସହର ଅଇଁଠାପାଲିରେ ଅନୁଷ୍ଠିତ ଜନସମାବେଶ ଓ ମିଶ୍ରଣ ପର୍ବରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଚାର କରିଛନ୍ତି l ବିଭିନ୍ନ ପ୍ରସଙ୍ଗରେ ସେ ରାଜ୍ୟର ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସମ୍ବଲପୁରରୁ ‘ଓଡ଼ିଶା ପରିବର୍ତ୍ତନ’ର ପଦଧ୍ୱନୀ ଆରମ୍ଭ ହୋଇଛି । ଦୀର୍ଘ ୨୫ ବର୍ଷ ଶାସନରେ ରହିବା ପରେ ମଧ୍ୟ ରାଜ୍ୟ ସରକାର ସମ୍ବଲପୁରର ବିକାଶ କରିନାହାନ୍ତି । ଏହା ବିରୋଧରେ ରାଜ୍ୟବ୍ୟାପୀ ଜନଆକ୍ରୋଶ ଦେଖାଯାଉଥିବା ବେଳେ ସମ୍ବଲପୁରରୁ ‘ଓଡ଼ିଶା ପରିବର୍ତ୍ତନ’ର ପଦଧ୍ୱନୀ ଆରମ୍ଭ ହୋଇଛି । ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଦୀର୍ଘ ୨୫ ବର୍ଷ ଗୋଟିଏ ସରକାର କ୍ଷମତାରେ ପରେ ମଧ୍ୟ ସମ୍ବଲପୁର ସହରରେ ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥା ଶୋଚନୀୟ । ବିଶୁଦ୍ଧ ପାନୀୟ ଜଳ ନାହିଁ । କୃଷି, ଜଳଚେସନରେ ଅବ୍ୟବସ୍ଥା ଦେଖାଯାଇଛି । ଯୁବକଙ୍କ ପାଇଁ ରୋଜଗାର ନାହିଁ । ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । ଏହା ସତ୍ତ୍ୱେ ରାଜ୍ୟ ସରକାର ସମ୍ବଲପୁରର ବିକାଶ କରିବାରେ ବିଫଳ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ବାସୁଦେବପୁର ଏବଂ ଭଣ୍ଡାରିପୋଖରୀ ବିଧାନସଭା ଆସନ ପାଇଁ ଛିଡୁନି ବିଜେପିର ପ୍ରାର୍ଥୀ ଚୟନ ଅଙ୍କ ! - Bhadrak Assembly seats

ଏହି ସବୁ ସମସ୍ୟାର ସମାଧାନ ପାଇଁ ଓଡ଼ିଶାରେ ଏକ ଦୃଢ ସରକାର ଗଠନ କରିବା ପାଇଁ ପଡିବ । ମୋଦିଙ୍କୁ ପୁଣି ଥରେ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ହେବ । ନିର୍ବାଚନର ଏହି ମହାସଂଗ୍ରାମରେ କଠିନ ପରିଶ୍ରମ କରିବା ପାଇଁ ସଂକଳ୍ପ ନେବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର । ଏହାସହ ସେ କାର୍ଯ୍ୟକ୍ରମରେ ବିଜେପିରେ ନୂତନ ଭାବେ ଯୋଗଦେଇଥିବା ଯୁବ ନେତା ଆର୍ଯ୍ୟନ ସିହ୍ନାଙ୍କ ସମେତ ଅନେକ ଯୁବ ନେତୃତ୍ୱଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.