ETV Bharat / politics

ଓଡିଶାର ବିକାଶ କେବଳ ବିଜେପି ସରକାର ଦ୍ବାରା ସମ୍ଭବ: ରାଜନାଥ ସିଂ - Lok Sabha Election 2024

author img

By ETV Bharat Odisha Team

Published : May 8, 2024, 11:00 PM IST

Rajnath Singh in Rayagada: ରାୟଗଡ଼ାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଓଡ଼ିଶାରେ ଭାରତର ବିକାଶ ତଥା ଓଡିଶାର ବିକାଶ କେବଳ ବିଜେପି ସରକାର ଦ୍ବାରା ହିଁ ସମ୍ଭବ ବୋଲି କହିଲେ ରାଜନାଥ । ଅଧିକ ପଢ଼ନ୍ତୁ

Rajnath Singh in Rayagada
Rajnath Singh in Rayagada (ETV Bharat Odisha)

ରାୟଗଡ଼ା: 'ଲୋକଙ୍କ ସରକାର, ବିକାଶର ସରକାର ହେଉଛି ବିଜେପି', ରାୟଗଡ଼ା ସହରସ୍ଥିତ ଜିଆଇଏସିଆର୍‌ ପଡିଆଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଏପରି ନିଜ ଅଭିଭାଷଣର ଆରମ୍ଭ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତର ବିକାଶ ତଥା ଓଡିଶାର ବିକାଶ କେବଳ ବିଜେପି ସରକାର ଦ୍ବାରା ହିଁ ସମ୍ଭବ ବୋଲି ସେ କହିଥିଲେ । କେନ୍ଦ୍ରରେ ମୋଦି ସରକାରଙ୍କ ବିକାଶର ଧାରା ଜାରି ରହିଥିବା ବେଳେ ଏଥର ଓଡିଶାରେ ପରିବର୍ତ୍ତନର ଆବଶ୍ୟକତା ଅଛି । ଏଥର ଓଡିଶାରେ ଡବଲ ଇଞ୍ଜିନ ସରକାର ମୁଁ ସ୍ପଷ୍ଟ ଭାବେ ଦେଖି ପାରୁଛି ବୋଲି ସେ କହିଥିଲେ ।

ଆସନ୍ତା ୧୩ ତାରିଖରେ ଓଡ଼ିଶାରେ ପଡ଼ିବ ପ୍ରଥମ ପର୍ଯ୍ୟାୟ ଭୋଟ । ଏଥିପାଇଁ ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ଜାରି ରହିଛି । ଏହି କ୍ରମରେ ଆଜି ଓଡ଼ିଶା ଗସ୍ତରେ ଆସିଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କଳାହାଣ୍ଡିର ଭବାନୀପାଟଣା ଓ ରାୟଗଡ଼ାରେ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ । ତେବେ ରାୟଗଡ଼ାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ମୋଦି ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଜାରି ରହିଲେ ଆଗାମୀ ୧୦ରୁ ୧୫ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ରୂପେ ଭାରତରୁ ଗରିବୀ ହଟିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ରାଜନାଥ ।

ସେ କହିଥିଲେ, "ଲୋକଙ୍କ ମୌଳିକ ସୁବିଧା ଉପରେ ମୋଦି ସରକାର ଗୁରୁତ୍ବ ଦେଉଛି । ପକ୍କା ଘର, ବିଶୁଦ୍ଧ ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସମସ୍ୟାର ସମାଧାନ କେବଳ ମୋଦି ସରକାର ଦ୍ବାରା ହିଁ ସମ୍ଭବ । ଓଡିଶାରେ ବିଜେପି ସରକାର ଗଠନ ହେଲେ ୫ ବର୍ଷ ଭିତରେ ସମସ୍ତ ଓଡିଶାବାସୀ ମୌଳିକ ସୁବିଧା ପାଇପାରିବେ । ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫର ସବୁଠାରୁ ବଡ଼ ଉପହାର ହେଉଛି ଆୟୁଷ୍ମାନ ଭାରତ ଯୋଜନା । ଆୟୁଷ୍ମାନ ଭାରତ ଯୋଜନାରେ ଏବେ ମଧ୍ୟ ଓଡିଶାର ବହୁ ଲୋକ ବଞ୍ଚିତ ଅଛନ୍ତି, ପ୍ରକୃତ ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇପାରି ନାହାନ୍ତି । ଓଡିଶାରେ ବିଜେପି ସରକାର ଗଠନ କଲେ ସମସ୍ତ ଓଡିଶାବାସୀ ଆୟୁଷ୍ମାନ ଭାରତର ଯୋଜନାର ଲାଭ ପାଇପାରିବେ ।"

ଏହା ମଧ୍ୟ ପଢ଼ନ୍ତୁ...ଭବାନୀପାଟଣାରେ ରାଜନାଥ; କଂଗ୍ରେସ ଉପରେ ଗରମ, ବିଜେଡି ଉପରେ ନରମ - Lok Sabha Election 2024

ଏହି ସଭାରେ କଂଗ୍ରେସ ଉପରେ ମଧ୍ୟ ବର୍ଷିଥିଲେ ରାଜନାଥ । ସେ କହିଛନ୍ତି, "୨୨ ଜାନୁଆରୀ ଭାରତ ପାଇଁ ଐତିହାସିକ ଦିନ ଥିଲା । ସେହିଦିନ ଅଯୋଧ୍ୟାଠାରେ ମର୍ଯ୍ୟାଦା ପୁରୁଷ ରାମଲାଲା, କୁଟୀରରୁ ବାହାରି ଭବ୍ୟ ମନ୍ଦିରରେ ପ୍ରତିଷ୍ଠିତ ହୋଇଥିଲେ । ଯେଉଁମାନେ ମନ୍ଦିରକୁ ନେଇ କଟାକ୍ଷ କରୁଥିଲେ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପାଟି ଚୁପ୍ ହୋଇଯାଇଛି । ୨୦୧୯ରେ କେନ୍ଦ୍ରରେ ବିଜେପି ସରକାର ଆସିଲେ ଜମ୍ମୁ ଓ କାଶ୍ମୀରରେ ଥିବା ଧାରା ୩୭୦ ଉଚ୍ଛେଦ ପାଇଁ ପ୍ରୟାସ କରିବ ବୋଲି ପ୍ରତିଶୃତି ଦେଇଥିଲୁ । ପ୍ରତିଶୃତିକୁ ରକ୍ଷା କରି ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ହଟାଇ ଲୋକଙ୍କ ମୁହଁରେ ହସ ଫୁଟାଇଛି ବିଜେପି । ବର୍ତ୍ତମାନ ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଛି ।" କୋରାପୁଟ ଲୋକସଭା ମଣ୍ଡଳୀରୁ ସାଂସଦ ପ୍ରାର୍ଥୀ କାଳିରାମ ମାଝୀ, ରାୟଗଡ଼ା ବିଧାନସଭା ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ବିଷମକଟକରୁ ଜଗନ୍ନାଥ ନୁଣ୍ଡୃକା ଓ ଗୁଣୁପୁରରୁ ତ୍ରିନାଥ ଗମାଙ୍ଗକୁ ଜୟଯୁକ୍ତ କରାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ରାଜନାଥ । ରାଜସ୍ଥାନର ରାଜ୍ୟସଭା ସାଂସଦ ଚୁନେଲାଲ ଓରାସିଆ, କୋରାପୁଟ ଲୋକସଭା ପ୍ରଭାରୀ ଗୋବିନ୍ଦ ଜୈନ, ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାମ ବେହେରା, ଯୁବ ମୋର୍ଚ୍ଚା ସଭାପତି ଉମେଶ ଖୋସଲା, ମହିଳା ମୋର୍ଚ୍ଚା ସଭାନେତ୍ରୀ ଲଷ୍ମୀ ବୁରୁଡି, ନଗର ସଭାନେତ୍ରୀ ମଞ୍ଜୁଳା ମିଣିୟାକା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.