ETV Bharat / politics

2024 ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ସିପିଆଇ, ବ୍ରଜରାଜନଗରରୁ ଲଢ଼ିବେ ରମେଶ ତ୍ରିପାଠୀ

CPI announces 1st Candidate for 2024 Election: ସାଧାରଣ ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିଛି ସିପିଆଇ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା ଆସନ ପାଇଁ ରମେଶ ତ୍ରିପାଠୀଙ୍କ ନାଁ ଘୋଷଣା କଲା ସିପିଆଇ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Feb 28, 2024, 10:58 PM IST

ପ୍ରାର୍ଥୀ ଘୋଷଣା କଲା ସିପିଆଇ
ପ୍ରାର୍ଥୀ ଘୋଷଣା କଲା ସିପିଆଇ
ପ୍ରାର୍ଥୀ ଘୋଷଣା କଲା ସିପିଆଇ

ଝାରସୁଗୁଡ଼ା: ସାଧାରଣ ନିର୍ବାଚନ ବିଗୁଲ ବାଜିବାକୁ ଆହୁରି ଦିନ ବାକି ରହିଛି । ହେଲେ ପ୍ରଥମ ଦଳ ଭାବେ ସିପିଆଇ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିଛି । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କରିଛି ସିପିଆଇ । ଗତ ୨୦୧୯ ସାଧାରଣ ନିର୍ବାଚନରେ ବ୍ରଜରାଜନଗରରୁ କଂଗ୍ରେସ ସମର୍ଥନରେ ନିର୍ବାଚନ ଲଢ଼ିଥିବା ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀଙ୍କୁ ପୁଣିଥରେ 2024 ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ । ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ସହିତ ମେଣ୍ଟ କରି ରମେଶ ତ୍ରିପାଠୀଙ୍କୁ ଏଠାରୁ ମୈଦାନକୁ ଓହ୍ଲାଇଥିଲା ସିପିଆଇ । ହେଲେ ଏଥର କଂଗ୍ରେସ ସହିତ କୌଣସି ଆଲୋଚନା ପୂର୍ବରୁ ପ୍ରାର୍ଥୀ ଭାବେ ରମେଶ ତ୍ରିପାଠୀଙ୍କ ନାମ ଘୋଷଣା କରିଛି ।

ତେବେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI) ପକ୍ଷରୁ ସାଂପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ଆଗାମୀ ନିର୍ବାଚନକୁ ନେଇ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇର ରାଜ୍ୟ ସାଧାରଣ ସମ୍ପାଦକ କମ୍ରେଡ ଅଭୟ ସାହୁ, ଦଳର ଜାତୀୟ ପରିଷଦ ସଭ୍ୟ କମ୍ରେଡ କ୍ଷୀରୋଦ ସିଂହଦେଓ, ଦଳର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ଜୟନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଆଗାମୀ ୨୦୨୪ ନିର୍ବାଚନରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ଭାବେ ରମେଶ ତ୍ରିପାଠୀଙ୍କୁ ଚୟନ କରାଯାଇଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ରମେଶ ତ୍ରିପାଠୀ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ଟିକେଟ୍‌ ପାଇ ନିର୍ବାଚନ ମୈଦାନକୁ ଓହ୍ଲାଇ ପରାଜିତ ହୋଇଥିଲେ । ହେଲେ ଆସନ୍ତା ସାଧାରଣ ନିର୍ବାଚନରେ ସେ ନିଶ୍ଚିତ ଭାବେ ବିଜୟୀ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସ ଆଶାୟୀଙ୍କ ପାଇଁ ନୂଆ କ୍ରାଇଟେରିଆ, ସମର୍ଥନରେ ସଦସ୍ୟ ଯୋଡ଼ିଲେ ମିଳିବ ଟିକେଟ୍‌

ଅନ୍ୟପଟେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର CPI ପ୍ରାର୍ଥୀ ରମେଶ ତ୍ରିପାଠୀ କହିଛନ୍ତି, "ଭାରତୀୟ କମ୍ୟୁନିଷ୍ଟ ପାର୍ଟି INDIA ମେଣ୍ଟକୁ ଯେକୌଣସି ପରିସ୍ଥିତିରେ ମଜଭୁତ କରିବା ପାଇଁ ଚାହୁଁଛି । କେନ୍ଦ୍ରରେ କ୍ଷମତାରୁ ନରେନ୍ଦ୍ର ମୋଦିଙ୍କୁ ଏବଂ ରାଜ୍ୟରେ ନବୀନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ଯାହା ଯାହା କରିବା ପାଇଁ ପଡ଼ିବ, ତାହା CPI କରିବ ।" ତେବେ ଗତ 2019 ସାଧାରଣ ନିର୍ବାଚନରେ କଂଗ୍ରେସ ଓ ସିପିଆଇ ଦଳକୁ ବିଶେଷ କିଛି ସନ୍ତୋଷଜନକ ଫଳାଫଳ ମିଳିନଥିଲା । କିନ୍ତୁ ଏଥର ସବୁଠାରୁ ଆଗୁଆ ହୋଇ ସିପିଆଇ ପ୍ରାର୍ଥୀ ଘୋଷଣା କରିଛି । ତେବେ ଏହାକୁ କଂଗ୍ରେସ କେତେଦୂର ଗ୍ରହଣ କରିବ, ନା ନୂଆ ଚେହେରା ନିର୍ବାଚନୀ ମୈଦାନରେ ଓହ୍ଲାଇବ, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.