ETV Bharat / politics

କେମିତି ରହିଥିଲା ଓଡ଼ିଶାରେ ପୂର୍ବ ୩ ନିର୍ବାଚନ, କାହାକୁ ମିଳିଥିଲା କେତେ ଆସନ ?

author img

By ETV Bharat Odisha Team

Published : Mar 16, 2024, 2:36 PM IST

Updated : Mar 16, 2024, 3:44 PM IST

Odisha Election: 2024 ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି । ତେବେ ଜାଣନ୍ତୁ, ଓଡ଼ିଶାରେ ଗତ ୨୦୧୯, ୨୦୧୪ ଓ ୨୦୦୯ ନିର୍ବାଚନରେ କାହାକୁ ମିଳିଥିଲା କେତେ ଆସନ ?

Etv Bharat
Etv Bharat

ଭୁବନେଶ୍ୱର: 2024 ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି । 2024 ଫାଇଟ୍ ପାଇଁ 3 ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । 2024 ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଉଷ୍ମ ହୋଇଥିବା ବେଳେ, ଓଡ଼ିଶା ବିଧାନସଭାର 147 ଆସନ ଏବଂ ରାଜ୍ୟରେ 21 ଲୋକସଭା ଆସନ ଉପରେ ରହିଛି ସବୁ ଦଳର ନଜର । 2024 ମହାମୁକାବିଲା ପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ, କଣ ଥିଲା ପୂର୍ବ ତିନିଟି ନିର୍ବାଚନର ଫଳାଫଳ ତା ଉପରେ ପକାଇବା ନଜର । ଓଡ଼ିଶାରେ 2009, 2014 ଏବଂ 2019 ନିର୍ବାଚନରେ କଣ ଥିଲା ଦଳୀୟ ସ୍ଥିତି ? କେଉଁ ଦଳକୁ ମିଳିଥିଲା କେତେ ସିଟ୍ ? ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକସଙ୍ଗରେ ହୋଇଥିବା ବେଳେ, କିଏ ମାରିଥିଲା ବାଜି ? ଆସନ୍ତୁ ଜାଣିବା ...

ନଜର ପକାନ୍ତୁ ପୂର୍ବ 3ଟି ନିର୍ବାଚନ ଉପରେ:-

2019 ନିର୍ବାଚନ ଫଳାଫଳ:

Odisha Assembly and Lok Sabha Elections
Odisha Assembly and Lok Sabha Elections

ବିଧାନସଭା ରେଜଲ୍ଟ: ଗତ 2019 ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ(BJD) 112ଟି ଆସନରେ ବିଜୟ ଲାଭ କରିଥିଲା । ସେହିପରି ବିଜେପି 23 ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ଦଖଲକୁ ଆସିଥିଲା 9 ଆସନ । ସର୍ବାଧିକ 112 ଆସନ ସହ କ୍ଷମତାକୁ ଆସିଥିଲା ବିଜୁ ଜନତା ଦଳ । ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ । ବିଜେଡି ନିରଙ୍କୁଶ ଶାସନ କ୍ଷମତା ବଜାୟ ରଖିବାରେ ସକ୍ଷମ ହୋଇଥିଲା । ବିଜେଡିର ବଡ଼ ବିଜୟ ହୋଇଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଥିଲେ ।

ଲୋକସଭା ରେଜଲ୍ଟ: ସେହିପରି 2019 ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେଡି 12ଟି ଆସନ, ବିଜେପି 8ଟି ଆସନ ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟ ଲାଭ କରିଥିଲେ । ବିଜେଡିର ଭୋଟ ପ୍ରତିଶତ ଥିଲା 43.3 ପ୍ରତିଶତ । ବିଜେପିର 38.9 ପ୍ରତିଶତ ଏବଂ କଂଗ୍ରେସ ପାଇଥିଲା 14 ପ୍ରତିଶତ ।

2014 ନିର୍ବାଚନ ଫଳାଫଳ:

Odisha Assembly and Lok Sabha Elections
Odisha Assembly and Lok Sabha Elections

ବିଧାନସଭା ରେଜଲ୍ଟ: 2014 ବିଧାନସଭା ନିର୍ବାଚନରେ ବିଜେଡି 117 ଆସନରେ ବିଜୟ ଲାଭ କରିଥିଲା । କଂଗ୍ରେସ ଖାତାକୁ 16 ଏବଂ ବିଜେପି 10 ଆସନ ଦଖଲ କରିଥିଲା । ସ୍ବାଧୀନ 2ଟି ଆସନ, ସମତାକ୍ରାନ୍ତି ଗୋଟିଏ ଏବଂ କମ୍ୟୁନିଷ୍ଟ ପାର୍ଟି ଗୋଟିଏ ଆସନରେ ବିଜୟୀ ହୋଇଥିଲେ । ସର୍ବାଧିକ 117 ଆସନରେ ବିଜୟ ଲାଭ କରି ସରକାର ଗଢିଥିଲା ବିଜୁ ଜନତା ଦଳ । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ବନିଥିଲେ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳର ଭୋଟ ପ୍ରତିଶତ ଥିଲା 43.4 ପ୍ରତିଶତ । ବିଜେପିର ଭୋଟ ପ୍ରତିଶତ ଥିଲା 18 ପ୍ରତିଶତ । ସେହିପରି କଂଗ୍ରେସର ଭୋଟ ପ୍ରତିଶତ ଥିଲା 25.7 ।

ଲୋକସଭା ରେଜଲ୍ଟ: 2014 ଲୋକସଭା ନିର୍ବାଚନରେ ବିଜେଡି 20 ଲୋକସଭା ଏବଂ ବିଜେପି ଗୋଟିଏ ଲୋକସଭା ଆସନରେ ବିଜୟ ଲାଭ କରିଥିଲା । ବିଜେଡିର ଭୋଟ ପ୍ରତିଶତ ଥିଲା 44.8 ଏବଂ ବିଜେପିର ଭୋଟ ପ୍ରତିଶତ ଥିଲା 21.9 ପ୍ରତିଶତ ।

2009 ନିର୍ବାଚନ ଫଳାଫଳ:

Odisha Assembly and Lok Sabha Elections
Odisha Assembly and Lok Sabha Elections

ବିଧାନସଭା ରେଜଲ୍ଟ: 2009 ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ 103 ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ 27 ଏବଂ ବିଜେପି 6 ଆସନ ଦଖଲ କରିଥିଲା । ସର୍ବାଧିକ 103 ଆସନ କବ୍‌ଜା ସହିତ ବିଜେଡି ସରକାରକୁ ଆସିଥିଲା । ନବୀନ ତୃତୀୟ ଥର ପାଇଁ ହୋଇଥିଲେ ମୁଖ୍ୟମନ୍ତ୍ରୀ । ସ୍ବାଧୀନ 6, ନ୍ୟାସନାଲ କଂଗ୍ରେସ ପାର୍ଟି 4 ଏବଂ କମ୍ୟୁନିଷ୍ଟ ପାର୍ଟି ଗୋଟିଏ ଆସନରେ ବିଜୟୀ ହୋଇଥିଲା । ବିଜେଡିର ଭୋଟ ପ୍ରତିଶତ ଥିଲା 38. 86 ପ୍ରତିଶତ । ବିଜେପିର ଥିଲା 15.05 ଏବଂ କଂଗ୍ରେସର ଥିଲା 29.10 ପ୍ରତିଶତ ।

ଲୋକସଭା ରେଜଲ୍ଟ: 2009 ଲୋକସଭା ନିର୍ବାଚନରେ ବିଜେଡିକୁ ମିଳିଥିଲା 14 ଆସନ, କଂଗ୍ରେସକୁ 6 ଏବଂ ସିପିଆଇକୁ ଗୋଟିଏ ଆସନ ମିଳିଥିଲା । ବିଜେଡିର ଭୋଟ 37.2 ପ୍ରତିଶତ ଥିଲା । କଂଗ୍ରେସର 32.7 ପ୍ରତିଶତ ଏବଂ ସିପିଆଇର 2.6 ପ୍ରତିଶତ ଥିଲା ।

ସୂଚନାଯୋଗ୍ୟ ଯେ, 1998 ମସିହାରେ ବିଜେଡି ଏବଂ ବିଜେପି ମଧ୍ଯରେ ହୋଇଥିଲା ମେଣ୍ଟ । 2000 ଏବଂ 2004ରେ ମିଳିମିଶି ନିର୍ବାଚନ ଲଢ଼ିଥିଲେ ଦୁଇ ଦଳ । ସେହିପରି ଦୁଇ ଥର ଯାକ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସରକାର ଗଠନ ହୋଇଥିଲା । ମାତ୍ର 2009 ନିର୍ବାଚନ ପୂର୍ବରୁ ଭାଙ୍ଗିଥିଲା ମେଣ୍ଟ । ଫଳରେ 2009 ନିର୍ବାଚନରେ ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ ବିଜେଡି ଏବଂ ବିଜେପି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 16, 2024, 3:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.