ETV Bharat / politics

ଅନୁଗୋଳରେ କଂଗ୍ରେସର ଗ୍ୟାରେଣ୍ଟି, କ୍ଷମତାକୁ ଆସିଲେ ଛାଡ ହେବ କୃଷି ଋଣ - Congress guarantee card

author img

By ETV Bharat Odisha Team

Published : Mar 28, 2024, 1:23 PM IST

Congress unveils guarantee card: ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ । କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣ ଛାଡ କରିବାର ପ୍ରତିଶ୍ରୁତି ଦେଲା ଦଳ । ଅଧିକ ପଢନ୍ତୁ

Etv Bharat
Etv Bharat
ଅନୁଗୋଳରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ, କ୍ଷମତାକୁ ଆସିଲେ ଛାଡ ହେବ କୃଷି ଋଣ

ଅନୁଗୋଳ: ନିର୍ବାଚନ ପୂର୍ବରୁ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ଆଜି ସ୍ଥାନୀୟ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗ୍ୟାରେଣ୍ଟି କାର୍ଡ ଜାରି କରିଛି । ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲକ୍ଷ୍ୟରେ ଅନେକ ସୁବିଧା ସୁଯୋଗର ପ୍ରତିଶ୍ରୁତି ଦେବା ସହ ଏହି ଗ୍ୟାରେଣ୍ଟିକୁ ଉନ୍ମୋଚିତ କରିଛି ପ୍ରଦେଶ କଂଗ୍ରେସ । ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ର ଗ୍ୟାରେଣ୍ଟି କାର୍ଡରେ ଦିଆଯାଇଥିବା ଗ୍ୟାରେଣ୍ଟି ଗୁଡିକ ଘୋଷଣା କରିଥିଲେ । କଂଗ୍ରେସ ପକ୍ଷରୁ ମୁଖ୍ୟତଃ ୫ଟି ଯୋଜନା ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଇଁ ଅନେକ ଗ୍ୟାରେଣ୍ଟି ଦିଆଯାଇଛି । ସେହି ଗ୍ୟାରେଣ୍ଟି ଗୁଡ଼ିକ ମଧ୍ୟରେ ପ୍ରଥମରେ ରହିଛି, ଗୃହ ଜ୍ୟୋତି ଯୋଜନା, ଯେଉଁଥିରେ ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼ କରାଯିବ ।

ଦ୍ବିତୀୟଟି ଯୁବ ବିକାଶ ଯୋଜନା, ଯେଉଁଥିରେ ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ରହିବା ସହିତ ମାସିକ ୩ ହଜାର ଟଙ୍କା ବେକାରୀ ଭତ୍ତା ଦିଆଯିବ । ତୃତୀୟଟି ରହିଛି କୃଷକ ବନ୍ଧୁ ଯୋଜନା, ଯେଉଁଥିରେ ଚାଷୀଙ୍କୁ ବୋନସ୍ ସହ ଧାନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୩ ହଜାର ଟଙ୍କା କରିବ କଂଗ୍ରେସ । କୃଷି ଋଣ ଛାଡ ସାଙ୍ଗକୁ କୃଷକ ପାଇଁ ମାସିକ ୨ ହଜାର ଟଙ୍କା ପେନସନ ଦିଆଯିବ । ଚତୁର୍ଥଟି ହେଉଛି ଗୃହଲକ୍ଷ୍ମୀ ଯୋଜନା, ଯେଉଁଥିରେ ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ ସାଙ୍ଗକୁ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ୨ ହଜାର ଟଙ୍କା ଭତ୍ତା ଓ ଦଳିତ ମହିଳାଙ୍କୁ ୩ ହଜାର ଟଙ୍କା ଭତ୍ତା ଏବଂ ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ସିଲିଣ୍ଡର ଦିଆଯିବ ।

ପଞ୍ଚମଟି ହେଉଛି ଜନକଲ୍ୟାଣ ଯୋଜନା, ଯେଉଁଥିରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ମାଧ୍ୟମରେ ମାଗଣା ଚିକିତ୍ସା ବ୍ୟବସ୍ଥା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨ ହଜାର ଟଙ୍କା, ଚିଟଫଣ୍ଡ ଜମାକାରୀମାନଙ୍କୁ ୬ ମାସରେ ଟଙ୍କା ଫେରସ୍ତ, ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ, ଆଦିବାସୀ ଓ ଦଳିତମାନଙ୍କ ନିଜ ଜମି ଏବଂ ଜଙ୍ଗଲ ଜମି ଉପରେ ସଂପୂର୍ଣ୍ଣ ଅଧିକାର ସାଙ୍ଗକୁ ୧୦୦ ଦିନ ମଧ୍ୟରେ ପେସା ଆଇନ କଡ଼ାକଡ଼ି କରାଯିବ ।

ଏହା ମଧ୍ୟ ପଢନ୍ତୁ: ଭକ୍ତଙ୍କ ଦମ୍ଭୋକ୍ତି, ବହୁମତ ପାଇ ଓଡିଶାରେ ସରକାର ଗଠନ କରିବ କଂଗ୍ରେସ - Odisha Assembly Election

କଂଗ୍ରେସ ସରକାରକୁ ଆସିବା ମାତ୍ରେ କିଛି ଦିନ ମଧ୍ୟରେ ଲୋକମାନଙ୍କ ପାଖରେ ଏହି ସମସ୍ତ ସୁବିଧା ପହଞ୍ଚିବା ବ୍ୟବସ୍ଥା କରାଯିବ । ବିଜେପି ଓ ବିଜେଡି ଦେଉଥିବା ପ୍ରତିଶ୍ରୁତି ରକ୍ଷା କରୁନଥିବା ବେଳେ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବ ଯାହାର ଗ୍ୟାରେଣ୍ଟି ଦେଉଛି ବୋଲି କହିଛି କଂଗ୍ରେସ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ନାଥ କହିଛନ୍ତି ଯେ, ବିଜେଡି ଓ ବିଜେପି ଉଭୟ ଦଳ ଅଦୃଶ୍ୟ ମେଣ୍ଟରେ ସରକାର ଚଳାଉଥିବା ବେଳେ ରାଜ୍ୟବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଏବେ ନିର୍ବାଚନକୁ ଆଖି ଆଗରେ ରଖି ମିଛ ଗ୍ୟାରେଣ୍ଟି ଦେଉଛନ୍ତି । ରାଜ୍ୟବାସୀ ଭଲ ଭାବରେ ହୃଦୟଙ୍ଗମ କରିସାରିଛନ୍ତି ।

ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଜଗଦାନନ୍ଦ ପ୍ରଧାନ କଂଗ୍ରେସ ଦଳ ଆଗାମୀ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ ଫଳପ୍ରଦ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରି ତେଲେଙ୍ଗାନା ଓ କର୍ଣ୍ଣାଟକରେ କଂଗ୍ରେସ ସରକାରର ଉଦାହରଣ ଦେଇଥିଲେ । ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରରିଣୀ ସଦସ୍ୟ ଅମ୍ବିକା ପ୍ରସାଦ ଭଟ୍ଟ କଂଗ୍ରେସ ଦଳର ଘୋଷଣା କରାଯାଇଥିବା ପାଞ୍ଚ ଗ୍ୟାରେଣ୍ଟି ଉପରେ ଆଲୋଚନା କରିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ଚିତ୍ତରଞ୍ଜନ ନାଏକ, ଦୁଷ୍ମନ୍ତ ଦଳବେହେରା, ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧିର, ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ଅନୁଗୋଳ ବ୍ଲକ ସଭାପତି ଅମୂଲ୍ୟ ବେହେରା, ଅମୀୟ ମିଶ୍ର, ବିମଳ ବେହେରା, ରାକେଶ ମିଶ୍ର, ପ୍ରଦ୍ୟୁମ୍ନ ସାହୁ ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.