ETV Bharat / politics

ତେଜିଲା ମାହାଲ ମାଣ୍ଡା ବିବାଦ, ମନ୍ତ୍ରୀଙ୍କ ବାସଭବନକୁ ଛାତ୍ର କଂଗ୍ରେସର ଅଣ୍ଡାମାଡ଼ - Mahalmanda issue

Congress Student Wing hurled egg: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବିଭ୍ରାଟ ନେଇ ଗର୍ଜିଲା ଛାତ୍ର କଂଗ୍ରେସ । ଗଣ ଶିକ୍ଷାମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ । ଅଧିକ ପଢନ୍ତୁ

Congress Student Wing protest
Congress Student Wing protest
author img

By ETV Bharat Odisha Team

Published : Jan 23, 2024, 6:47 PM IST

ମନ୍ତ୍ରୀଙ୍କ ବାସଭବନକୁ ଛାତ୍ର କଂଗ୍ରେସର ଅଣ୍ଡାମାଡ଼

ଭୁବନେଶ୍ବର: ରାଜ୍ୟରେ ସରକାରୀ ଚାକିରି ବିକ୍ରି ନେଇ ସାଙ୍ଘାତିକ ଅଭିଯୋଗ । ମାହାଲ ମାଣ୍ଡା ନେଇ ତେଜୁଛି ରାଜନୀତି । କଂଗ୍ରେସ ଏନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଘେରିଥିବା ବେଳେ ଅଣ୍ଡାମାଡ଼ କରିଛି । ଛାତ୍ର କଂଗ୍ରେସର ଶତାଧିକ ଛାତ୍ର ଏକାଠି ହୋଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ଗର୍ଜିଛନ୍ତି । ସରକାରୀ ଚାକିରି ବିକ୍ରି ନେଇ ମାହାଲ ମାଣ୍ଡା ଘଟଣା ସାମ୍ନାକୁ ଆସିବା ପରେ ଏନେଇ ଛାତ୍ର କଂଗ୍ରେସ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଦାୟୀ କରିଛି ।

ଏହି ପ୍ରସଙ୍ଗରେ ଛାତ୍ର କଂଗ୍ରେସର ସଭାପତି ୟାସିର ନବାଜ ନେତୃତ୍ବରେ ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ । କଂଗ୍ରେସ ଭବନରୁ ବିଶାଳ ରାଲି କରି ବେକାରୀ ଉପରେ ଲଳିତା ବିଡା ସାଜି ସରକାର କିପରି ସରକାରୀ ଚାକିରି ବିକ୍ରି କରୁଛନ୍ତି ସେନେଇ ଗର୍ଜିଥିଲେ । ରାଲିରେ କଂଗ୍ରେସର ଅନେକ ଛାତ୍ର ଏଜି ଛକ ଓ ରାଜଭବନ ରାସ୍ତାରେ ଥିବା ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ବାସଭବନ ଘେରଉ କରିଥିଲେ । ଏପରିକି ପୋଲିସ ସେମାନଙ୍କୁ ଅଟକାଇବା ସହ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ଟମାଟୋ ଓ ଅଣ୍ଡାମାଡ କରିଥିଲେ । ସରକାରୀ ବାସଭବନକୁ ଅଣ୍ଡା ଟମାଟୋ ମାଡ କରି ମାହାଲ ମାଣ୍ଡା ପ୍ରସଙ୍ଗକୁ ଆହୁରି ତୀବ୍ର କରିଥିଲେ ।

ଏହା ବି ପଢନ୍ତୁ- ମାହାଲମାଣ୍ଡା ସୃଷ୍ଟି କରିବାରେ ଧର୍ମେନ୍ଦ୍ରଙ୍କ ବଡ ଭୂମିକା: ପ୍ରଣବ

ଏନେଇ ଛାତ୍ର କଂଗ୍ରେସର ସଭାପତି ୟାସିର ନୱାଜ କହିଛନ୍ତି, "କନିଷ୍ଠ ଶିକ୍ଷକଙ୍କ ଚାକିରି କି ବିକୁଛନ୍ତି, ନିଲାମ କରୁଛନ୍ତି। ନବୀନ ଓ ମୋଦି ସରକାର କାନ୍ଥ ବାଡରେ‌ ଲେଖିଛନ୍ତି ଟଙ୍କା ଯିଏ ଅଧିକ ଦେବ ସେ ଚାକିରି ପାଇବ । ଗଣଶିକ୍ଷା ମନ୍ତ୍ରୀଙ୍କ ଘରକୁ ପ୍ରଶ୍ନ କରିବାକୁ ଆସିଛୁ ଯେ ମାହାଲ ମାଣ୍ଡା କିଏ ? ପ୍ରୋ ମହାଲ ମାଣ୍ଡା କିଏ ? ରାଜ୍ୟରେ ଛାତ୍ରଛାତ୍ରୀ କଠିନ ପରିଶ୍ରମ କରୁଛନ୍ତି, ହେଲେ ସେମାନଙ୍କ ଭବିଷ୍ୟତ ଅନ୍ଧାର କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ଯେଉଁ ଦୁର୍ନୀତି ହେଉଛି ଏହାର ଚେର ମୁଖ୍ୟମନ୍ତ୍ରୀ ଓ ନବୀନ ନିବାସ ପର୍ଯ୍ୟନ୍ତ ଲମ୍ବିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସ ପର୍ଯ୍ୟନ୍ତ ଚେର ଲମ୍ବିଛି । ଏଠି ବବି ଧର୍ମେନ୍ଦ୍ର ଉଭୟଙ୍କ ଟଙ୍କା ନେଣଦେଣ ମଧ୍ୟରେ ଭାଗ ଛିଣ୍ଡି ନାହିଁ ଏନେଇ ଭିଡାଭିଡି ହେଉଛନ୍ତି ।"

ସେ ଆହୁରି କହିଛନ୍ତି, "ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର କରିଛନ୍ତି ସରକାର । ଛାତ୍ର କଂଗ୍ରେସ ଦାବି କରୁଛି ଯେ ୨୦ହଜାର‌ ପଦବୀ ଘୋଷଣା କରନ୍ତୁ ସରକାର । ମାହାଲମାଣ୍ଡା ଓ ପ୍ରୋ ମହାଲମାଣ୍ଡା କିଏ ସେ ନେଇ ଉଭୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁଲାସା କରନ୍ତୁ। ଯେଉଁମାନେ ଏହା ପଛରେ ସାମିଲ ଅଛନ୍ତି ଏହାର ଜୁଡିସିଆଲ ଇନକ୍ବାରି କରି ଏହାର ତୁରନ୍ତ କାର୍ଯାନୁଷ୍ଠାନ ନିଅନ୍ତୁ ।"

ଏହା ବି ପଢନ୍ତୁ- ଆଡମିଟ୍ କାର୍ଡରେ ସାଙ୍ଘାତିକ ତ୍ରୁଟି, ପରୀକ୍ଷାର୍ଥୀଙ୍କ ନାଁ 'ମାହାଲମାଣ୍ଡା'

ସୂଚନା ଥାଉ କି କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତା ନେଇ ଘଟଣା ସାମ୍ନାକୁ ଆସିଥିଲା । ଯେତେବେଳେ ମାହାଲାମାଣ୍ଡା ନାଁରେ ପରୀକ୍ଷାର୍ଥୀଙ୍କ ପାଖକୁ ଆଡମିଟ୍ କାର୍ଡ ଆସିଥିଲା ଏନେଇ ତାତିଥିଲେ ଆଶାୟୀ । ଲୋୟର ପିଏମଜି ସମେତ ଓସେପା ଅଫିସ ଆଗରେ ଶତାଧିକ ଆଶାୟୀ ଧାରଣା ଦେଇଥିଲେ । ଏପରିକି ଏପରି ମାହାଲମାଣ୍ଡା ଜରିଆରେ ଦୁର୍ନୀତି କରି ପିଲା ଭର୍ତ୍ତି କରିବା ପାଇ ଗଳାବାଟ କରାଯାଉଛି ବୋଲି ଅଭିଯୋଗ ଆଣିଥିଲେ । ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାହାଲାମାଣ୍ଡା କିଏ ନେଇ ପ୍ରଶ୍ନ କରିବା ପରେ ଘନେଇଥିଲା ବିବାଦ । ଏହାପରେ ଉଭୟ ବିଜେପି ଓ ବିଜେଡି ନେତା ପରସ୍ପରକୁ ଟାର୍ଗେଟ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.