ETV Bharat / politics

କଂଗ୍ରେସର ନୀତି, ନିୟତ୍ତି ଏବଂ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି: ଅପରାଜିତା

author img

By ETV Bharat Odisha Team

Published : Jan 28, 2024, 9:04 PM IST

Odisha Visit Of Kharge: ଏଆଇସିସି ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଏହାକୁ ନେଇ କ'ଣ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ସାଂସଦ ଜାଣନ୍ତୁ

କଂଗ୍ରେସକୁ ବିଜେପିର ଟାର୍ଗେଟ୍
କଂଗ୍ରେସକୁ ବିଜେପିର ଟାର୍ଗେଟ୍
କଂଗ୍ରେସକୁ ବିଜେପିର ଟାର୍ଗେଟ୍

ଭୁବନେଶ୍ୱର: ଆସନ୍ତାକାଲି (ସୋମବାର) ଦିନିକିଆ ଓଡିଶା ଗସ୍ତରେ ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଲୋୟର ପିଏମଜିରେ ଆୟୋଜିତ ହେବାକୁ ଥିବା 'ଓଡି଼ଶା ବଞ୍ଚାଓ ସମାବେଶ'ରେ ସେ ଯୋଗ ଦେବେ । ଯାହାକୁ ନେଇ କଂଗ୍ରେସକୁ କଟାକ୍ଷ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, "କଂଗ୍ରେସର ଆତ୍ମ ସମୀକ୍ଷା କରିବାର ସମୟ ଆସିଛି । ସେମାନେ ଯେତେ ଚାଲନ୍ତୁ ଅବା ଯେତେ ନ୍ୟାୟ ଯାତ୍ରା କରନ୍ତୁ ବା ଯେତେ ଓଡି଼ଶା ଆସନ୍ତୁ, କୌଣସି ପ୍ରଭାବ ପଡ଼ିବ ନାହିଁ । କଂଗ୍ରେସର ଛବି ସମ୍ପୂ୍ର୍ଣ୍ଣ ଦେଶରେ ଧୂଳିସାତ ହୋଇଯାଇଛି । ବର୍ତ୍ତମାନ ତାଙ୍କର ସାର୍ଥକତାର ପ୍ରଶ୍ନ ଆସିଲାଣି । ୩ ରାଜ୍ୟରେ ବିଜେପିର ପ୍ରଚଣ୍ଡ ବିଜୟ ପରେ କଂଗ୍ରେସର ଅବସ୍ଥା ବହୁତ ଖରାପ ଏବଂ ସେମାନେ ତାହା ଜାଣି ସାରିଲେଣି ।"

"କଂଗ୍ରେସର ଛବି ସମ୍ପୂର୍ଣ୍ଣ ଦେଶରେ ଧୂମିଲ ହୋଇଯାଇଛି । ପଶ୍ଚିମବଙ୍ଗର ମମତା ବାନାର୍ଜୀ କହିସାରିଛନ୍ତି, କୌଣସି ସିଟ୍ କଂଗ୍ରେସକୁ ଦେବେ ନାହିଁ । ଇଣ୍ଡିଆ ମେଣ୍ଟର କିଛି ଅର୍ଥ ନାହିଁ । ସେପଟେ କେଜ୍ରିୱାଲ ପଞ୍ଜାବରେ କଂଗ୍ରେସକୁ କୌଣସି ସିଟ୍ ଦେବେ ନାହିଁ । କଂଗ୍ରେସର ଅସ୍ଥିତ୍ୱର ପ୍ରଶ୍ନ ଅଛି, ସେମାନେ ଯେତେ ଚାଲନ୍ତୁ ଅବା ଯେତେ ନ୍ୟାୟ ଯାତ୍ରା କରନ୍ତୁ । ଯେତେ ଓଡ଼ିଶା ଆସନ୍ତୁ କୌଣସି ପ୍ରଭାବ ପଡ଼ିବ ନାହିଁ । ଓଡ଼ିଶା ରାଜ୍ୟର ଲୋକଙ୍କ ପଚାରନ୍ତୁ କଂଗ୍ରେସର ସ୍ଥିତି କଣ ? ଗୋଟିଏ ସମୟ ଥିଲା କଂଗ୍ରେସ ସୁଦୃଢ ଥିଲା । ବର୍ତ୍ତମାନ ନୀତି, ନିୟତ୍ତି ଏବଂ ନେତୃତ୍ୱର ପ୍ରଶ୍ନ ଅଛି । ରାମ ମନ୍ଦିର ପ୍ରତିଷ୍ଠା ହେଲା କଂଗ୍ରେସ ଆସିଲା ନାହିଁ । ତା'ର ଅର୍ଥ ହେଲା ରାଷ୍ଟ୍ର ମନ୍ଦିରକୁ ସମର୍ଥନ କରେନାହିଁ" ବୋଲି କହି କଂଗ୍ରେସ ଉପରେ ବର୍ଷିଛନ୍ତି ଅପରାଜିତା ।

ଏହା ମଧ୍ୟ ପଢନ୍ତୁ...ଆସୁଛନ୍ତି ଖଡଗେ ଚଳଚଞ୍ଚଳ କଂଗ୍ରେସ କ୍ୟାମ୍ପ, ଜୟଦେବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

ସୂଚନା ଅନୁସାରେ, ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଏଆଇସିସି ଅଧ୍ୟକ୍ଷ ମଲିକା ଅର୍ଜୁନ ଖଡଗେ । ଆସନ୍ତାକାଲି ଲୋୟର ପିଏମଜିରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ବଞ୍ଚାଓ ସମାବେଶରେ ଯୋଗ ଦେବେ । ସମାବେଶରେ ଉପସ୍ଥିତ ଜିଲ୍ଲା ସଭାପତି, ବ୍ଲକ ସଭାପତି, ମଣ୍ଡଳ ସଭାପତି ପଞ୍ଚାୟତ ସଭାପତିଙ୍କ ସହ ହଜାର ହଜାର କର୍ମୀ ଏବଂ ସାଧାରଣଲୋକଙ୍କୁ ଉଦବୋଧନ ଦେବେ ଏଆଇସିସି ଅଧ୍ୟକ୍ଷ । ସମାବେଶ ପରେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବା ସହ କଂଗ୍ରେସ ମେଣ୍ଟରେ ଥିବା ଦଳମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଆଇସିସି ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ସଭାପତିଙ୍କ ପ୍ରଥମ ଓଡିଶା ଗସ୍ତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.