ETV Bharat / politics

ପ୍ରଚାର ପାଇଁ ସାମାଜିକ ଗଣମାଧ୍ୟମକୁ ଗୁରୁତ୍ୱ ଦେବ କଂଗ୍ରେସ, ଆୟୋଜନ କଲା 'ସଂକଳ୍ପ' କର୍ମଶାଳା - ସାମାଜିକ ଗଣମାଧ୍ୟମ ପ୍ରଚାର

Congress Sankalp Workshop: ନିର୍ବାଚନରେ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ପ୍ରଚାରପ୍ରସାର କରିବାକୁ ଅଧିକ ଗୁରୁତ୍ବ ଦେବ କଂଗ୍ରେସ । ଏନେଇ ସୋମବାର ଆୟୋଜିତ ହୋଇଛି 'ସଂକଳ୍ପ' କର୍ମଶାଳା । ଅଧିକ ପଢ଼ନ୍ତୁ

Congress Sankalp Workshop
Congress Sankalp Workshop
author img

By ETV Bharat Odisha Team

Published : Mar 5, 2024, 6:15 AM IST

Congress Sankalp Workshop

ଭୁବନେଶ୍ବର: ନିର୍ବାଚନରେ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରମାଣିତ ହୋଇଛି । ସୋସିଆଲ ମିଡିଆ ମାଧ୍ୟମରେ ଅଧିକରୁ ଅଧିକ ଭୋଟରମାନଙ୍କ ପାଖରେ ପହଞ୍ଚିବା ସମ୍ଭବ ହୋଇପାରୁଛି । ତେଣୁ 2024 ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଫୋକସ୍‌ରେ ମିଡିଆ ଏବଂ ସୋସିଆଲ ମିଡିଆ । ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇବା ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରୁଛି ଓଡିଶା ପ୍ରଦେଶ କଂଗ୍ରେସ ।

କଂଗ୍ରେସ ଫୋକସରେ ମିଡିଆ ଓ ସୋସିଆଲ ମିଡିଆ । ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆକୁ ଅସ୍ତ୍ର କରି ଜନତାଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଛି କଂଗ୍ରେସ ଦଳ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ସୋସିଆଲ ମିଡିଆ ମାଧ୍ୟମରେ କିପରି ନେଇ ଜନସାଧାରଣଙ୍କ ପାଖରେ ପହଞ୍ଚାଇବ, ସେନେଇ ଆଜି ବସିଛି କଂଗ୍ରେସ ସୋସିଆଲ ମିଡିଆ ସେଲ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥିପାଇଁ ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ଦଳର ମୁଖପାତ୍ର ଓ ବରିଷ୍ଠ ନେତାଙ୍କୁ ନେଇ ସୋମବାର ବସିଥିଲା 'ସଂକଳ୍ପ' କର୍ମଶାଳା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଜାତୀୟ ମୁଖପାତ୍ର ଅଭୟ ଦୁବେ ଓ ପ୍ରଭାରୀ ଅଜୟ କୁମାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତି କହିଛନ୍ତି, "ସୋସିଆଲ ମିଡିଆକୁ ଅସ୍ତ୍ର କରି ସରକାରଙ୍କ ବିଫଳତା ଓ କଂଗ୍ରେସର ସଫଳତା ଏବଂ ବିଭିନ୍ନ ମୁଦ୍ଦାକୁ କିପରି ଲୋକଙ୍କ ପାଖରେ କଂଗ୍ରେସ ପହଞ୍ଚାଇବ, ସେନେଇ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇଛି । ଏହାସହ ଫେକ୍‌ ନ୍ୟୁଜକୁ କିଭଳି କାଉଣ୍ଟର କରାଯିବ ସେନେଇ ମଧ୍ୟ ଆଲୋଚନା କରାଯାଇଛି ।" ସେହିଭଳି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "24 ବର୍ଷର ବିଜେଡି ସରକାର ଏଠାରେ ସାମ୍ବାଦିକ, ଗଣମାଧ୍ୟମ ଉପରେ ଯେଉଁ ଦମନଲୀଳା ଚଳାଇଛନ୍ତି ଏହାର ବିରୋଧ କରିବ କଂଗ୍ରେସ । ଗଣମାଧ୍ୟମର କଣ୍ଠରୋଧ ବିରୋଧୀ ଆଭିମୁଖ୍ୟକୁ ପଣ୍ଡ କରିବାକୁ ଆଲୋଚନା ହୋଇଛି । ଦୁର୍ନୀତିରେ ବୁଡି ରହିଥିବା ବିଜେଡି ସରକାରର କଳାକାରନାମାକୁ ପଦାକୁ ଆଣିଲେ ସାମ୍ବାଦିକମାନଙ୍କ ବିରୋଧରେ ମିଛ କେସ କରାଯାଉଛି । ଏହାର ବିରୋଧରେ ଆମେ ଲଢେଇ କରିବୁ । ବିଜେଡି ସରକାର ଯେଉଁଭଳି ବ୍ୟାପକ ଭାବେ ଦୁର୍ନୀତିରେ ବୁଡି ରହିଛି, ସେମାନଙ୍କ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବାକୁ ଆଜି କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି । କେନ୍ଦ୍ରରେ ମୋଦି ସରକାର ଆଜି ପର୍ଯ୍ୟନ୍ତ ଯେଉଁ ମିଛ କହିଚାଲିଛନ୍ତି, ତାର ବାସ୍ତବତା ଲୋକଙ୍କ ପାଖରେ ପହଞ୍ଚାଇବୁ ।"

ଏହା ମଧ୍ୟ ପଢ଼ନ୍ତୁ...ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପ୍ରଭାବହୀନ ରହିବ କହିଲା କଂଗ୍ରେସ

ଅନ୍ୟପଟେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର କହିଛନ୍ତି, "ଆଜିର ସମୟରେ ପ୍ରଚାର ପ୍ରସାରର ଗୁରୁତ୍ବ ସର୍ବାଧିକ । ଆମର ସ୍ଥିତି କିପରି ଅତ୍ୟନ୍ତ ସୁଦୃଢ଼ ହେବ, ସେନେଇ ଆଜି କର୍ମଶାଳା ଆୟୋଜନ ହୋଇଛି । ସମସ୍ତେ ଉନ୍ନତି କରିବା ଆବଶ୍ୟକତା ରହିଛି । ତେଣୁ ଆଜି ଆମର ମିଡିଆ ଏବଂ ସୋସିଆଲ ମିଡିଆ ସଂକଳ୍ପ କର୍ମଶାଳା ଆୟୋଜନ କରାଯାଇଛି ।" ପ୍ରଚଳିତ ସମୟରେ ରାଜନୈତିକ ମହଲରେ ପ୍ରଚାର ପ୍ରସାର ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ସମାଜିକ ଗଣମାଧ୍ୟମ ଏବେ ରାଜନୈତିକ ଫାଇଦା ହାସଲ କରିବାର ଏକ ବଡ଼ ଆୟୁଧ ପାଲଟିଛି । ବିଜେପି, ବିଜେଡି ଏବଂ କଂଗ୍ରେସ ଏବେ ସୋସିଆଲ ମିଡିଆରେ ପ୍ରଚାର ଜୋରଦାର କରୁଛନ୍ତି । ତେବେ ଆଗାମୀ ନିର୍ବାଚନରେ ଏହାର ପ୍ରଭାବ କିଭଳି ରହିବ ଆଉ ନିର୍ବାଚନରେ ଜନସାଧାରଣଙ୍କ ଆସ୍ଥାଭାଜନ ହେବାରେ କେତେ ସହାୟକ ହେବ, ନିର୍ବାଚନ ପରେ ହିଁ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.