ETV Bharat / politics

କେନ୍ଦ୍ରାପଡାରେ ଶକ୍ତି ଦେଖାଇଲା କଂଗ୍ରେସ, ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ମିଳିତ ରୋଡ଼ ସୋ’ - Congress road show

Congress MP, MLA candidates hold road show in Kendrapada: କେନ୍ଦ୍ରାପଡାରେ ଦମ ଦେଖାଇଲା କଂଗ୍ରେସ । ସାଂସଦ ପ୍ରାର୍ଥୀଙ୍କ ସହ 4 ବିଧାନସଭା ପ୍ରାର୍ଥୀ କଲେ ମିଳିତ ରୋଡ ସୋ' । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ କଂଗ୍ରେସ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ରୋଡ଼ ସୋ’

author img

By ETV Bharat Odisha Team

Published : Apr 21, 2024, 8:32 AM IST

Updated : Apr 21, 2024, 12:19 PM IST

କେନ୍ଦ୍ରାପଡାରେ ଶକ୍ତି ଦେଖାଇଲା କଂଗ୍ରେସ, ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ମିଳିତ ରୋଡ଼ ସୋ’

କେନ୍ଦ୍ରାପଡା: ଦମ ଦେଖାଇଲା କଂଗ୍ରେସ । ଗତକାଲି(ଶନିବାର) କେନ୍ଦ୍ରାପଡା ସହରରେ ଏକ ବିଶାଳ ବାଇକ ଶୋଭାଯାତ୍ରା କରି ନିଜର ଉପସ୍ଥିତି ଜାହିର କରିଛି ଦଳ । ଦଳର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ବରୂପ ଦାସ, କେନ୍ଦ୍ରାପଡା ବିଧାୟିକା ପ୍ରାର୍ଥୀ ସିପ୍ରା ମଲ୍ଲିକ, ସଂସଦୀୟ କ୍ଷେତ୍ରର ଦୁଇ ବିଧାନସଭା ଆସନ ଆଳି ଓ ରାଜନଗରର ବିଧାୟକ ପ୍ରାର୍ଥୀ ଡା.ଦେବସ୍ମିତା ଶର୍ମା ଓ ଅଶୋକ ପ୍ରତିହାରୀ ସହରରେ ରୋଡ ସୋ’ କରିବା ସହ ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସରକାର ଓ ଶାସକ ଦଳକୁ ଟାର୍ଗେଟ କରିବା ସହ ଜିଲ୍ଲାର ବିଭିନ୍ନ ମୌଳିକ ସମସ୍ୟା ଓ ଏହାର ସମାଧାନ ଦିଗରେ ସେମାନଙ୍କର ଥିବା ଲକ୍ଷ୍ୟ ସମ୍ପର୍କରେ କହିଥିଲେ ।

ଗତକାଲି (ଶନିବାର) ଅପରାହ୍ନରେ କଂଗ୍ରେସର ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ବରୂପ କେନ୍ଦ୍ରାପଡାର ଦୁହୁରିଆରେ ପହଞ୍ଚିବା ପରେ ସେଠାରୁ କଂଗ୍ରେସର ପାଟକୁରା, କେନ୍ଦ୍ରାପଡା, ଆଳି ଓ ରାଜନଗର ବିଧାୟକ ପ୍ରାର୍ଥୀମାନେ ନିଜର ସମର୍ଥକଙ୍କ ସହ ଯୋଗଦେଇ ଶୋଭାଯାତ୍ରାକୁ ଇଚ୍ଛାପୁର ସ୍ଥିତ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଆଳି କଂଗ୍ରେସ ପ୍ରାର୍ଥୀନୀ ଡା.ଦେବସ୍ମିତା ଶର୍ମା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଳିରେ ବାଲି ମାଫିଆ, ଜମି ମାଫିଆ ଓ ମଦ ମାଫିଆଙ୍କ ବିରୋଧରେ ଲଢ଼ିବା ପାଇଁ ତାଙ୍କ ନିକଟରେ ଅର୍ଥବଳ ନଥିଲେ ସୁଦ୍ଧା ଲୋକମାନଙ୍କ ଭଲପାଇବା ବହୁତ ଅଛି ବୋଲି କହିଛନ୍ତି । ଜେଜେବାପା ତଥା ଆଳିର ପୂର୍ବତନ ବିଧାୟକ ଓ ଜଣାଶୁଣା ଡାକ୍ତର ସ୍ବର୍ଗତଃ ଦିବାକରନାଥ ଶର୍ମାଙ୍କର ପ୍ରେରଣାରେ ସେ ମଧ୍ୟ ଡାକ୍ତରୀ ବୃତ୍ତି ଛାଡି ସେବା ମନୋବୃତି ସହ ରାଜନୀତିକୁ ଆସିଥିବା କହିଥିଲେ ଦେବସ୍ମିତା ।

ସେହିପରି ସାଂସଦ ପ୍ରାର୍ଥୀ ଭାବେ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ ସିଦ୍ଧାର୍ଥ ସ୍ୱରୂପ ଦାଶ ନିଜ ପ୍ରତିକ୍ରିୟାରେ କେନ୍ଦ୍ରାପଡା ଜିଲ୍ଲାର ଦୂରାବସ୍ଥା ବଖାଣିବା ସହ ଏଠାରୁ ଦୁଇ ଦଳର ପ୍ରାର୍ଥୀ ହୋଇଥିବା ଦୁଇଜଣ ସାଂସଦଙ୍କୁ ୨୦୧୯ ନିର୍ବାଚନରେ ଯଥାକ୍ରମେ ରାଜନଗର ଓ କେନ୍ଦ୍ରାପଡା ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିଥିଲେ । ତେବେ ବିଜେଡି ଦଳରେ ଦୀର୍ଘ ବର୍ଷ ଧରି କାମ କରି ୨୦୦୯-୧୪ ପର୍ଯ୍ୟନ୍ତ କେନ୍ଦ୍ରାପଡା ବିଧାୟିକା ରହିଥିବା ସିପ୍ରା ମଲ୍ଲିକ ଚଳିତ ସପ୍ତାହରେ ବିଜେଡି ଛାଡି କଂଗ୍ରେସ ଦଳର ଯୋଗ ଦେଇଥିଲେ । ଏବେ କଂଗ୍ରେସ ତାଙ୍କୁ କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ପ୍ରାର୍ଥିତ୍ବ ଘୋଷଣା ପରେ ସିପ୍ରାଙ୍କ କଂଗ୍ରେସ ନେତୃତ୍ବଙ୍କୁ ଧନ୍ୟବାଦ ଦେଇଥିଲେ । ତାଙ୍କ ବାପା ପ୍ରହ୍ଲାଦ ମଲ୍ଲିକ କଂଗ୍ରେସରେ ଥିବା କାରଣରୁ ଏହା ତାଙ୍କ କ୍ଷେତ୍ରରେ ଘରବାହୁଡା ବୋଲି ସିପ୍ରା କହିବା ବିପୁଳ ବ୍ୟବଧାନରେ ବିଜୟୀ ହେବାର ଆଶା ଥିବା ମଧ୍ୟ କହିଥିଲେ ।

ସେହିପରି ରାଜନଗର ନିର୍ବାଚନ ମଣ୍ଡଳୀର ରାଜନଗର ବ୍ଲକରେ ଦୀର୍ଘ ତିନି ଦଶନ୍ଧି ଧରି ଦବଦବା ରଖିଥିବା ବିଜେଡିର ଉପକୂଳ ନେତା ତଥା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସ ତାଙ୍କୁ ବିଧାୟକ ପ୍ରାର୍ଥୀ କରିବା ପରେ ରାଜନଗର ନିର୍ବାଚନ ମଣ୍ଡଳୀରେ ଶାସକ ଦଳ ସହ ଜୋରଦାର ଲଢେଇ ଆଶା କରାଯାଉଛି । ପ୍ରାଥମିକତା ଭିତ୍ତିରେ ସେ ସ୍ଥାନୀୟ ଅଞ୍ଚଳର ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରୟାସ ଆରମ୍ଭ କରିବେ ବୋଲି କହିଛନ୍ତି । ତାହା ସହିତ, ସ୍ଥାନୀୟ ଅଞ୍ଚଳର କୃଷକ, ମତ୍ସ୍ୟଜୀବୀ ଓ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ଦିଗରେ କାମ କରିବାକୁ ଲକ୍ଷ୍ୟ ରଖିଥିବା ଅଶୋକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ବରଯାତ୍ରୀ ଭ୍ୟାନକୁ ପିଟିଲା ଟ୍ରକ, ଘଟଣାସ୍ଥଳରେ 9 ମୃତ - road accident

ପ୍ରଥମେ ଦଳରୁ ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତିଙ୍କ ଇସ୍ତଫା ଓ ପରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ହେଭିୱେଟ ଗଣେଶ୍ୱର ବେହେରା ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିଲେ । ପରେ କଂଗ୍ରେସର ଗତି କୁଆଡେ ଓ କଂଗ୍ରେସ ଦଳ ଜିଲ୍ଲାରେ ଏକପ୍ରକାର ନିଶ୍ଚିହ୍ନ ହୋଇଯିବ ବୋଲି ଆଶଙ୍କା କରାଯାଉଥିବା ବେଳେ ଏହାକୁ ଭୁଲ ବୋଲି ପ୍ରମାଣିତ କରିବାକୁ ଦଳ ଚେଷ୍ଟା ଜାରି ରଖିଛି । ଶାସକ ବିଜେଡି ଦଳକୁ କଂଗ୍ରେସ ଦଳର ଦୁଇଜଣ ହେଭିୱେଟ ଲମ୍ଫ ମାରିଥିବା ବେଳେ ଶାସକ ଦଳରୁ ସିପ୍ରା ଓ ଅଶୋକଙ୍କ ଭଳି ନେତ୍ରୀ ଓ ନେତା କଂଗ୍ରେସ ଦଳକୁ ଚାଲିଯିବା ପରେ ରାଜନୀତି ପାଣି କୁଆଡେ ଯାଉଛି ସେନେଇ ସମସ୍ତଙ୍କ ଅପେକ୍ଷା ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Apr 21, 2024, 12:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.