ETV Bharat / politics

ବିଜେପି ପ୍ରାର୍ଥୀ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି: କଂଗ୍ରେସ ପ୍ରାର୍ଥୀ ନିପନ ଦାସ - BARGARH ASSEMBLY CONSTITUENCY - BARGARH ASSEMBLY CONSTITUENCY

Congress Complain Against BJP: ବରଗଡ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀଙ୍କ ବିରୋଧରେ ଅଭିଯୋଗ ଆଣିଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାସ । ପ୍ରାର୍ଥୀପତ୍ର ଦାଖଲ ସମୟରେ ରିଟର୍ଣ୍ଣଂ ଅଫିସରଙ୍କ ଠାରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ରହିଛି ଅଭିଯୋଗ । ଅଧିକ ପଢନ୍ତୁ

Congress Complain Against BJP
Congress Complain Against BJP (Etv Bharat)
author img

By ETV Bharat Odisha Team

Published : May 4, 2024, 10:32 PM IST

Congress Complain Against BJP (ETV BHARAT ODISHA)

ବରଗଡ଼: ବରଗଡ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଯାଇଛି । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ବିଜେପି ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀ ନିଜ ପ୍ରାର୍ଥୀପତ୍ର ଦାଖଲ ସମୟରେ ରିଟର୍ଣ୍ଣଂ ଅଫିସରଙ୍କ ଠାରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାନେଇ ଅଭିଯୋଗ ଆଣିଛନ୍ତି କଂଗ୍ରେସ ଦଳର ପ୍ରାର୍ଥୀ ନିପନ ଦାସ | ଅଶ୍ଵିନୀ ଷଡଙ୍ଗୀଙ୍କ ନାମରେ ଅପରାଧିକ ମାମଲା ରହିଥିବାବେଳେ ସେ 41 ( A ) crpc ଆକ୍ଟରେ ବେଲ୍ ରେ ରହିଛନ୍ତି । ମାତ୍ର ବିଜେପି ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀ ଜାଣିଶୁଣି ତାଙ୍କର ନାମାଙ୍କନ ପାତ୍ର ଦାଖଲ ସମୟରେ ଏହି ଅପରାଧିକ ମାମଲାକୁ ତାଙ୍କର ସତ୍ୟପାଠରେ ଉଲ୍ଲେଖ କରିନାହାଁନ୍ତି ଯାହାକି ନିର୍ବାଚନ କମିଶନଙ୍କ ନିୟମକୁ ଉଲ୍ଲଘଂନ କରାଯାଇଛି ଏବଂ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଆଜି ବରଗଡ ଉପଜିଲ୍ଲାପାଳଙ୍କ ଠାରେ ତଥା ରିଟର୍ଣ୍ଣିଂ ଅଫିସରଙ୍କ ଠାରେ ଦାବି କରିଛନ୍ତି କଂଗ୍ରେସ ନେତା ନିପନ ଦାସ ।

ଏହା ମଧ୍ୟ ପଢନ୍ତୁ ... ବିଜେଡି ଦେଲାନି ଟିକଟ, ରାଜ୍ୟର ୮ ସ୍ଥାନରୁ ସ୍ବାଧୀନ ଲଢ଼ିବେ ଦମ୍ପତି - Couple To Contest From 8 Places

ସୂଚନା ଅନୁଯାୟୀ 2024 ସାଧାରଣ ନିର୍ବାଚନ ପାଇଁ ବରଗଡ ଜିଲ୍ଲାରେ ଗତ ଏପ୍ରିଲ 26 ତାରିଖରୁ ମଇ 3 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲର ସମୟସୀମା ରହିଥିଲା ତେବେ ଗତକାଲି 3 ମେ ରେ ଏହି ସମୟସୀମା ଶେଷ ହୋଇଛି । ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଦ୍ଵାରା ଜାରି ହୋଇଥିବା ନିୟମ ଅନୁଯାୟୀ ସମସ୍ତ ପ୍ରାର୍ଥୀ ନିଜ ନିଜର ସତ୍ୟପାଠ ଦାଖଲରେ ସମସ୍ତ ଅପରାଧିକ ମାମଲା ଗୁଡିକ ଉଲ୍ଲେଖ କରିବେ ଯାହା ଜନସାଧାରଣ ମଧ୍ୟ ଜାଣିପାରିବେ । ତେବେ ସମସ୍ତ ଦଳର ନେତା ମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ ସହିତ ସତ୍ୟପାଠ ମଧ୍ୟ ଦାଖଲ କରିସାରିଛନ୍ତି । ଏଥି ମଧ୍ୟରେ ବରଗଡ ବିଧାନସଭା ଆସନ ପାଇଁ ବିଜେପି ଦଳର ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀ ଗତ 30 ତାରିଖରେ ନିଜର ନାମାଙ୍କନ ପତ୍ର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଦାଖଲ କରିଥିଲେ ।

ମାତ୍ର ନାମାଙ୍କନ ପତ୍ର ଦାଖଲର ଶେଷ ସମୟ ଗଡିଗଲା ପରେ ଆଜି କଂଗ୍ରେସ ଦଳର ପ୍ରାର୍ଥୀ ନିପନ ଦାସ ବରଗଡ ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ଠାରେ ଲିଖିତ ଅଭିଯୋଗ ଆଣିଛନ୍ତି ଯେ ବିଜେପି ଦଳର ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀ ତାଙ୍କର ସତ୍ୟପାଠରେ ନିଜର ଆପରାଧିକ ମାମଲାକୁ ଜାଣିଶୁଣି ଲୁଚାଇଛନ୍ତି ଏବଂ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି । 2021 ମସିହାରେ ଏକ ଅପରାଧିକ ମାମଲା ବିଜେପି ପ୍ରାର୍ଥୀଙ୍କ ନାମରେ ରହିଥିବାବେଳେ କାହିଁକି ସେ ଏହାକୁ ସତ୍ୟପାଠରେ ଉଲ୍ଲେଖ କାଲେ ନାହି ବୋଲି କଂଗ୍ରେସ ପ୍ରାର୍ଥୀ ଅଭିଯୋଗ ଆଣିଛନ୍ତି । ତେବେ ଏହା ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଂଗ୍ରେସ ପ୍ରାର୍ଥୀ ଦାବି କରିଥିବାବେଳେ ଜିଲ୍ଲା ନିର୍ବାଚନ ଅଧିକାରୀ ଏନେଇ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.