ETV Bharat / politics

ମନ୍ମଥ ପାଇଁ ପ୍ରଚାର କରିବି ନାହିଁ, କଂଗ୍ରେସ ପାଇଁ ପ୍ରଚାର କରିବି: ସୁର - Party vs Son Politics - PARTY VS SON POLITICS

Party vs Son Politics: ବର୍ତ୍ତମାନ ପରିସ୍ଥିତିରେ ପ୍ରକୃତରେ କଂଗ୍ରେସ ବିଧାୟକ ସୁର ରାଉତରାୟ କାହାକୁ ସମର୍ଥନ କରିବାକୁ ଚାହୁଁଛନ୍ତି । ପୁଅ ପାଇଁ ଭୋଟ ମାଗି ବିବାଦ ଘେରକୁ ଆସିବା ପରେ ବର୍ତ୍ତମାନ ଏଭଳି ପ୍ରଶ୍ନ ଉଠିଛି । ଏନେଇ ସୁୁର ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କ'ଣ କହିଛନ୍ତି ଜାଣନ୍ତୁ

Party vs Son
Party vs Son
author img

By ETV Bharat Odisha Team

Published : Apr 10, 2024, 6:26 PM IST

Updated : Apr 10, 2024, 7:24 PM IST

Party vs Son

ଭୁବନେଶ୍ବର: କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଗତି କୁଆଡେ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । କାରଣ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ଏବେ ଭୁବନେଶ୍ବର ଲୋକସଭା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । ପୁଅକୁ ଭୋଟ ଦେଇ ଜିତାଇବା ପାଇଁ କିଛି ଲୋକଙ୍କୁ ସୁର କହିଥିବା ଅଭିଯୋଗ ମଧ୍ୟ ଆସିଥିଲା । ଏବେ କିନ୍ତୁ ସୁର ମାପିଚୁପି ବୟାନ ଦେଇଛନ୍ତି । ଇଟିଭି ଭାରତକୁ ସୁର କହିଛନ୍ତି, "ଚଳିତ ନିର୍ବାଚନରେ ମନ୍ମଥ ପାଇଁ ପ୍ରଚାର କରିବେନି । ନିଜ ଆଡୁ କିଛି କହିବିନି । ଯେହେତୁ ପୁଅ ଛିଡା ହୋଇଛି ଯଦି କିଏ ପଚାରେ ତେବେ କହିବି ଭୋଟ ଦେବା ପାଇଁ ।" ତେବେ ସେ କଂଗ୍ରେସ ପାଇଁ ସାରା ଓଡିଶାରେ ପ୍ରଚାର କରିବେ ବୋଲି କହିଛନ୍ତି ।

ପୂର୍ବରୁ ସୁର କହିଆସିଛନ୍ତି ଜୀବନ ଥିଲା ପର୍ଯ୍ୟନ୍ତ ସେ କଂଗ୍ରେସରେ ରହିବେ, ଦଳ ଛାଡିବେନି । ଏପରିକି ପୁଅ ମଧ୍ୟ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବ ବୋଲି ସୁର ଗଣମାଧ୍ୟମରେ ବାରମ୍ବାର ବୟାନ ରଖିଆସୁଥିଲେ । ହେଲେ ପୁଅ ମନ୍ମଥ ବିଜେଡିରୁ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବା ପରେ ଅଡୁଆରେ ପଡିଯାଇଥିଲେ ସୁର । ଗୋଟିଏ ପଟେ କଂଗ୍ରେସ ଆଉ ଗୋଟିଏ ପଟେ ପୁଅ । କାହା ପାଇଁ ସମର୍ଥନ ଦେବେ ସୁର? ସେକଥାକୁ ନେଇ ଦ୍ବନ୍ଦ୍ବରେ ବଢିିଛି । ଶେଷରେ ସୁର ନିଷ୍ପତ୍ତି ନେଇଛନ୍ତି ଯେ, ପୁଅ ମନ୍ମଥ ପାଇଁ ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ କୌଣସି ଅଞ୍ଚଳରେ ପୁଅ ପାଇଁ ପ୍ରଚାର ପ୍ରସାର କରିବେ ନାହିଁ । କେବଳ କଂଗ୍ରେସ ପାଇଁ ଔପଚାରିକ ଭାବେ ପ୍ରଚାର କରିବେ ବୋଲି କହିଛନ୍ତି ।

ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ରାଜ୍ୟ ରାଜନୀତିରେ ବିରଳ ଘଟଣା ଦେଖିବାକୁ ମିଳିଛି । ଯେତେବେଳେ ବାପାମାନେ ପୁଅମାନଙ୍କ ରାଜନୈତିକ କ୍ୟାରିୟରକୁ ସମ୍ଭାଳିବା ପାଇଁ ବାହାରି ଆସିଛନ୍ତି । ବିଜୟ ମହାପାତ୍ର ହୁଅନ୍ତୁ, ପ୍ରତାପ ଜେନା ହୁଅନ୍ତୁ ଅବା ସୁର ରାଉତରାୟ। ସୁର ରାଉତରାୟଙ୍କ କ୍ଷେତ୍ରରେ ରହୁଛି ପୁତ୍ର ପ୍ରେମ । ପୁତ୍ର ପ୍ରେମରେ ଅନ୍ଧ ହୋଇ ସୁର କିଛି ଲୋକଙ୍କୁ ଭୋଟ ଦେବା ପାଇଁ କହିଥିଲେ । ଏବେ କିନ୍ତୁ ସୁର ନିଷ୍ପତ୍ତି ନେଇଛନ୍ତି, ପୁଅ ସପକ୍ଷରେ ପ୍ରଚାର କରିବେ ନାହିଁ ।" ରାଜନୀତିରେ ବାପ ପୁଅଙ୍କ ସମ୍ପର୍କର ଉଦାହରଣ ଦେଇ ମୁଲାୟମ ଓ ତାଙ୍କ ପୁଅଙ୍କ କଥା କହିଛନ୍ତି ଅକ୍ଷୟ ।

ଏହା ବି ପଢନ୍ତୁ...ଜଟଣୀ ଟିକେଟ ରାଜନୀତିକୁ ନେଇ କଂଗ୍ରେସରେ ନିଆଁ, ପୁଅ ସପକ୍ଷରେ ବାହାରିଲେ ସୁର - Jatni Tension For Congress

ବିଜେଡିରେ ଯୋଗ ଦେବାର 24 ଘଣ୍ଟାରୁ 48 ଘଣ୍ଟା ଭିତରେ ମନ୍ମଥଙ୍କୁ ଟିକେଟ ଦେଇଥିଲା ବିଜେଡି । ପୂର୍ବରୁ ସୁର କହିଥିଲେ ପୁଅ କଂଗ୍ରେସ ଟିକେଟରୁ ଲଢିବ । ସେ ଜିଦ ଧରିଛି ଅନ୍ୟ ଦଳରୁ କିନ୍ତୁ ତାକୁ ମୁଁ ବୁଝେଇଦେବି । କିନ୍ତୁ ମନ୍ମଥଙ୍କୁ ବୁଝାଇବାରେ ସୁର ଅସମର୍ଥ ହେଲେ । ଏବେ ମନ୍ମଥ ରାଉତରାୟଙ୍କ ପାଖରେ ନିର୍ବାଚନ ଲଢିବା ପାଇଁ 4ଟି ଅସ୍ତ୍ର ପାଖରେ ଅଛି । ଗୋଟିଏ ହେଲେ ସେ ସୁର ରାଉତରାୟଙ୍କ ପୁଅ ଭାବେ ପରିଚୟ, ଦ୍ବିତୀୟରେ ବିଜେଡିର ସଂଗଠନ, ତୃତୀୟରେ ନବୀନ ପଟ୍ଟନାୟକ ବ୍ରାଣ୍ଡ ଏବଂ ଚତୁର୍ଥରେ ଶଙ୍ଖ ଚିହ୍ନ । ଏହାକୁ ଭିତ୍ତିକରି ମନ୍ମଥ ଅପରାଜିତାଙ୍କୁ ଟକ୍କର ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 10, 2024, 7:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.