ETV Bharat / politics

ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଦେବା ଅର୍ଥ ବିରୋଧୀଙ୍କୁ ପଙ୍ଗୁ କରିଦେବା: କଂଗ୍ରେସ - Congress Bank Account Frozen

author img

By ETV Bharat Odisha Team

Published : Mar 21, 2024, 8:35 PM IST

Congress Bank Account Frozen: କଂଗ୍ରେସ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯାଇଥିବା ଅଭିଯୋଗ ହୋଇଛି । ଏହା କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ବୋଲି କହି ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ଅଧିକ ପଢନ୍ତୁ

Congress Bank Account Frozen
Congress Bank Account Frozen

Congress Bank Account Frozen

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ଦଳର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯାଇଥିବା ଅଭିଯୋଗ ହୋଇଛି । ଅର୍ଥାତ ଏହି ଆକାଉଣ୍ଟରୁ କୌଣସି ଆର୍ଥିକ କାରବାର ହୋଇ ପାରିବ ନାହିଁ । ଯାହାକୁ ରାଜ୍ୟର ନେତୃତ୍ବମାନେ ମଧ୍ୟ ବିରୋଧ କରିଛନ୍ତି । ଏହା କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ନିର୍ବାଚନ ପୂର୍ବରୁ ଆକାଉଣ୍ଟ ଫ୍ରିଜ କରିବା ଦ୍ୱାରା କଂଗ୍ରେସ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି ବୋଲି ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସର ତୁଙ୍ଗ ନେତା ଯୁକ୍ତି ଉପସ୍ଥାପନ କରିଛନ୍ତି। ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, "ଟ୍ରେନ ଟିକେଟ କିଣିବା ପାଇଁ କଂଗ୍ରେସ ପାଖରେ ପଇସା ନାହିଁ । ପ୍ରଚାର ପାଇଁ ନେତା ଓ କର୍ମୀଙ୍କୁ ଦୂର ସ୍ଥାନକୁ ପଠାଇବା ପାଇଁ ଅର୍ଥର ଅଭାବ ଦେଖାଦେଇଛି।" ସେପଟେ "ଦେଶର ଗଣତନ୍ତ୍ର ନାହିଁ । ଏ କେମିତିକା ସରକାର ଯିଏ ଆକ୍ରୋଶ ମୂଳକ ଭାବରେ ନିର୍ବାଚନ ପୂର୍ବରୁ କଂଗ୍ରେସ ବିରୋଧରେ ଏପରି ପଦକ୍ଷେପ ନେଇଛନ୍ତି"" ବୋଲି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି।

କଂଗ୍ରେସର ଅଫିସିଆଲ ଆକାଉଣ୍ଟ ରଦ୍ଦ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେପଟେ କଂଗ୍ରେସ ବ୍ୟାଙ୍କ ଆକାଉଣ୍ଟ ସିଜ୍ ପ୍ରସଙ୍ଗରେ ମତ ରଖିଛନ୍ତି କଂଗ୍ରେସ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା। ସେ କହିଛନ୍ତି, "199 କୋଟି ଟଙ୍କା ଦଳୀୟ କର୍ମୀ ଏବଂ ନେତାମାନେ ଦଳକୁ ଦେଇଥିଲେ । 7 ବର୍ଷ ତଳେ ଇନକମ ଟ୍ୟାକ୍ସ ଦେବାରେ ଗୋଟିଏ ମାସ ବିଳମ୍ବ ହୋଇଥିଲା ବୋଲି ସେଥିପାଇଁ ଜରିମାନା ବାବଦକୁ 125 କୋଟି ଟଙ୍କା ଅର୍ଥ ଫାଇନ କରାଯାଇଛି । କିନ୍ତୁ ଆଇନ ମୁତାବକ ଏହା 0.6 ପ୍ରତିଶତ ହେବା କଥା। ଭାରତ ଇତିହାସରେ ଏଭଳି ଆକ୍ରୋଶ ମୂଳକ ପଦକ୍ଷପ ହୋଇନଥିଲା।"

ଏହା ମଧ୍ୟ ପଢନ୍ତୁ...କଂଗ୍ରେସ ଆକାଉଣ୍ଟ ଅଚଳ ପ୍ରସଙ୍ଗ: ମୋଦି ସରକାର ଉପରେ ବର୍ଷିଲେ ସୋନିଆ ଓ ରାହୁଲ, ଗଲେ ସୁପ୍ରିମକୋର୍ଟ - Congress Frozen Account Row

ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଆହୁରି ମଧ୍ୟ କହିଛନ୍ତି, "ଏହା ବିଜେପିର ଏକ ବିଧିବଦ୍ଧ ଷଡଯନ୍ତ୍ର। ଗଣତନ୍ତ୍ର ପ୍ରତି ଏହା ଶକ୍ତ ଆଘାତ। ମୁଖ୍ୟ ବିରୋଧୀ ଦଳ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଦେଵା ଅର୍ଥ ବିରୋଧୀ ଦଳକୁ ପଙ୍ଗୁ କରିଦେବା । ଇଲେକ୍ଟ୍ରୋଲ ବଣ୍ଡରେ ବିଜେପିକୁ ହଜାର ହଜାର କୋଟି ଟଙ୍କା ଆସିଛି, ଏହା ଉପରେ ତ କାହିଁକି କିଛି ପ୍ରଶ୍ନ ନାହିଁ?" ସୂଚନା ଅନୁସାରେ, ଆଇଟି ପକ୍ଷରୁ ୧୧୦ କୋଟି ଟଙ୍କା ଡିମାଣ୍ଡ ନୋଟିସ ପଠାଯାଇଥିଲା।୨୦୧୬-୧୭ ଆର୍ଥିକ ବର୍ଷରେ ୧୪. ୯୫ ଲକ୍ଷ ଟଙ୍କାର ନଗଦ କାରବାର ପାଇଁ ଡିମାଣ୍ଡ ନୋଟିସ ହୋଇତିଲା । ଜାତୀୟ କଂଗ୍ରେସର ୧୧ ଟି ଆକାଉଣ୍ଟ ଫ୍ରିଜ୍ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.