ETV Bharat / politics

ଅଧିରାଜ ଯିବେ ବୋଲି ଆଗରୁ ଜାଣିଥିଲି, ହାଇକମାଣ୍ଡଙ୍କୁ ଜଣାଇଥିଲି: ନରସିଂହ

author img

By ETV Bharat Odisha Team

Published : Mar 20, 2024, 7:38 PM IST

Narasingha Mishra reaction on Adhiraj Panigrahi: ଖଡ଼ିଆଳ କଂଗ୍ରେସ ବିଧାୟକ ଦଳ ଛାଡ଼ି ବିଜେଡିରେ ଯୋଗ ଦେବା ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । କହିଲେ ଅଧିରାଜ ଯିବେ ବୋଲି ଆଗରୁ ହାଇକମାଣ୍ଡଙ୍କୁ ଜଣାଇଥିଲି । ଦଳ ଉପରେ ପ୍ରଭାବ ପଡ଼ିବନି । ଅଧିକ ପଢ଼ନ୍ତୁ

Narasingha Mishra reaction on Adhiraj Panigrahi

ଭୁବନେଶ୍ବର: ଖଡ଼ିଆଳ କଂଗ୍ରେସ ବିଧାୟକ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ଗତକାଲି ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସରୁ ନିଜର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ । ସେ ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । କଂଗ୍ରେସ ଦଳ ତାଙ୍କ ପାଇଁ ଆଦର୍ଶ ଥିଲା । ହେଲେ ଏବେ ତାଙ୍କ କର୍ମୀ ଓ ଖଡ଼ିଆଳବାସୀଙ୍କ ନିଷ୍ପତ୍ତିରେ ସେ ଦଳ ଛାଡିଥିବା କହିଥିଲେ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଜଣେ ବିଧାୟକ ଦଳ ଛାଡିବା କଂଗ୍ରେସ ପାଇଁ ଶକ୍ତ ଝଟ୍‌କା ବୋଲି କୁହାଯାଉଛି । ହେଲେ ଅଧିରାଜଙ୍କ ଦଳ ଛାଡ଼ିବା କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଏପରିକି ଅଧିରାଜ ଦଳ ଛାଡ଼ିବା ନେଇ ନରସିଂହ ପୂର୍ବରୁ ଜାଣିଥିଲେ ବୋଲି ନରସିଂହ କହିଛନ୍ତି ।

ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ଦଳ ବଦଳ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, "ମୁଁ ପୂର୍ବରୁ ଏହି ବିଷୟ ଜାଣିଥିଲି । ଏପରିକି ଅଧିରାଜ ପାଣିଗ୍ରାହୀ ଦଳ ଛାଡ଼ିବେ ବୋଲି ମୁଁ ହାଇକମାଣ୍ଡଙ୍କୁ ମଧ୍ୟ ପୂର୍ବରୁ ଜଣାଇଥିଲି । ଯାହା ଆଶା ଥିଲା, ତାହା ହୋଇଛି । ଅଧିରାଜ ପାଣିଗ୍ରାହୀ ଦଳ ଛାଡିଛନ୍ତି । ଖଡ଼ିଆଳରେ ଆହୁରି କଂଗ୍ରେସ ନେତା ଅଛନ୍ତି, ଯେଉଁମାନେ ନେତୃତ୍ବ ନେବାକୁ ପ୍ରସ୍ତୁତ ଅଛନ୍ତି ।" ତେଣୁ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଦଳ ଛାଡ଼ିବାର କୌଣସି ପ୍ରଭାବ କଂଗ୍ରେସ ଉପରେ ପଡ଼ିବ ନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର ।

ଏହା ମଧ୍ୟ ପଢ଼ନ୍ତୁ...ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ ଅଧିରାଜ; ଶତାଧିକ ସର୍ଥକଙ୍କ ସହ ବିଜେଡିରେ ସାମିଲ

ପ୍ରକାଶ ଥାଉ, ଗତକାଲି ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ କଂଗ୍ରେସ ଛାଡିଥିଲେ । ପିସିସି ସଭାପତିଙ୍କ ନିକଟକୁ ଏକ ପତ୍ର ଲେଖି ଦଳର ସମସ୍ତ ଦାୟିତ୍ବ ଏବଂ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି ବୋଲି ଉଲ୍ଲେଖ କରିଥିଲେ । ୨୫ ବର୍ଷ ହେବ କଂଗ୍ରେସ ତାଙ୍କୁ କାମ କରିବାର ସୁଯୋଗ ଦେଇଥିବାରୁ ସେ କୃତଜ୍ଞତା ଜଣାଇଥିଲେ । ଆଜି ସେ ଶାସକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜଣେ ଯୁବ ବିଧାୟକ, ପଶ୍ଚିମ ଓଡ଼ିଶାରେ ଜଣେ ଟାଣୁଆ ସଂଗଠକ ଦଳ ଛାଡିବା ନିଶ୍ଚିତ ଭାବେ କଂଗ୍ରେସ ପାଇଁ ଏକ ସତର୍କ ଘଣ୍ଟି । ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ଲାଗି ରହିଥିବାବେଳେ ଅନ୍ୟ ଦଳରୁ କଂଗ୍ରେସକୁ ଅସନ୍ତୁଷ୍ଟ ନେତାଙ୍କର ସୁଅ ଛୁଟିବ ବୋଲି ଆକଳନ କରୁଛନ୍ତି ରାଜନୀତି ସମୀକ୍ଷକ । ଏଭଳି ସ୍ଥିତିରେ କଂଗ୍ରେସର ଜଣେ ବିଧାୟକ ଦଳ ଛାଡ଼ିବା ଆଗାମୀ ନିର୍ବାଚନରେ କି ପ୍ରଭାବ ପକାଉଛି, ତାହା ଆଗାମୀ ସମୟରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.