ETV Bharat / politics

ରାହୁଲ ଆସିବା ପୂର୍ବରୁ ଟାଣ ହେଉଛି ହାତ ମୁଠା, ପୁରୁଣା ନେତାଙ୍କ ଘର ବାହୁଡା

Congress joining program: ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଅନେକ ପୁରୁଣା କଂଗ୍ରେସ ନେତା ଦଳକୁ ଫେରିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 3, 2024, 10:45 AM IST

Congress joining program
କଂଗ୍ରେସର ମିଶ୍ରଣ ପର୍ବ
କଂଗ୍ରେସର ମିଶ୍ରଣ ପର୍ବ

ଭୁବନେଶ୍ୱର: କଂଗ୍ରେସକୁ ଫେରିଲେ ପୁରୁଣା ନେତା । ଶୁକ୍ରବାର ଦିନ ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନ ଠାରେ ଦଳର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ କଂଗ୍ରେସର ପୂର୍ବତନ ବିଧାୟକଙ୍କ ସମେତ ଅନେକ ବରିଷ୍ଠ ଓ ଯୁବ କଂଗ୍ରେସ ନେତା ଦଳ ବାହୁଡା ହୋଇଛନ୍ତି । ତେବେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଓଡ଼ିଶାରେ ପ୍ରବେଶ କରିବା ପୂର୍ବରୁ କଂଗ୍ରେସ ନିଜ ଦଳକୁ ଆହୁରୀ ସଶକ୍ତ କରୁଛି ।

ଫେବ୍ରୁଆରୀ ୬ ତାରିଖରୁ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରୁ ଓଡ଼ିଶା ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି । ଏହି ନ୍ୟାୟ ଯାତ୍ରା ଓଡ଼ିଶା ଆସିବା ପୂର୍ବରୁ କଂଗ୍ରେସ ତାର ଶକ୍ତି ବୃଦ୍ଧି କରୁଛି । ଶୁକ୍ରବାର ଦିନ ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ବେହେରା ନିଜ ସମର୍ଥକମାନଙ୍କ ସହ କଂଗ୍ରେସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନ ଠାରେ ଓଡ଼ିଶା ପ୍ରଭାରୀ ଡ.ଅଜୟ କୁମାର, ବାରବାଟୀ- କଟକ ବିଧାୟକ ମହମ୍ମଦ ମୋକିମ, ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡ. ବିଶ୍ବରଞ୍ଜନ ମହାନ୍ତି, ଏଆଇସିସି ଗଣମାଧ୍ୟମ ପ୍ରଭାରୀ ବବିତା ଶର୍ମାଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଘର ବାହୁଡ଼ିଛନ୍ତି ଅନେକ ବରିଷ୍ଠ କଂଗ୍ରେସ ଓ ଯୁବ କଂଗ୍ରେସ ନେତା ।

ଏହି ମିଶ୍ରଣ ପର୍ବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା । ବିଜେପି ଓ ବିଜେଡି ଉଭୟ ଦଳ ମିଳିମିଶି ଓଡ଼ିଶାକୁ ଲୁଟୁ ଥିବା କହିଛନ୍ତି ପ୍ରଭାରୀ ଅଜୟ କୁମାର । ସେ ଆଉ ମଧ୍ୟ କହିଛନ୍ତି," ନରେନ୍ଦ୍ର ମୋଦି-ନବୀନ ବାବୁଙ୍କ ଘରକୁ ଯାଆନ୍ତୁ, ବିଜେଡ଼ି ଓ ବିଜେପିର ଲଭ ମ୍ୟାରେଜକୁ ଅଫିସିଆଲ କରନ୍ତୁ ।" କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ବାରା ଆଗତ ବଜେଟକୁ ଦିଶାହୀନ ବଜେଟ କହିବା ସହ ଏହି ବଜେଟକୁ ପେପରଲେସ, ଇକୋନମି କେୟାରଲେସ, ୟୁଥ ଜବଲେସ, ହୋମମିନିଷ୍ଟର କେୟାରଲେସ, ମଣିପୁର ପିସ୍‌ସ, ପ୍ରଧାନମନ୍ତ୍ରୀ ହୋପଲେସ ବୋଲି କହିଥିଲେ ।

ଏହାମଧ୍ୟ ପଢନ୍ତୁ..୨୩ବର୍ଷ ଶାସନରେ ରାଜ୍ୟରେ ବେମାରୀ ଛଡାଇ ପାରିଲାନାହିଁ ସରକାର: କଂଗ୍ରେସ

ବିଧାୟକ ମହମ୍ମଦ ମୋକିମ କହିଛନ୍ତି, "ଶାସକ ଦଳର ସାଂସଦ ଓ ଅନ୍ୟାନ୍ୟ ନେତୃବୃନ୍ଦ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି ଆଗାମୀ ଦିନରେ ମିଶ୍ରଣପର୍ବ ଜାରି ରହିବ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଗସ୍ତ, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଓଡ଼ିଶାରେ କଂଗ୍ରେସକୁ ଆହୁରି ଶକ୍ତି ଦେବ ଏବଂ ଆଗାମୀ ଦିନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ରାଜରାସ୍ତାରେ ଲଢ଼େଇ ହେବ।"

ପୂର୍ବତନ ପିସିସି ସାଧାରଣ ସଂପାଦକ ବିଶ୍ବଜିତ ଦାଶ, ପୂର୍ବତନ ମୁଖପାତ୍ର ନିକୁଞ୍ଜ ପଶାୟତ, ପୂର୍ବତନ କଟକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆର୍ଯ୍ୟବିର ଲେଙ୍କା, ପୂର୍ବତନ କର୍ପୋରେଟର ଅନିତା ନାୟକ, ସୌମ୍ୟ ମିଶ୍ର, ସଂଜୟ ରାୟ, ସୁଜିତ ସ୍ୱାଇଁ, ଅତୁଲ୍ୟ ପାଢ଼ୀ, ତପନ ମିଶ୍ର, ବବିତା ବଡ଼ପଣ୍ଡା, ଜୟନ୍ତ କିଷାନ, ରମକଙ୍କନ ଅଲ୍ଲି,କ୍ରିଷ୍ଣାନନ୍ଦ ସାହୁ, ପ୍ରଭୁଦତ ଭଟଙ୍କ ସହ ଶତାଧ୍ଵକ କଂଗ୍ରେସ କର୍ମୀ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.