ETV Bharat / politics

ଖୁବଶୀଘ୍ର  ଆସିବ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା,  ୬୦ ଜଣଙ୍କ ମଧ୍ୟରେ ରାହୁଲ ଓ ପ୍ରିୟଙ୍କା !

author img

By ETV Bharat Odisha Team

Published : Mar 7, 2024, 10:15 PM IST

Updated : Mar 8, 2024, 10:49 AM IST

Congress to Announce First List for 2024 Election Very Soon : ଖୁବଶୀଘ୍ର ୬୦ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ଆସିପାରେ ରାହୁଲ ଓ ପ୍ରିୟଙ୍କାଙ୍କ ନାମ । ଦିଲ୍ଲୀରେ ବସିଥିବା ବୈଠକରେ ୫ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଆପାତତଃ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି । କେବଳ ଘୋଷଣାକୁ ଅପେକ୍ଷା । ଅଧିକ ପଢନ୍ତୁ

ପ୍ରାର୍ଥୀ ଚୂଡାନ୍ତ ନେଇ କଂଗ୍ରେସର ପ୍ରଥମ ବୈଠକ, ଖୁବଶିଘ୍ର ୧୦ ରାଜ୍ୟର ୬୦ ଆସନରେ ଆସିପାରେ ଘୋଷଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ପ୍ରଥମ ତାଲିକାରେ ୧୮ ରାଜ୍ୟରୁ ୧୯୫ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ଏହିକ୍ରମରେ ଗତକାଲି(ଗୁରବାର) ଦିଲ୍ଲୀରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା । ଏଥିରେ ପାର୍ଟି ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ, କେ.ସି ବେଣୁଗୋପାଲଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । ଏହି ବୈଠକ ପରେ ଦଳ ୧୦ ରାଜ୍ୟର ୬୦ ଆସନରେ ପ୍ରାର୍ଥୀ ଘୋଷଣା କରିବା ନେଇ ସୂତ୍ରରୁ ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟ ତାଲିକାରେ ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନ୍ୟ କିଛି ବଡ ଚେହେରାଙ୍କୁ ମଧ୍ୟ ଦେଖିବାକୁ ମିଳିବା ନେଇ ଅନୁମାନ କରାଯାଉଛି ।

ଗତକାଲି(ଗୁରବାର) ବୈଠକରେ ଦିଲ୍ଲୀ, ଛତିଶଗଡ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ, ମଣିପୁର, ମେଘାଳୟ, ତ୍ରିପୁରା, ସିକ୍କିମ ଏବଂ ଲକ୍ଷାଦ୍ବୀପର ଲୋକସଭା ଆସନ ସମ୍ପର୍କରେ ଆଲୋଚନା ହୋଇଥିଲା । ପୂର୍ବରୁ ସ୍କ୍ରିନିଂ କମିଟି ଏହି ସବୁ ରାଜ୍ୟର ସମ୍ଭାବିତ ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ ନିର୍ବାଚନ କମିଟି ନିକଟରେ ଦାଖଲ କରିସାରିଛି । ସେହି ଆଧାରରେ ଆଜି ବୈଠକରେ ଟିକେଟ ନେଇ ଚୂଡାନ୍ତ ମୋହର ବାଜିପାରେ । ତେବେ ପୂର୍ବରୁ ‘ଇଣ୍ଡିଆ’ ମେଣ୍ଟର କିଛି ସହଯୋଗୀ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ହେଲେ ମେଣ୍ଟର ନେତୃତ୍ବ ନେଉଥିବା ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଖାତା ଖୋଲିନି । ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି କଂଗ୍ରେସକୁ ମାତ୍ର ୧୭ ଆସନ ଛାଡିଛି । ସେହିପରି ଦିଲ୍ଲୀରେ ମଧ୍ୟ ଆମ ଆଦମୀ ପାର୍ଟି ମଧ୍ୟ ୪ଟି ଆସନରେ ନିଜେ ଲଢି ଅବଶିଷ୍ଟ ୩ ଆସନ କଂଗ୍ରେସ ଖାତକୁ ଛାଡିଛି । ପଶ୍ଚିମବଙ୍ଗରେ ମମତାଙ୍କ ଦଳ ‘ଟିଏମସି’ ଏକାକୀ ସମସ୍ତ ଆସନରେ ନିର୍ବାଚନ ଲଢିବାକୁ ଯାଉଥିବା ସ୍ପଷ୍ଟ କରିସାରିଛି ।

ଏହା ମଧ୍ୟ ପଢନ୍ତୁ:- ପଦ୍ମ ଧରିଲେ ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ, କହିଲେ 'ଦୁର୍ନୀତିଗ୍ରସ୍ତ TMCକୁ ଉପାଡ଼ି ଫିଙ୍ଗି ଦେବୁ'

ଅନ୍ୟ ଏକ ଘଟଣାକ୍ରମ ଅନୁସାରେ, ଗତଥର ପାରମ୍ପରିକ ଆମେଠି ଆସନରେ ରାହୁଲଙ୍କୁ ପରାସ୍ତ କରିଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଦଳ ପୁଣି ଥରେ ସେହିଠାରୁ ହିଁ ଟିକେଟ ଦେଇଛି । ରାହୁଲ ନିର୍ବାଚନ ଜିତିଥିବା କେରଳର ଓ୍ବାଇନାଡରୁ ମଧ୍ୟ ଇଣ୍ଡିଆ ମେଣ୍ଟର ଅନ୍ୟତମ ବାମ ସହଯୋଗୀ ‘ସିପିଆଇ’ ଜଣେ ବରିଷ୍ଠ ମହିଳା ନେତ୍ରୀଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି । ରାହୁଲ ୨୦୧୪ ପରି ଏଥର ମଧ୍ୟ ଦୁଇଟି ଆସନ ଭାବେ ଆମେଠି ଓ ଦକ୍ଷିଣ ଭାରତର ଅନ୍ୟ କୌଣସି ସୁରକ୍ଷିତ ଆସନରୁ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି କ୍ରମବିକାଶ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 8, 2024, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.