ETV Bharat / politics

ଜଗନ୍ନାଥଙ୍କ ନାମାଙ୍କନ ନାକଚ ଦାବି, ଏମିତି ଅଭିଯୋଗ ଆଣିଲା କଂଗ୍ରେସ - JAGANNATH SARAKA NOMINATION ISSUE - JAGANNATH SARAKA NOMINATION ISSUE

Jagannath Saraka nomination Issue: ନାମାଙ୍କନ ପତ୍ରରେ ବିଷମକଟକ ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକା ଆୟ ତଥ୍ୟ ଲୁଚାଇଥିବା ଅଭିଯୋଗ । ନାମାଙ୍କନ ଯାଞ୍ଚବେଳେ ଅଭିଯୋଗ ଆଣି ପ୍ରାର୍ଥୀପତ୍ର ନାକଚ ପାଇଁ ଦାବି କଲା କଂଗ୍ରେସ । ଅଧିକ ପଢ଼ନ୍ତୁ

Jagannath Saraka nomination Issiue
Jagannath Saraka nomination Issiue
author img

By ETV Bharat Odisha Team

Published : Apr 26, 2024, 10:42 PM IST

Jagannath Saraka nomination Issue

ରାୟଗଡ଼ା: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ଶେଷ ହୋଇଥିବାବେଳେ ଆଜି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ ହୋଇଥିଲା । ବିଷମକଟକ ବିଧାନସଭା ଆସନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ ହୋଇଥିଲା । ଏହାପରେ ବିଷମକଟକ ଆସନ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ଚିନ୍ତନ କକ୍ଷରେ ଆଜି ନାମାଙ୍କନ ଯାଞ୍ଚ ହୋଇଥିଲା । ଏଥିରେ ବିଷମକଟକ ଆସନରେ ବିଜେଡିରୁ ପୁର୍ନବାର ପ୍ରାର୍ଥୀ ହୋଇଥିବା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପ୍ରାର୍ଥିତ୍ବକୁ ନେଇ ଆପତ୍ତି ଉଠାଇଥିଲେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ । ଜଗନ୍ନାଥ ସାରକା ଦାଖଲ କରିଥିବା ଫର୍ମ-୨୬ରେ ବ୍ୟତିକ୍ରମ ରହିଥିବା ନେଇ ଅଭିଯୋଗ ହୋଇଥିଲା ।

କଂଗ୍ରେସ ପ୍ରାର୍ଥୀ ନୀଳମାଧବ ହିକକାଙ୍କ ଅଭିଯୋଗ ଅନୁସାରେ ଜଗନ୍ନାଥ ସାରକା ନିର୍ବାଚନ ନିୟମକୁ ଉଲ୍ଲଙ୍ଘନ କରି ୫ ବର୍ଷର ଆୟକର ରିଟର୍ଣ୍ଣ ବଦଳରେ କେବଳ ୨୦୨୩-୨୪ ଆର୍ଥିକ ବର୍ଷର ତଥ୍ୟ ଦେଇଛନ୍ତି । ଉକ୍ତ ଭାଗରେ ୫ ବର୍ଷ ପାଇଁ ପୃଥକ ପୃଥକ ୫ଟି ଧାଡ଼ି ରହିଥିବାବେଳେ କେବେଳ ୨୦୨୩-୨୪ର ମୋଟ ଆୟ ୪୬ ଲକ୍ଷ ୮୯ ହଜାର ୯୮୦ ଟଙ୍କା ଉଲ୍ଲେଖ କରି ବଳକା ୪ଟି ଧାଡ଼ି ଫର୍ମରେ ରଖାଯାଇନାହିଁ ବୋଲି କହିଛନ୍ତି ନୀଳମାଧବ । ଯାହା ନିର୍ବାଚନ ନିୟମକୁ ଉଲ୍ଲଙ୍ଘନ କରୁଛି ବୋଲି ରିଟର୍ଣ୍ଣିଂ ଅଫିସର ଭାସ୍କର ରଇତଙ୍କ ନିକଟରେ ନୀଳମାଧବ ଅଭିଯୋଗ କରିଥିଲେ । ତେବେ ରିଟର୍ଣ୍ଣିଂ ଅଫିସର ଏହି ଅଭିଯୋଗ ପରେ ମଧ୍ୟ ଅଭିଯୋଗ ରଦ୍ଦ ନକରି ଜଗନ୍ନାଥ ସାରକାଙ୍କ ପ୍ରାର୍ଥିତ୍ବକୁ ସ୍ବୀକୃତି ଦେଇଛନ୍ତି । ଏହାକୁ ଉଭୟ କଂଗ୍ରେସ ଓ ବିଜେପି ବିରୋଧ କରିଛନ୍ତି । ଏନେଇ କଂଗ୍ରେସ ପ୍ରାର୍ଥୀ ନୀଳମାଧବ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଜଗନ୍ନାଥ ସାରକାଙ୍କ ନାମାଙ୍କନ ପତ୍ରର ସାର୍ଟିଫାଇଡ୍‌ କପି ପାଇଁ ଆବେଦନ କରିଥିବା ପ୍ରକାଶ କରିଛନ୍ତି । ଉକ୍ତ ନାମାଙ୍କନ ପତ୍ର କପିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଜଗନ୍ନାଥଙ୍କ ନାମାଙ୍କନ ନାକଚ କରିବା ପାଇଁ ଦାବି କରିବେ ବୋଲି କହିଛନ୍ତି । ମନ୍ତ୍ରୀ ଜଗନ୍ନାଥ ସାରକା ନାମାଙ୍କନ ପତ୍ରରେ ଜନସାଧାରଣଙ୍କୁ ନିଜର ୪ ବର୍ଷର ଆୟ ତଥ୍ୟ ନଦେଇ ନିର୍ବାଚନ ନିୟମକୁ ଉଲ୍ଲଙ୍ଘନ କରିବା ସହିତ ଜନସାଧାରଣଙ୍କୁ କାହିଁକି ଅନ୍ଧାରରେ ରଖୁଛନ୍ତି ବୋଲି ନୀଳମାଧବ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସମର୍ଥକଙ୍କ ସହ ଆସି ରାୟଗଡ଼ାରେ ନାମାଙ୍କନ ଭରିଲେ ବିଭିନ୍ନ ଦଳର ପ୍ରାର୍ଥୀ - ODISHA ASSEMBLY ELECTION 2024

ଅନ୍ୟପଟେ ଜଗନ୍ନାଥ ସାରକା ନିଜର ୫ ବର୍ଷର ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି ବୋଲି ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ କହିଛନ୍ତି । ତେବେ ଏହି ମାମଲାକୁ ନେଇ କଂଗ୍ରେସ ପ୍ରାର୍ଥୀ ନୀଳମାଧବଙ୍କ ଆଇନଜୀବୀ ଦିଲ୍ଲୀପ ମହାରଣା କହିଛନ୍ତି, "ପ୍ରାର୍ଥୀ ନାମାଙ୍କନ ପାଇଁ ଦିଆଯାଇଥିବା ହ୍ୟାଣ୍ଡବୁକ୍‌ ମାନୁଆଲର ୫୪ ଓ ୫୫ ପୃଷ୍ଠାର ଭାଗ ୪.୫.୧ ଅନୁସାରେ ଫର୍ମରେ କୌଣସି ପରିବର୍ତ୍ତନ କରିବାର ନିୟମ ନାହିଁ । ଯଦି କେହି ସମ୍ପୂର୍ଣ୍ଣ ତଥ୍ୟ ନଦେଇ ଏଭଳି କରନ୍ତି, ତେବେ ତାଙ୍କର ନାମାଙ୍କନ ନାକଚ ହେବ ବୋଲି ଉକ୍ତ ନିୟମାବଳୀ ରହିଛି । ସେହି ସମାନ ନିୟମାବଳୀ ଫର୍ମ-୨୬ର ୧୭ ନଂ ପୃଷ୍ଠାରେ ମଧ୍ୟ ଉଲ୍ଲେଖ ରହିଛି ।" ତେଣୁ ଯଦି ଏହି ବ୍ୟତିକ୍ରମରେ ନ୍ୟାୟ ନମିଳେ, ତେବେ ଆଇନର ଆଶ୍ରୟ ନେବୁ ବୋଲି କହିଛନ୍ତି ନୀଳମାଧବ ହିକକା । ତେବେ ଏନେଇ ନିର୍ବାଚନ ଆୟୋଗ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.