ETV Bharat / politics

ଗୋଣ୍ଡ ସମାଜକୁ ନେଇ ଆଠମଲ୍ଲିକ ବିଜେଡ଼ିରେ ଝଡ଼, ପୂର୍ବତନ ସାଂସଦ ପ୍ରାର୍ଥୀଙ୍କୁ ବିରୋଧ - Angul News

Conflict between BJD Leaders in Angul: ଦିନକୁ ଦିନ ବିଗୁଡିଛି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେଡି ରାଜନୀତି । ପୂର୍ବରୁ ଜଙ୍ଗା ଦେଓଙ୍କ ପେନଠାନା ସ୍ଥଳକୁ ଯିବାକୁ ନେଇ ପୂର୍ବତନ ସାଂସଦ ପ୍ରାର୍ଥୀଙ୍କୁ ବିରୋଧ କରିଥିଲା ଗୋଣ୍ଡ ସମାଜ । ଅଧିକ ପଢନ୍ତୁ

ଗୋଣ୍ଡ ସମାଜକୁ ନେଇ ଆଠମଲ୍ଲିକ ବିଜେଡ଼ିରେ ଝଡ଼, ପୂର୍ବତନ ସାଂସଦ ପ୍ରାର୍ଥୀଙ୍କୁ ବିରୋଧ

author img

By ETV Bharat Odisha Team

Published : Jan 25, 2024, 7:55 PM IST

ଗୋଣ୍ଡ ସମାଜକୁ ନେଇ ଆଠମଲ୍ଲିକ ବିଜେଡ଼ିରେ ଝଡ଼, ପୂର୍ବତନ ସାଂସଦ ପ୍ରାର୍ଥୀଙ୍କୁ ବିରୋଧ

ଅନୁଗୁଳ: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ତେଣୁ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଅଙ୍କକଷା । କିନ୍ତୁ ଅନୁଗୁଳ ଜିଲ୍ଲାରେ ଶାସକ ଦଳ ବିଜେଡି ପାଇଁ ସୃଷ୍ଟି ହୋଇଛି ଏକ ନୂତନ ମୁଣ୍ଡ ବ୍ୟଥା । ଦିନକୁ ଦିନ ବିଗୁଡିଛି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେଡି ରାଜନୀତି । ଗୋଣ୍ଡ ସମାଜକୁ ନେଇ ଆରମ୍ଭ ରାଜନୀତି ଏବେ ଚରମ ରୂପ ନେଇଛି ।

ବିଜେଡ଼ି ନେତା ନଳିନୀ ପ୍ରଧାନଙ୍କୁ ପ୍ରଥମେ ଗୋଣ୍ଡ ସମ୍ପ୍ରଦାୟର ମହାପ୍ରଭୁ ଜଙ୍ଗା ଦେଓଙ୍କ ପେନଠାନା ସ୍ଥଳକୁ ଦଳବଳ ଧରି ଯିବାକୁ ନେଇ ବିରୋଧାଭାସ ପରେ ଏହା ନୂଆ ମୋଡ଼ ନେଉଛି । ନଳିନୀଙ୍କୁ ବିରୋଧ ପରେ ଗୋଣ୍ଡ ସମାଜକୁ ନିଜ ପକ୍ଷକୁ ଆଣିବା ପାଇଁ ନଳିନୀଙ୍କ ଗୋଷ୍ଠୀ ସବୁ କସରତ କରିଛନ୍ତି ବୋଲି ଅନୁଗୁଳ ଗୋଣ୍ଡ ସମାଜ ର ମୁଖ୍ୟ ସଦାଶିଵ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ନିକଟରେ ନଳିନୀଙ୍କ ଉପସ୍ଥିତିରେ ଆଠମଲ୍ଲିକ ଅଞ୍ଚଳର କିଛି ଗୋଣ୍ଡ ସମାଜର ସଦସ୍ୟ ଓ କର୍ମୀମାନେ ମୁଖ୍ୟମନ୍ତ୍ରୀ ଓ 5 ଟି ଅଧ୍ୟକ୍ଷଙ୍କୁ ଭେଟିଥିଲେ । ସେଠାରେ ମହାପ୍ରଭୁ ଜଙ୍ଗା ଦେଓଙ୍କ ପେନଠାନା ଉନ୍ନତି ପାଇଁ ସରକାର ପଦକ୍ଷେପ ନେବେ ବୋଲି ଆଲୋଚନା କରିଥିଲେ । ମାତ୍ର ଠିକ ତାର ପରଦିନ ଗୋଣ୍ଡ ସମାଜ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ନଳିନୀ ଙ୍କ ବିରୁଦ୍ଧରେ ବିଷୋଦଗାର କରିଛନ୍ତି ସମାଜର ସଭାପତି ।

ଏହା ମଧ୍ୟ ପଢନ୍ତୁ ... ନବନିର୍ମାଣ କୃଷକ ସଂଗଠନର ପଦଯାତ୍ରା, ଗଣତନ୍ତ୍ର ଦିବସରେ ‘ମହାଚେତାବନୀ ସମାବେଶ’

ସେ କହିଛନ୍ତି, "ଆମକୁ ଶ୍ରୀମନ୍ଦିର ପରିକ୍ରମା ବୁଲେଇବା ପାଇଁ ଡାକି ନେଇ ଶଙ୍ଖ ଭବନ ନେଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରାଇ ତାଙ୍କ ସପକ୍ଷରେ ଟିଭିରେ ପ୍ରତିକ୍ରିୟା ଦେବାକୁ ବାଧ୍ୟ କରିଥିଲେ । ସେ ଚାପରେ ଓ ଇଛା ବିରୁଦ୍ଧରେ ସବୁ କହିଥିବା କହିଛନ୍ତି ।" ତେବେ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ନଳିନୀଙ୍କୁ ବିରୋଧ ପରେ ଭୁବନେଶ୍ବରରେ ଆଲୋଚନା ଓ ଏବେ ପୁଣି ବିରୋଧ ଘଟଣାକୁ ନୂଆ ମୋଡ଼ ଦେଉଛି ।

ଏହି ନିର୍ବାଚନ ମଣ୍ଡଳୀ ରେ ପୂର୍ବତନ ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନ ଓ ସ୍ଥାନୀୟ ବିଧାୟକ ରମେଶ ସାଏ ଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ଚରମ ସୀମାରେରେ ପହଞ୍ଚିଥିବା ବେଳେ ଗୋଣ୍ଡ ସମାଜକୁ ନେଇ ଗୋଟି ଚାଳନା ସମ୍ପୂର୍ଣ୍ଣ ଘଟଣାକୁ ନୂଆ ମୋଡ଼ ଦେଉଛି । ତେବେ ପୁରା ଘଟଣାରେ ଆଠମଲ୍ଲିକ ବିଧାୟକ ଚୁପ ରହିଥିବା ବେଳେ ନଳିନୀ ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଘଟଣା ହେଉଛି ବିଧାୟକଙ୍କ ଅନୁପସ୍ଥିତିରେ କିଭଳି ନିର୍ବାଚନ ମଣ୍ଡଳୀ ଲୋକେ ନବୀନ ନିବାସ ଓ ଶଙ୍ଖ ଭବନ ଗଲେ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଅନୁଗୁଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.