ETV Bharat / politics

ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇବା ପାଇଁ ଭାରତ ପ୍ରତିଶୃତିବଦ୍ଧ: ବିଜେପି - BJP manifesto 2024 - BJP MANIFESTO 2024

Committed to seeking permanent membership in UNSC: ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପ୍ରସଙ୍ଗକୁ ସ୍ଥାନ ଦେଲା ବିଜେପି । ଅଧିକ ପଢନ୍ତୁ

ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇବା ପାଇଁ ଭାରତ ପ୍ରତିଶୃତିବଦ୍ଧ: ବିଜେପି ଇସ୍ତାହାର

author img

By ETV Bharat Odisha Team

Published : Apr 14, 2024, 9:51 PM IST

ନୂଆଦିଲ୍ଲୀ: ଆଜି ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂର ପ୍ରାୟ ଏକ ସପ୍ତାହ ପୂର୍ବରୁ ଶାସକ ଭାରତୀୟ ଜନତା ପାର୍ଟି ନିଜର ନିର୍ବାଚନୀ ଘୋଷଣାପତ୍ର ଜାରି କରିଛି । ଦେଶରେ ବିଭିନ୍ନ ପ୍ରସଙ୍ଗ ସହ ବହୁଚର୍ଚ୍ଚିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ହାସଲ କରିବା ନେଇ ଜାରି ରହିଥିବା ମିଶନକୁ ମଧ୍ୟ ଏଥିରେ ସ୍ଥାନ ଦେଇଛି ଦଳ । ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ସ୍ଥାୟୀ ସଦସ୍ୟତା ହାସଲ କରିବାକୁ ପ୍ରତିଶୃତିବଦ୍ଧ ବୋଲି ଦଳ ଘୋଷଣାପତ୍ରରେ ଉଲ୍ଲେଖ କରିଛି । ଇସ୍ତାହାରରେ ବିଜେପି କହିଛି, "ବୈଶ୍ୱିକ ପ୍ରସଙ୍ଗରେ ନିଷ୍ପତ୍ତି ନେବାରେ ଭାରତର ସ୍ଥିତି ଓ ପ୍ରଭାବକୁ ଆହୁରି ବଢାଇବା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ହାସଲ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।"

ଜାତିସଂଘରେ ଦୁଇଟି ପ୍ରଶାସନିକ ସଂସ୍ଥା ରହିଛି । ଜାତିସଂଘ ମହାସଭା ଓ ସୁରକ୍ଷା ପରିଷଦ । ତେବେ ସାମରିକ ଓ ବୈଶ୍ବିକ ନିରାପତ୍ତା କ୍ଷେତ୍ରରେ ପ୍ରଭାବ ରଖୁଥିବା ସୁରକ୍ଷା ପରିଷଦରେ ବିଶ୍ବର 15ଶକ୍ତିଶାଳୀ ରାଷ୍ଟ୍ର ସଦସ୍ୟ ଭାବେ ରହିଛନ୍ତି । ଏଥିରେ 5ସ୍ଥାୟୀ ସଦସ୍ୟ ରାଷ୍ଟ୍ର ରହିଛନ୍ତି । ଏବେ ଭାରତର ଭୂମିକା ବୈଶ୍ବିକ ସ୍ଥିତିରେ ଅଧିକ ପ୍ରଭାବୀ ହୋଇଛି । ଦୀର୍ଘ ଦଶନ୍ଧି ଧରି ଭାରତ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ଦାବି କରିଆସୁଛି । ମାତ୍ର ଚୀନ ପରି କିଛି ଭେଟୋ ଦେଶଙ୍କ ଅସହମତି କାରଣରୁ ଏହା ହାସଲ କରିବାରେ ଭାରତ ଏପର୍ଯ୍ୟନ୍ତ ସକ୍ଷମ ହୋଇନି । ମାତ୍ର ଏହି ଦିଗରେ ମୋଦି ସରକାର କିଛି ରାଷ୍ଟ୍ରଙ୍କ ସମର୍ଥନ ମଧ୍ୟ ହାସଲ କରିସାରିଛି ।

ଏହା ମଧ୍ୟ ପଢନ୍ତ :- ବିଜେପି ସଂକଳ୍ପପତ୍ର: ମହିଳା-ଯୁବକ-ଗରିବଙ୍କ ପାଇଁ ମୋଦିଙ୍କ ପ୍ରତିଶୃତି ବର୍ଷା, ଏସବୁ ବର୍ଗକୁ ଫୋକସ୍‌ - BJP Manifesto

ତେବେ ଜାତିସଂଘ ନିୟମ ଅନୁସାରେ, ଅସ୍ଥାୟୀ 10ରାଷ୍ଟ୍ରଙ୍କ କାର୍ଯ୍ୟକାଳ 2ବର୍ଷ ଓ ଏହା ମହାସଭା ଦ୍ବାରା ଚୟନ କରାଯାଇଥାଏ । ବିଜେପି କହିଛି, ବିଶ୍ବରେ ରଣନୈତିକ ଭାବେ ଭାରତ ଏହି ସଦସ୍ୟତା ହାସଲ କରିବାକୁ ପ୍ରୟାସ ଜାରି ରଖିଛି ଓ ଏହା ହାସଲ ମଧ୍ୟ କରିବ । ଭାରତ ଏବେ ବୈଶ୍ବିକ କ୍ରମରେ ପ୍ରଭାବୀ ଭୂମିକାକୁ ଆସିସାରିଛି । ଏବେ ଏହି ପ୍ରୟାସକୁ ଆହୁରି ବ୍ୟାପକ କରାଯିବ । ଏହା ହାସଲ କରିବା ପାଇଁ ଭାରତ ପ୍ରତିଶୃତିବଦ୍ଧ ମଧ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.