ETV Bharat / politics

ମା' ତାରିଣୀଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ, ମନ୍ଦିର ପାଇଁ କଲେ ଅତିରିକ୍ତ ୫୦ କୋଟି ଅନୁଦାନ - CM MOHAN MAJHI VISITS KENDUJHAR

author img

By ETV Bharat Odisha Team

Published : Jun 23, 2024, 4:26 PM IST

CM Mohan Majhi Visits Kendujhar: ଜନ୍ମମାଟି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ଜନତା । ମା' ତାରିଣୀଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

CM Mohan Charan Majhi Visits Kendujhar
CM Mohan Charan Majhi Visits Kendujhar (ETV Bharat Odisha)

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 2 ଦିନିଆ ଜିଲ୍ଲା ଗସ୍ତ କରି ପ୍ରଥମ ଦିନରେ ଘଟଗାଁ ପୀଠ ମା' ତାରିଣୀଙ୍କ ଆଶୀର୍ବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ମା' ତାରିଣୀଙ୍କ ପୀଠକୁ ଦେଶର ସ୍ବତନ୍ତ୍ର ଧାର୍ମିକ ପୀଠ ଭାବରେ ସ୍ଥାନୀତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି 2 ଦିନିଆ କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁସାରେ, ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ସକାଳ 9ଟା 45 ମିନିଟ୍‌ ସମୟରେ ବାହାରି ଘଟଗାଁ ହାଇସ୍କୁଲ ଖେଳ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ । ସେଠାରୁ ସେ ମା' ତାରିଣୀଙ୍କ ଦର୍ଶନ ପାଇଁ ଏକ ରୋଡ୍‌ ସୋ' କରି ଘଟଗାଁ ମନ୍ଦିର ଯାଇଥିଲେ । ସେଠାରେ ମା'ଙ୍କ ଦର୍ଶନ କରିବା ପରେ ସ୍ଥାନୀୟ ଆଇବିରେ ସାଧାରଣ ଲୋକଙ୍କୁ ଭେଟିଥିଲେ । ମା'ଙ୍କ ପୀଠକୁ ଜାତୀୟ ସ୍ତରୀୟ ଆଧ୍ୟାତ୍ମିକ ପୀଠ କରିବା ପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କା ଅନୁଦାନ ଅର୍ଥ ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଆଉ ଅତିରିକ୍ତ ୫୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହ ଜିଲ୍ଲାର ସାମଗ୍ରିକ ବିକାଶ କରିବା ସହ ସୁନାର କେନ୍ଦୁଝର କରିବାର ଲକ୍ଷ୍ୟ ରଖିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ମା'ଙ୍କ ମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବା ପରେ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ରିଜର୍ଭ ପୋଲିସ ପଡ଼ିଆରେ ଅପରାହ୍ନ ୧ଟା ୫ମିନିଟ୍‌ରେ ପହଞ୍ଚିଥିଲେ । ସେଠାରୁ କାରରେ ସର୍କିଟ ହାଉସ ଆସି ମଧ୍ୟାହ୍ନ ଭୋଜନ କରିଛନ୍ତି । ପରେ ସେଠାରୁ କାର ଯୋଗେ ଅପରାହ୍ନ ୩ଟା ୧୦ ମିନିଟ୍‌ରେ ବଳଦେବଜୀଉ ମନ୍ଦିର ଦର୍ଶନରେ ଯାଇଛନ୍ତି । ସେଠାରେ ମୁଖ୍ୟମନ୍ତ୍ରୀ ଏକ ରୋଡ ସୋ'ରେ ବଳଦେବଜୀଉ ମନ୍ଦିର ଆଟୋପୁର, ଚର୍ଚ୍ଚ ଛକ, ଜେଲ ରୋଡ, ଗାନ୍ଧୀ ଛକ, ଜିଲାପାଳଙ୍କ କାର୍ଯ୍ୟାଳୟ ଲାବଣ୍ୟ ଛକ, ନୂଆ କୋର୍ଟ, ଟେଲିଫୋନ ଏକ୍ସଚେଞ୍ଜ ଦେଇ ଅପରାହ୍ନ ୫ଟା ୧୦ ମିନିଟ୍ ସମୟରେ କେନ୍ଦୁଝର ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇ ସେଠାରେ ନାଗରିକ ସମ୍ବଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ । ପରେ କେନ୍ଦୁଝର ସର୍କିଟ ହାଉସଠାରେ ମୁଖ୍ୟମନ୍ତ୍ରୀ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତାକାଲି (ସୋମବାର) ୨୪ ତାରିଖ ସକାଳେ କେନ୍ଦୁଝର ରିଜର୍ଭ ପୁଲିସ ପଡ଼ିଆରୁ ୧୦ଟା ୩୫ ମିନିଟ୍‌ରେ ହେଲିକପ୍ଟର ଯୋଗେ ବାହାରି ନିଜ ଗାଁ ରାଇକଳା ଯିବେ । ସେଠାରୁ ଏକ ରୋଡ ସୋ'ରେ ମୁଖ୍ୟମନ୍ତ୍ରୀ ଝୁମ୍ପୁରା ଦୁର୍ଗା ପଡ଼ିଆକୁ ଯିବେ । ସେଠାରେ ଉପସ୍ଥିତ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ସଭାରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିବେ । ଅପରାହ୍ନ ସାଢ଼େ ୨ଟା ସମୟରେ ମୁଖ୍ୟମନ୍ତ୍ରୀ ଝୁମ୍ପୁରାରୁ ରାଇକଳାସ୍ଥିତ ତାଙ୍କ ବାସଭବନକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବେ । ସେଠାରୁ ଅପରାହ୍ନ ୩ଟାରେ ବାହାରି ରାଇକଳାସ୍ଥିତ ଅସ୍ଥାୟୀ କାର୍ଯ୍ୟାଳୟକୁ ଯିବେ ।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦୁଝରରେ ସିଏମ ମୋହନ ମାଝୀ; ମୁଖ୍ୟମନ୍ତ୍ରୀ ହେବା ପରେ ଜନ୍ମମାଟିକୁ ପ୍ରଥମ ଗସ୍ତ - CM MOHAN MAJHI VISITS HOME DISTRICT

ପରେ ଅପରାହ୍ନ ୪ଟା ୨୫ ମିନିଟ୍‌ରେ ରାଇକଳାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌କୁ ଫେରି ସେଠାରୁ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସନ୍ଧ୍ୟା ୬ଟା ୫ ମିନିଟ୍‌ରେ ପହଞ୍ଚିବେ । ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଜିଲ୍ଲା ଗସ୍ତ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇପଡ଼ିଥିବାବେଳେ ଜିଲ୍ଲା ଓ ରାଇକଳା ଗ୍ରାମବାସୀ ବେଶ ଉତ୍ସାହିତ ଅଛନ୍ତି । ରାଇକଳାର ମୁଖ୍ୟମନ୍ତ୍ରୀଙ୍କ ପରିବାର ଲୋକେ ତାଙ୍କ ମନ ପସନ୍ଦର ଖାଦ୍ୟ ପରଷିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗ୍ରାମବାସୀମାନେ ମଧ୍ୟ ନିଜ ଗାଁ ପୁଅକୁ ମୁଖ୍ୟମନ୍ତ୍ରୀ ଭାବେ ପାଖରେ ଦେଖିବାକୁ ବେଶ ଉତ୍ସାହିତ ଅଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.