ETV Bharat / politics

ଫ୍ଲୋରଟେଷ୍ଟରେ ଚମ୍ପାଇ ସରକାର ସଫଳ: ସପକ୍ଷରେ ୪୭ ଭୋଟ୍, ବିପକ୍ଷରେ ୨୯

author img

By ETV Bharat Odisha Team

Published : Feb 5, 2024, 2:24 PM IST

Updated : Feb 5, 2024, 3:41 PM IST

CM Champai Soren wins floor test: ଝାଡ଼ଖଣ୍ଡ ବିଧାନସଭାରେ ଆସ୍ଥାଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ମୁଖ୍ୟମନ୍ତ୍ରୀଙ୍କୁ 47 ବିଧାୟକଙ୍କ ସମର୍ଥନ କରିଥିବା ବେଳେ, ବିପକ୍ଷରେ ପଡ଼ିଲା ୨୯ ଭୋଟ୍ । ଗୃହରକୁ ଆସି ଭୋଟ ଦେଲେ ହେମନ୍ତ । ଅଧିକ ପଢନ୍ତୁ

ଚମ୍ପଇ ସୋରେନଫ୍ଲୋରଟେଷ୍ଟରେ ସଫଳ ଚମ୍ପାଇ ସୋରେନ: ସପକ୍ଷରେ ୪୭ ଭୋଟ୍, ବିପକ୍ଷରେ ୨୯
ଫ୍ଲୋରଟେଷ୍ଟରେ ସଫଳ ଚମ୍ପାଇ ସୋରେନ: ସପକ୍ଷରେ ୪୭ ଭୋଟ୍, ବିପକ୍ଷରେ ୨୯

ରାଞ୍ଚି: ଝାଡଖଣ୍ଡ ବିଧାନସଭା ଫ୍ଲୋରଟେଷ୍ଟରେ ଚମ୍ପଇ ସୋରେନଙ୍କ ସରକାର ବିଜୟୀ ହୋଇଛି । ଆସ୍ଥାଭୋଟରେ ମୋଟ 47 ବିଧାୟକଙ୍କ ସମର୍ଥନ ସହ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାରେ ନୂତନ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ସଫଳ ହୋଇଛନ୍ତି । ସରକାରଙ୍କ ବିପକ୍ଷରେ 29 ଭୋଟ୍ ପଡିଛି । ୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ବହୁମତ (ମ୍ୟାଜିକ ନମ୍ବର) ୪୧ ରହିଥିବା ବେଳେ, ଚମ୍ପାଇ ସରକାର ଏହାଠାରୁ 6 ଅଧିକ ଭୋଟ ସହ ବହୁମତ ପ୍ରମାଣିତ କରିଛନ୍ତି ।

ଆଜି ଆସ୍ଥାଭୋଟ ପୂର୍ବରୁ ଗୃହକୁ ସମ୍ବୋଧିତ କରିଥିଲେ ନୂତନ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ । ଝାଡଖଣ୍ଡରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରାଯାଉଥିବା କହିଥିଲେ । ଗିରଫ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଆସ୍ଥାଭୋଟରେ ଅଂଶଗ୍ରହଣ କରିଥିଲେ । ଗୃହକୁ ସମ୍ବୋଧନ କରି ହେମନ୍ତ ମଧ୍ୟ ପରୋକ୍ଷରେ ବିଜେପି ଉପରେ ବର୍ଷିଥିଲେ । ତାଙ୍କ ବିରୋଧରେ ଷଡଯନ୍ତ୍ରମୂଳକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ସେ ଦୁର୍ନୀତିରେ ସାମିଲ ଥିବା ପ୍ରମାଣ ମିଳିଲେ ରାଜନୀତି ଛାଡିଦେବେ ବୋଲି କହିଥିଲେ ହେମନ୍ତ ।

ବୁଧବାର ଦିନତମାମ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା ପରେ ବିଳମ୍ବିତ ସଂଧ୍ୟାରେ ହେମନ୍ତ ସୋରେନ ରାଜଭବନ ପହଞ୍ଚି ଇସ୍ତଫା ଦେଇଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହାପୂର୍ବରୁ ସୋରେନ ପରିବାରର ଘନିଷ୍ଠ ତଥା ହେମନ୍ତ କ୍ୟାବିନେଟରେ ପରିବହନ ମନ୍ତ୍ରୀ ଥିବା ଚମ୍ପଇଙ୍କୁ ଜେଏମଏମ ସମର୍ଥିତ ମେଣ୍ଟର ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା । ଚମ୍ପଇଙ୍କ ନେତୃତ୍ବରେ ବିଧାୟକମାନେ ସେହିଦିନ ସଂଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି କରିଥିଲେ । ହେଲେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଶପଥ ସମାରୋହ ନେଇ ବିଳମ୍ବ କରିବା ପରେ ବିଧାୟକମାନଙ୍କୁ ତଥାକଥିତ ବିଜେପି ପ୍ରଭାବରୁ ଦୂରେଇ ରଖିବା ପାଇଁ ହାଇଦ୍ରାବାଦ ପଠାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ଦୁର୍ନୀତି ପ୍ରମାଣିତ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି: ହେମନ୍ତ ସୋରେନ

ଶୁକ୍ରବାର ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେହିଦିନ ଜେଏମଏମ- କଂଗ୍ରେସ ବିଧାୟକମାନେ ଚାର୍ଟାର୍ଡ ଫ୍ଲାଇଟରେ ହାଇଦ୍ରାବାଦର ଏକ ରିସୋର୍ଟରେ ପହଞ୍ଚିଥିଲେ । ଆଜି ଫ୍ଲୋରଟେଷ୍ଟ ହେବାକୁ ଥିବାରୁ ଗତକାଲି ରାତିରେ ସେମାନେ ହାଇଦ୍ରାବାଦରୁ ରାଞ୍ଚି ଫେରିଥିଲେ । ସମସ୍ତ ବିଧାୟକଙ୍କୁ ବାସଭବନକୁ ଫେରିବାକୁ ବାରଣ କରାଯିବା ସହ ରଞ୍ଚି ସ୍ଥିତ ସର୍କିଟ ହାଉସରରେ ରଖାଯାଇଥିଲା । ଆଜି ସେମାନେ ପୂର୍ବାହ୍ନରେ ବିଧାନସଭାରେ ପହଞ୍ଚି ଅସ୍ଥା ଭୋଟରେ ଅଂଶଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 5, 2024, 3:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.