ETV Bharat / politics

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଦାନ୍ୟତା; ସ୍ୱତନ୍ତ୍ର ବିମାନ ବଦଳରେ ସାଧାରଣ ବିମାନରେ ଯାତ୍ରା

ସାଧାରଣ ବିମାନରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରୀ ଅର୍ଥକୁ ବଞ୍ଚାଇବା ପାଇଁ ମୋହନ ମାଝୀଙ୍କ ବଡ ପଦକ୍ଷେପ ।

author img

By ETV Bharat Odisha Team

Published : 2 hours ago

Updated : 31 minutes ago

CM MOHAN CHARAN MAJHI
CM MOHAN CHARAN MAJHI (ETV Bharat Odisha)

ଭୁବନେଶ୍ୱର: ବଦାନ୍ୟତା ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରୀ ଅର୍ଥ ଅଯଥା ଅପଚୟ ଉପରେ ରୋକ ଲଗାଇବାକୁ ଉଦ୍ୟମ କରିଛନ୍ତି ମୁଖ୍ୟମନ୍ତ୍ରୀ । ହରିୟାଣା ଗସ୍ତ ଲାଗି ସ୍ୱତନ୍ତ୍ର ବିମାନ ବଦଳରେ ସାଧାରଣ ବିମାନ ବ୍ୟବହାର କରିଛନ୍ତି ମୋହନ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ସାଧାରଣ ଲୋକଙ୍କ ଭଳି ସାଧାରଣ ବିମାନରେ ଆଜି ଯାତ୍ରା କରିଛନ୍ତି ।

ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି କହିଆସୁଛନ୍ତି ମୋହନ ଚରଣ ମାଝୀ । ନିଜର ସାଧାରଣ ଲୋକଙ୍କ ଛବି ବଞ୍ଚେଇ ରଖିବା ଲାଗି ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁଣିଥରେ ଆଜି ଏଭଳି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱତନ୍ତ୍ର ବିମାନରେ ନଯାଇ ସାଧାରଣ ଯାତ୍ରୀଙ୍କ ଭଳି ସାଧାରଣ ବିମାନରେ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ । ହରିୟାଣା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ସାଧାରଣ ବିମାନରେ ଯାତ୍ରା କରିଥିବା ଜଣାପଡିଛି ।

ଆଜିଠୁ ମୁଖ୍ୟମନ୍ତ୍ରୀ ତିନି ଦିନିଆ ହରୟାଣା ଓ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସରକାରୀ ତହବିଲକୁ ଅର୍ଥ ବ୍ୟବହାର କରି ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟବହାର ଲାଗି ସ୍ୱତନ୍ତ୍ର ବିମାନ ଲିଗାସି 650କୁ ପ୍ରଥମେ ବୁକିଂ କରାଯାଇଥିଲା ।

ସାଧାରଣ ବିମାନରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ

  • ସରକାରୀ ଅର୍ଥକୁ ବଞ୍ଚାଇବା ପାଇଁ ମୋହନ ମାଝୀଙ୍କ ବଡ ପଦକ୍ଷେପ
  • ସରକାରୀ ଅର୍ଥ ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ
  • ସାଧାରଣ ବିମାନରେ ହରିୟାଣା ଗସ୍ତ କଲେ ମୁଖ୍ୟମନ୍ତ୍ରୀ
  • ଭଡ଼ା ଅଧିକ ଥିବାରୁ ସ୍ବତନ୍ତ୍ର ବିମାନକୁ ମନା କଲେ ମୁଖ୍ୟମନ୍ତ୍ରୀ

ଏହି ବିମାନର ତିନି ଦିନର ଭଡା 91 ଲକ୍ଷ 22 ହଜାର ଟଙ୍କା ଥିଲା । ଏହାର ଭଡା ଅଧିକ ହେବାରୁ ଅନ୍ୟ ଏକ ସ୍ୱତନ୍ତ୍ର ବିମାନ ଫାଲକନ 200 ରେ ମୁଖ୍ୟମନ୍ତ୍ରୀ ଯିବା ପାଇଁ ବିଚାର କରାଯାଉଥିଲା । ଯାହାର ଭଡା ଥିଲା 78 ଲକ୍ଷ 55 ହଜାର ଟଙ୍କା ।

ଏହା ବି ପଢନ୍ତୁ- ହରିୟାଣା ସରକାରଙ୍କ ଶପଥ ଉତ୍ସବରେ ଯୋଗଦେବେ ମୋହନ ମାଝୀ, ୩ ଦିନ ରାଜ୍ୟ ବାହାରେ ରହିବେ ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ- ଦିଲ୍ଲୀ ପରେ ମୁମ୍ବାଇରେ ମୋହନ ମାଝୀ ସରକାରଙ୍କ ନିବେଶକ ସମ୍ମିଳନୀ, ଶୁକ୍ରବାର ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ -‘ଓଡ଼ିଶାରେ 5 ବର୍ଷରେ 5 ଲକ୍ଷ କୋଟି ନିବେଶ’ ଶିଳ୍ପାୟନକୁ ନେଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM Mohan Delhi Visit

ଉଭୟ ସ୍ୱତନ୍ତ୍ର ବିମାନର ଭଡା ବହୁତ ଅଧିକ ଥିଲା । ତେଣୁ ସରକାରୀ ଅର୍ଥ ବଞ୍ଚେଇବା ପାଇଁ ପ୍ରୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ସରକାରୀ ଅର୍ଥର ଅଯଥା ଖର୍ଚ୍ଚ ନ କରି ସ୍ୱତନ୍ତ୍ର ବିମାନ ବଦଳରେ ଗସ୍ତ ପାଇଁ ସାଧାରଣ ବିମାନରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଆଜିଠାରୁ 3 ଦିନିଆ ରାଜ୍ୟ ବାହାରକୁ ଯାଉଛନ୍ତି । ଆସନ୍ତାକାଲି ହରିଆଣା ସରକାରଙ୍କ ଶପଥ ପାଠ କାର୍ଯ୍ୟରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଏହା ସହ ସେ ଏନଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ମଧ୍ୟ ସାମିଲ ହେବେ । ସେହିପରି 18 ତାରିଖରେ କେମ. ଇଣ୍ଡିଆ ଉଦଘାଟନ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ସେହିପରି ମୁମ୍ବାଇରେ ଆୟୋଜିତ ଓଡିଶା ସରକାରଙ୍କ ଶିଳ୍ପ ରୋଡ଼ ସୋ'ରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ ।

ମୁଖ୍ୟମନ୍ତ୍ରୀଙ୍କ ମୋହନ ମାଝୀଙ୍କ ୩ ଦିନିଆ ମୁମ୍ବାଇ-ହରିୟାଣା ଗସ୍ତ-

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ୩ ଦିନିଆ ରାଜ୍ୟ ବାହାରକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ରାଜ୍ୟ ସ୍ୱାର୍ଥ ଓ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରଥମେ ହରିୟାଣାରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହା ପରେ ମୁମ୍ବାଇ ଗସ୍ତରେ ଯାଇ ନିବେଶକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ।

ଆଜି ଠାରୁ (ବୁଧବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହରିୟାଣା ମୁମ୍ବାଇ ଗସ୍ତରେ ଯାଉଛନ୍ତି । ୧୬ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହରିୟାଣା ଅଭିମୁଖେ ଗସ୍ତ କରିବେ । ହରିୟାଣାରେ ରାତ୍ରୀ ଯାପନ କରିବେ । ୧୭ ତାରିଖ ଦିନ ଚଣ୍ଡିଗଡରେ ନବ ଗଠିତ ହରିୟାଣା ସରକାର ନାଏବ ସିଂ ସୈନୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ସେଦିନ ଅପରାହ୍ନରେ ଚଣ୍ଡିଗଡରେ ଏନ.ଡି.ଏ. ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ମୋହନ ଯୋଗ ଦେବେ ।

ଚଣ୍ଡିଗଡ ପରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯିବେ । ୧୮ ତାରିଖ ଦିନ Indian Chemicals and Petrochemicals କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗ ଦେବେ । କାର୍ଯ୍ୟକ୍ରମକୁ କେନ୍ଦ୍ର ରସାୟନ ମନ୍ତ୍ରୀ ଜେପି ନଡ୍ଡା ଉଦଘାଟନ କରିବେ । ୧୮ ତାରିଖ ଅପରାହ୍ନରେ ଓ ୧୯ ତାରିଖ ସକାଳେ ମୁଖ୍ୟମନ୍ତ୍ରୀ ମୁମ୍ବାଇର ହୋଟେଲ ଓବରାୟରେ ଉତ୍କର୍ଷ ଓଡିଶା : ମେକ ଇନ ଓଡିଶା ପାଇଁ ନିବେଶକ ସମ୍ମିଳନୀରେ ଯୋଗ ଦେବେ । ୧୯ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବେ ।

Last Updated : 31 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.