ETV Bharat / politics

ଚମ୍ପାଇ ସୋରେନଙ୍କ ଭାବବିହ୍ବଳ ଟ୍ବିଟ୍‌, 'ମୁଖ୍ୟମନ୍ତ୍ରୀ ଥିବାବେଳେ ମିଳିଛି ଅପମାନ' - Champai Soren letter on X

author img

By ETV Bharat Odisha Team

Published : Aug 18, 2024, 11:00 PM IST

Champai Soren letter on X: ସୋସିଆଲ ମିଡିଆରେ ଅସନ୍ତୋଷ ଝାଡିଲେ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଦଳରେ ତାଙ୍କୁ କରାଯାଇଥିବା ଅପମାନ କଥା ଲେଖି ସେ ଭାବବିହ୍ୱଳ ହୋଇଛନ୍ତି । ଏହାସହ ଏବେ ତାଙ୍କ ପାଖରେ ୩ଟି ବିକଳ୍ପ ଥିବା କଥା ମଧ୍ୟ କହିଛନ୍ତି । ପଢନ୍ତୁ ପୂରା ଖବର ।

Champai Soren letter on X
Champai Soren letter on X (ETV Bharat Odisha)

ରାଞ୍ଚି: ଝାଡଖଣ୍ଡ ରାଜନୀତିରେ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି । ଏହାରି ଭିତରେ ସାମାଜିକ ଗଣମାଧ୍ୟମରେ ନିଜ ମନର କଥା ବଖାଣିଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଦଳରେ ତାଙ୍କୁ ଅପମାନିତ କରାଯାଉଥିବା ଉଲ୍ଲେଖ କରିଛନ୍ତି ଚମ୍ପାଇ ସୋରେନ ।

ଦଳ ଉପରେ ଖପ୍ପା ଚମ୍ପାଇ ସୋରେନ:

ଦିଲ୍ଲୀରେ ବିଜେପି ଶିବିରରେ ଚମ୍ପାଇ ସୋରେନଙ୍କ ଯୋଗ ଦେବା ନେଇ ଲାଗି ରହିଛି ଚର୍ଚ୍ଚା । ଏହାରି ଭିତରେ ସୋସିଆଲ ମିଡିଆ ଆକାଉଣ୍ଟ (X) ରେ ଏକ ଇମୋସନାଲ ପୋଷ୍ଟ କରିଛନ୍ତି ଚମ୍ପାଇ । ସେ ଲେଖିଛନ୍ତି, "କ୍ଷମତାର ଲୋଭ ଟିକିଏ ବି ନଥିଲା । ହେଲେ ଆତ୍ମସମ୍ମାନରେ ଦିଆଯାଇଥିବା ଆଘାତକୁ କିପରି ଦେଖାଇବି? ନିଜ ଲୋକ ଦେଇଥିବା କଷ୍ଟକୁ କାହା ଆଗରେ ଜଣାଇବି? ଅପମାନଜନକ ବ୍ୟବହାର ପରେ ନିଜକୁ ବୁଝାଇବାକୁ ଚେଷ୍ଟା କରିଛି । ହେଲେ ତାଙ୍କର ଉଦ୍ଦେଶ୍ୟ କେବଳ ଚୌକି ଥିଲା । ମୋତେ ଏପରି ଲାଗିଲା ଯେମିତି ମୋର କୌଣସି ମୂଲ୍ୟ ନାହିଁ ।"

କେଉଁ କଥା ଚମ୍ପାଇଙ୍କୁ ଆଘାତ ଦେଇଥିଲା?

"ପରଦିନ ମୁଁ ଜାଣିଲି ଯେ, ଆଗାମୀ ଦୁଇ ଦିନ ପାଇଁ ମୋର ସମସ୍ତ କାର୍ଯ୍ୟକ୍ରମ ଦଳର ନେତୃତ୍ବଙ୍କ ଦ୍ବାରା ସ୍ଥଗିତ ରଖାଯାଇଛି। ସେଥି ମଧ୍ୟରୁ ଗୋଟିଏ ଡୁମକାରେ ଏକ ଜନସାଧାରଣକୁ ସମ୍ବୋଧନ କାର୍ଯ୍ୟକ୍ରମ ଥିଲାବେଳେ ଅନ୍ୟ କାର୍ଯ୍ୟକ୍ରମଟି PGT କୁ ନିଯୁକ୍ତି ପତ୍ର ବଣ୍ଟନ କରିବା ଥିଲା । ଜୁଲାଇ 3 ରେ ଏକ ବିଧାୟକ ଦଳ ବୈଠକ ଡକାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ, ଆପଣ CM ଭାବରେ କୌଣସି କାର୍ଯ୍ୟକ୍ରମକୁ ଯାଇପାରିବେ ନାହିଁ । କ'ଣ ଗଣତନ୍ତ୍ର ପାଇଁ ଏହାଠୁ ଖରାପ କଥା କିଛି ଥାଇପାରେ? ଜଣେ ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମକୁ ଯିବାକୁ ବାରଣ କରିବା କେତେ ଯୁକ୍ତିଯୁକ୍ତି?" ବୋଲି ପ୍ରଶ୍ନ କରି କ୍ଷୋଭ ଝାଡିଛନ୍ତି ଚମ୍ପାଇ ସୋରେନ ।

'ଦଳକୁ କ୍ଷତି ପହଞ୍ଚାଇବା ମୋ ଉଦ୍ଦେଶ୍ୟ ନୁହେଁ'

ଚମ୍ପାଇ ଆହୁରି କହିଛନ୍ତି,"ଏହା ମୋର ବ୍ୟକ୍ତିଗତ ସଂଘର୍ଷ, ତେଣୁ ଏଥିରେ କୌଣସି ଦଳର ସଦସ୍ୟଙ୍କୁ ଜଡିତ କରିବା କିମ୍ବା ସଂଗଠନକୁ କ୍ଷତି ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନୁହେଁ । ଆମେ ଆମର ଦଳକୁ କ୍ଷତି ପହଞ୍ଚାଇବା ବିଷୟରେ କେବେ ବି ଚିନ୍ତା କରିପାରିବୁ ନାହିଁ । ଯାହାକୁ ଆମେ ନିଜର ରକ୍ତ ଓ ଝାଳ ବୁହାଇ ଗଠନ କରିଛୁ । "

ତେବେ ଚମ୍ପାଇଙ୍କ ଏଭଳି କ୍ଷୋଭ ଅନେକ ଦିଗକୁ ଇସାରା କରୁଛି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସବୁ କିଛି ଠିକ୍ ଚାଲିନି ତାହା ବାରି ହୋଇପଡୁଛି । ଆଗକୁ ଚମ୍ପାଇଙ୍କ ଗତି କୁଆଡେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିସହ ଏବେ ତାଙ୍କ ପାଖରେ ୩ଟି ବିକଳ୍ପ ଥିବା କଥା ମଧ୍ୟ କହିଛନ୍ତି, ଯାହାକି ଚମ୍ପାଇ ବିଜେପିରେ ମିଶିବା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

ଏହା ବି ପଢନ୍ତୁ...ଝାଡଖଣ୍ଡ ରାଜନୀତିରେ ବଡ ହଲଚଲ: 6 ସମର୍ଥିତ ବିଧାୟକଙ୍କ ସହ ଦିଲ୍ଲୀରେ ଚମ୍ପାଇ ସୋରେନ, ବିଜେପିରେ ମିଶିବେ ! - Champai Soren likely to join BJP

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.